Posted inଜାତୀୟ

ଗୁଜରାଟରେ ରିସର୍ଟ ରାଜନୀତି ସରଗରମ

ଅହମଦାବାଦ,୮ା୬: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଗୁଜରାଟ ରାଜନୀତି ସରଗରମ ହୋଇଛି। ଶାସକ ଭାଜପା ପକ୍ଷରୁ ଘୋଡ଼ାବେପାର କରାଯିବା ଆଶଙ୍କାରେ କଂଗ୍ରେସ ବିଧାୟକମାନଙ୍କୁ ରାଜକୋଟ ଜିଲାସ୍ଥିତ ଏକ ହୋଟେଲରେ ରଖାଯାଇଛି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ କଂଗ୍ରେସ ବିଧାୟକମାନେ ଅବସ୍ଥାନ କରୁଥିବା ରିସର୍ଟ ବିରୋଧରେ ମାମଲା ଦାଏର ହୋଇଛି।
ଗୁଜରାଟର ୪ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ୧୯ରେ ନିର୍ବାଚନ ହେବ। କଂଗ୍ରେସର ୩ ବିଧାୟକ ଅକ୍ଷୟ ପଟେଲ, ଜିତୁ ଚୌଧରୀ ଓ ବ୍ରଜେଶ ମେର୍ଜା ଇସ୍ତଫା ଦେବା ପରେ ୧୮୨ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଦଳର ସଦସ୍ୟଙ୍କ ସଂଖ୍ୟା ୬୫କୁ ଖସିଛି। ଏହି ବିଧାୟକମାନଙ୍କ ମଧ୍ୟରୁ ୫-୬ ଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ ରାଜକୋଟର ନୀଲ୍ସ ସିଟି ରିସର୍ଟରେ ରହୁଛନ୍ତି। ପୋଲିସ ଉକ୍ତ ରିସର୍ଟ ମାଲିକ ଓ ମ୍ୟାନେଜରଙ୍କ ବିରୋଧରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଏଫ୍‌ଆଇଆର୍‌ କରିଛି। କାରଣ ସୋମବାର ପର୍ଯ୍ୟନ୍ତ ହୋଟେଲ ନ ଖୋଲିବା ପାଇଁ କଟକଣା ରହିଛି। ଦଳ ପକ୍ଷରୁ ଅନ୍ୟ ଏମ୍‌ଏଲ୍‌ଏମାନଙ୍କୁ ବନାସକାଣ୍ଟା ଜିଲାର ଅମ୍ବାଜୀ ଓ ଆନନ୍ଦରେ ଥିବା ଦୁଇଟି ରିସର୍ଟରେ ରଖାଯାଇଛି। ରାଜ୍ୟ ସଭା ନିର୍ବାଚନ ଶେଷ ହେବା ଯାଏ ବିଧାୟକମାନେ ହୋଟେଲରେ ରହିବେ ବୋଲି କଂଗ୍ରେସ ମୁଖପାତ୍ର ମନୀଷ ଦୋଷୀ କହିଛନ୍ତି। ଇତିମଧ୍ୟରେ କଂଗ୍ରେସ ପକ୍ଷରୁ ଉପରୋକ୍ତ ବିଧାୟକମାନଙ୍କ ମଧ୍ୟରୁ ୨୫ ଜଣଙ୍କୁ ଗୁଜରାଟରୁ ପଡ଼ୋଶୀ ରାଜସ୍ଥାନର ଏକ ରିସର୍ଟକୁ ସ୍ଥାନାନ୍ତର କରାଯାଇଛି। ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କରି ସେମାନଙ୍କୁ ସିରୋହିସ୍ଥିତ ଓ୍ବାଇଲ୍ଡ ଓ୍ବିଙ୍ଗ୍‌ସ ରିସର୍ଟକୁ ନିଆଯାଇଥିବା ଭାଜପା ଅଭିଯୋଗ ଆଣିଛି।
ଗତ ମାର୍ଚ୍ଚ ୨୬ରେ ରାଜ୍ୟ ସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ କଂଗ୍ରେସର ୫ ବିଧାୟକ ଇସ୍ତଫା ଦେଇଥିଲେ। ଫଳରେ ବାକି ବିଧାୟକମାନଙ୍କୁ ଜୟପୁରସ୍ଥିତ ଏକ ହୋଟେଲରେ ରଖାଯାଇଥିଲା। ପରେ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଏବେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୬୫କୁ ଖସିଥିବାରୁ ଦଳ ଦୁଇଟି ରାଜ୍ୟ ସଭା ଆସନରେ ବିଜୟୀ ହେବା ଆଶା ମଉଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲଙ୍କୁ ଜିଅନ୍ତା ଜାଳି ଦେବାକୁ କରାଯାଇଥିଲା ଉଦ୍ୟମ, ଏଏପିର ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ,୩୦।୧୧: ଶନିବାର ଦିଲ୍ଲୀର ଗ୍ରେଟର କୈଲାଶ ଅଞ୍ଚଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏଏପି ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ମନ୍ତ୍ରୀ...

କଂଗ୍ରେସକୁ ଭାଜପାର ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପରେ ଇଭିଏମ ସମ୍ବନ୍ଧୀୟ ରାଜନୀତି ଅଧିକ ତୀବ୍ର ହୋଇଛି। ଶନିବାର (ନଭେମ୍ବର ୩୦, ୨୦୨୪) ଭାଜପା ଇଭିଏମର ବିଶ୍ୱସନୀୟତା...

ଏଣିକି ବିଳମ୍ବରେ ଫୋନ୍‌କୁ ଆସିବ OTP, ଡିସେମ୍ବର ପହିଲାରୁ ‘ଅପେକ୍ଷାର ଫଳ ମିଠା’ ଭଳି ହେବ ସ୍ଥିତି…

ନୂଆଦିଲ୍ଲୀ,୩୦।୧୧: ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ(TRAI) ଟ୍ରେସେବିଲିଟି ଗାଇଡ୍‌ଲାଇନ୍‌ ଆଣିଛି। ଏହା ଡିସେମ୍ବର ପହିଲାରୁ ଲାଗୁ ହେବ। ଏହାର ପ୍ରଭାବ ଦେଶର ଟେଲିକମ୍‌ ବ୍ୟବହାରକାରୀଙ୍କ...

ଡିସେମ୍ବର ପହିଲାରୁ ଲାଗୁ ହେବ ଏସବୁ ନୂଆ ନିୟମ, ମଧ୍ୟବିତ୍ତଙ୍କ ପକେଟ ଉପରେ ପଡ଼ିବ ବୋଝ, ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୩୦।୧୧: ରାତି ପାହିଲେ ନୂଆ ମାସ। ସାରା ଦେଶରେ ଡିସେମ୍ବର ପହିଲାରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ୟାସ ଦରଠାରୁ ଆରମ୍ଭ କରି ଓଟିଟିକୁ...

ବାରାଣସୀ ରେଳଷ୍ଟେଶନରେ ବଡ଼ ଧରଣର ଅଗ୍ନିକାଣ୍ଡ: ଜଳିଗଲା ୨୦୦ ଗାଡ଼ି

ବାରାଣସୀ,୩୦ା୧୧: ଉତ୍ତରପ୍ରଦେଶର ବାରାଣସୀ କ୍ୟାଣ୍ଟନମେଣ୍ଟ ରେଳଷ୍ଟେଶନରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗାଡ଼ି ପାର୍କିଂ ସ୍ଥାନରେ ନିଆଁ ଲାଗିବାରୁ ଅନୂ୍ୟନ ୨୦୦ ଦୁଇଚକିଆ...

ଗାଁରେ ପହଞ୍ଚି ଅସୁସ୍ଥ ହୋଇପଡିଛନ୍ତି ଶିନ୍ଦେ, ସତ୍ତାରା ପହଞ୍ଚିଲେ ଡାକ୍ତରୀ ଟିମ୍‌!

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟ ତାଙ୍କ ଗ୍ରାମରେ ହଠାତ୍‌ ଖରାପ ହୋଇଯାଇତ୍ୱା ସୂଚନା ମିଳିଛି। ଗଣମାଧ୍ୟମ ରିପୋର୍ଟ...

EPFO ଜାରି କଲା ନୂଆ ଗାଇଡ୍‌ଲାଇନ୍‌, ଆଧାର ବିନା ଟଙ୍କା ଉଠାଇ ପାରିବେ…

ନୂଆଦିଲ୍ଲୀ,୩୦।୧୧: ଯଦିଓ ପିଏଫ୍‌ କ୍ଲେମ୍‌ ପାଇଁ ଆଧାର କାର୍ଡ ଆବଶ୍ୟକ, ହେଲେ ନିକଟରେ ଇପିଏଫ୍‌ଓ ଆଧାର ସହ ଜଡ଼ିତ ନୂଆ ନିୟମ ଆଣିଛି। ଏଥିରେ କିଛି...

ଦିଲ୍ଲୀରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଉପରେ ଆକ୍ରମଣ, ପଦଯାତ୍ରା ସମୟରେ…

ନୂଆଦିଲ୍ଲୀ,୩୦।୧୧: ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ପ୍ରମୁଖ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ଆକ୍ରମଣ। ତାଙ୍କ ଉପରେ କେହି ଜଣେ ତରଳ ପଦାର୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri