କୋଲକାତା,୩୧।୧୨- ସିନିୟର ପେସର ଅଶୋକ ଦିଣ୍ଡାଙ୍କୁ ଗୁଜରାଟ ବିପକ୍ଷ ମ୍ୟାଚ୍ ପାଇଁ ୧୬ ଜଣିଆ ବେଙ୍ଗଲ ଦଳରେ ସ୍ଥାନ ମିଳିନାହିଁ। ଦଳର ବୋଲିଂ କୋଚ୍ ରଣାଦେବ ବୋଷଙ୍କୁ ଗାଳିଗୁଲଜ କରିବା ପାଇଁ ଆନ୍ଧ୍ର ବିପକ୍ଷ ମ୍ୟାଚ୍ରୁ ତାଙ୍କୁ ବିଦା କରାଯାଇଥିଲା। ପୂର୍ବରୁ ମଧ୍ୟ ବିଶୃଙ୍ଖଳାଗତ ଆଚରଣ ଘଟଣା ସହ ଜଡ଼ିତ ଥିବାରୁ କ୍ରିକେଟ ଆସୋସିଏଶନ ଅଫ୍ ବେଙ୍ଗଲ (ସିଏବି) ବାଧ୍ୟ ହୋଇ ତାଙ୍କୁ ବିଦା କରିଛି। ଦିଣ୍ଡାଙ୍କୁ ଚୟନକର୍ତ୍ତାମାନେ ଚୟନ ପାଇଁ ଗୁରୁତ୍ୱ ଦେଇ ନ ଥିଲେ ବୋଲି ସିଏବି ସମ୍ପାଦକ ଅଭିଷେକ ଡାଲମିୟା କହିଛନ୍ତି। ୩୫ ବର୍ଷୀୟ ପେସର ଦେଶ ପାଇଁ ୧୩ ଦିନିକିଆ ଓ ୯ ଟି୨୦ ମ୍ୟାଚ୍ ଖେଳିସାରିଛନ୍ତି। ନିକଟରେ ସୟଦ ମୁସ୍ତାକ ଅଲି ଟି୨୦ ଦଳରେ ତାଙ୍କୁ ସୁଯୋଗ ନ ମିଳିବାରୁ ବେଙ୍ଗଲ ପାଇଁ ଆଉ ନ ଖେଳିବା ଲାଗିି ଧମକ ଦେଇଥିଲେ।