ଗୁରୁ ଦକ୍ଷିଣା ପାଇଁ ନିଜ ଆଙ୍ଗୁଠି କାଟିଥିଲେ ଏକଲବ୍ୟ

ସମଗ୍ର ଦେଶରେ ଗୁରୁବାର ଗୁରୁ ଦିବସ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ସ୍କୁଲ, କଲେଜର ଛାତ୍ରୀଛାତ୍ରମାନେ ଏହି ଉପଲକ୍ଷେ ନିଜ ଗୁରୁଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ସେପ୍ଟେମ୍ବର ୫ ଜନ୍ମଦିନ ଅବସରରେ ପ୍ରତିବର୍ଷ ଗୁରୁ ଦିବସ ପାଳନ କରାଯାଏ। ଭାରତ ବର୍ଷରେ କାହିଁ କେତେ କାଳରୁ ଗୁରୁ ଶିଷ୍ୟ ପରମ୍ପରା ରହିଆସିଛି। ଆମ ଜୀବନରେ ଗୁରୁଙ୍କ କେତେ ମହତ୍ତ୍ୱ ରହିଛି ତାହା ବେଶ୍‌ ସମସ୍ତଙ୍କୁ ଜଣା। ଜନ୍ମଦାତ୍ରୀ ମା’ ପ୍ରତ୍ୟେକ ପିଲାର ପ୍ରଥମ ଗୁରୁ ହୋଇଥିବା ବେଳେ ଅଜ୍ଞାନର ଅନ୍ଧକାରକୁ ଦୂର କରି ଆଲୋକ ଦେଇଥାନ୍ତି ଶିକ୍ଷୟିତ୍ରୀ ଓ ଶିକ୍ଷକ। ପ୍ରତି ମୁହୂର୍ତ୍ତରେ ଜୀବନରେ ଆସୁଥିବା ଝଡ଼ଝଞ୍ଜାକୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ ଆମକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ଯେତେବେଳେ ଗୁରୁ ଶିଷ୍ୟଙ୍କ କଥା ଆଲୋଚନା ହୁଏ ସେତେବେଳେ ଗୁରୁ ଦ୍ରୋଣାଚାର୍ଯ୍ୟ ଓ ଏକଲବ୍ୟଙ୍କ କଥା ମନକୁ ଆସେ। ସେମାନଙ୍କର କାହାଣୀ ଏକ ରୋଚକ ହୋଇ ରହିଛି। କିପରି ସେ ଗୁରୁ ଦ୍ରୋଣଙ୍କୁ ଗୁରୁ ଦକ୍ଷିଣାରେ ନିଜ ଆଙ୍ଗୁଠିକୁ କାଟି ଦେଇଥିଲେ ସେ କାହାଣୀ ଆଜି ବି ସମସ୍ତଙ୍କ ମନେ ରହିଛି। ପ୍ରାଚୀନ କାଳରେ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଗ୍ରହଣ କରିବା ପାଇଁ ଗୁରୁଙ୍କ ସହ ଆଶ୍ରମରେ ରହିବାକୁ ପଡ଼ୁଥିଲା। ସେହି ସମୟରେ ବ୍ରାହ୍ମଣ ଓ କ୍ଷତ୍ରିୟଙ୍କ ଛଡ଼ା ଆଉ କାହାକୁ ଶିକ୍ଷା ଦିଆଯାଉ ନ ଥିଲା। ଏକଦା ଶୃଙ୍ଗବେରପୁରରେ ନିଷାଦରାଜ ହିରଣ୍ୟଧନୁଙ୍କ ରାଣୀ ସୁଲେଖା ଏକ ପୁତ୍ର ସନ୍ତାନକୁ ଜନ୍ମଦେଇଥିଲେ। ଏହାପରେ ତାଙ୍କର ନାମକରଣ କରାଯାଇ ଅଭିଦ୍ୟୁମ୍ନ ନାମିତ କରାଯାଇଥିଲା। ଛୋଟବେଳେ ତାଙ୍କୁ ଅଭୟ ବୋଲି ସମସ୍ତେ ଡାକୁଥିଲେ। ଯେତେବେଳେ ସେ ଶିକ୍ଷା ଲାଭ କରିବା ପାଇଁ ଗୁରୁକୁଳ ଆସିଥିଲେ ସେତେବେଳେ ଅସ୍ତ୍ରଶସ୍ତ୍ର ବିଦ୍ୟାରେ ତାଙ୍କର ନିଷ୍ଠା ଓ ଏକାଗ୍ରତାକୁ ଦେଖି ଗୁରୁ ଏକଲବ୍ୟ ନାମରେ ସମ୍ବୋଧିତ କରିଥିଲେ। ଏହାପରେ ଧନୁର୍ବିଦ୍ୟାରେ ଉଚ୍ଚଶିକ୍ଷା ପାଇଁ ଏକଲବ୍ୟ ଗୁରୁ ଦ୍ରୋଣଙ୍କ ପାଖକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସେ କେବଳ ବ୍ରାହ୍ମଣ ଓ କ୍ଷତ୍ରିୟଙ୍କୁ ଶିକ୍ଷାଦାନ କରୁଥିଲେ। କିନ୍ତୁ ଏକଲବ୍ୟ ଏହା ଜାଣି ମଧ୍ୟ ଧନୁର୍ବିଦ୍ୟା ଶିକ୍ଷା ଲାଭ କରିବା ପାଇଁ ଗୁରୁ ଦ୍ରୋଣଙ୍କୁ ନିଜ କଳାରେ ପ୍ରଭାବିତ କରିବାକୁ ଯାଇଥିଲେ। ହେଲେ ଏଭଳି କିଛି ହୋଇ ନ ଥିଲା ବରଂ ଦ୍ରୋଣ ତାଙ୍କୁ ଅପମାନିତ କରି ଆଶ୍ରମରୁ ବାହାର କରିଦେଇଥିଲେ। ଏହାପରେ ଜଙ୍ଗଲରେ ସେ ଦ୍ରୋଣଙ୍କ ପ୍ରତିମା ରଖି ଧନୁର୍ବିଦ୍ୟା ଅଭ୍ୟାସ କରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ। ଦିନେ ଦ୍ରୋଣାଚାର୍ଯ୍ୟ ଜଙ୍ଗଲରେ ବୁଲୁଥିବା ସମୟରେ ଏକଲବ୍ୟଙ୍କ ଧନୁର୍ବିଦ୍ୟାରେ ପାରଙ୍ଗମ ଦେଖି ତାଙ୍କ ଗୁରୁଙ୍କ ବିଷୟରେ ଜାଣିବାକୁ ଜିଜ୍ଞାସା କରିଥିଲେ। ହେଲେ ପ୍ରତିମାରେ ନିଜ ଛବିକୁ ଦେଖି ଏକଲବ୍ୟଙ୍କୁ ସେ ଗୁରୁ ଦକ୍ଷିଣା ମାଗିଥିଲେ। ତାଙ୍କୁ ଦେବା ପାଇଁ ଏକଲବ୍ୟଙ୍କ ପାଖରେ କିଛି ନ ଥିବାରୁ ଦ୍ରୋଣ ତାଙ୍କର ଆଙ୍ଗୁଠି ଦେବାକୁ କହିଥିଲେ। କାରଣ ପୂର୍ବରୁ ଅର୍ଜୁନଙ୍କୁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର କରିବାକୁ ଦେଇଥିବା ପ୍ରତିଶ୍ରୁତି ତାଙ୍କର ମିଥ୍ୟାରେ ପାଲଟି ଯାଇଥାନ୍ତା। ତେବେ ଏକଲବ୍ୟ ମଧ୍ୟ ନିଜ ଆଙ୍ଗୁଠି କାଟି ଗୁରୁଙ୍କୁ ସମର୍ପି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ବଡ଼ ଦୁର୍ଘଟଣା: ବୁଲେଟ୍‌ ଟ୍ରେନ୍‌ ପାଇଁ ନିର୍ମାଣ ହେଉଥିବା ବ୍ରିଜ୍‌ ଭୁଶୁଡ଼ିଲା, ଫସି ରହିଛନ୍ତି ୪ ଶ୍ରମିକ

ଗାନ୍ଧିନଗର,୫।୧୧: ଗୁଜରାଟରେ ନିର୍ମାଣାଧୀନ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପରେ ବଡ଼ ଦୁର୍ଘଟଣା ଘଟିଛି। ଭାସାଦ ନିକଟରେ ନିର୍ମାଣାଧୀନ ବ୍ରିଜର ଏକ ଅଂଶ ଭୁଶୁଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ...

ଓଡ଼ିଆଣୀ ବେଶରେ କମଲା, ପ୍ରଚାରବେଳେ ତଳେ ବସି ଖାଇଲେ ଟ୍ରମ୍ପ! ଦେଖନ୍ତୁ ଭାଇରାଲ ଫଟୋ

ନୂଆଦିଲ୍ଲୀ,୫।୧୧: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ରାଷ୍ଟ୍ରପତି କିଏ ହେବ ଏନେଇ ସାରା ବିଶ୍ୱର ନଜର ରହିଛି। ସେଠାରେ ଡୋନାଲ୍ଡ ଟ୍ରମ୍ପ...

ଝାଡଖଣ୍ଡରେ ଓଡ଼ିଶା ଫମୂର୍ଲା ପକାଇଲା ଭାଜପା, ଚମ୍ପାଇ-ମାରାଣ୍ଡି ଆଉଟ୍‌…

ରାଞ୍ଚି,୫।୧୧: ଝାଡଖଣ୍ଡରେ ଭୋଟ ତାରିଖ ପାଖେଇ ଆସୁଥିବାବେଳେ ଭାଜପା ଏହାର ରଣନୀତିରେ ଏକ ବଡ଼ ପରିବର୍ତ୍ତନ କରିଛି। ଚମ୍ପାଇ ସୋରେନଙ୍କ ପରେ ବର୍ତ୍ତମାନ ଅର୍ଜୁନ ମୁଣ୍ଡା...

୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୫।୧୧: ୧୮ତମ ଲୋକସଭାର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୨୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ସମ୍ବିଧାନ ଦିବସ ଅବସରରେ ୨୬ ନଭେମ୍ବରରେ ମିଳିତ...

ଭୁଲ ତଥ୍ୟ ଦେଉଛି ଉଇକିପିଡିଆ, ସରକାର ଦେଲେ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୧୧: ଭୁଲ ତଥ୍ୟ ତଥା ସୂଚନା ଦେଉଛି Wikipedia। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ଉଇକିପିଡ଼ିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର। ଏଥିସହ ତାକୁ...

ନା ଏସିର ପାଣି, ନା ଚରଣାମୃତ, ତେବେ ମନ୍ଦିରରେ କ’ଣ ପିଉଥିଲେ ଭକ୍ତ? ଭାଇରଲ ହେଉଛି ଭିଡିଓ

ଲକ୍ଷ୍ନୌ,୫।୧୧: ସୋମବାରଠାରୁ ଉତ୍ତର ପ୍ରଦେଶ ବାଙ୍କେ ବିହାରୀ ମନ୍ଦିରକୁ ନେଇ ଆଲୋଚନା ଚାଲିଛି। ମନ୍ଦିରର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଭକ୍ତମାନେ ହାତୀ ମୁହଁରୁ...

ଲରେନ୍ସ ବିଷ୍ଣୋଇଙ୍କ ଫଟୋ ଥାଇ ଟି-ସାର୍ଟ ବିକି ଫସିଲା ମିଶୋ

ନୂଆଦିଲ୍ଲୀ,୫।୧୧: ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମ ବର୍ତ୍ତମାନ ଖବରରେ ଅଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ...

ରାଜନୀତିରୁ ସନ୍ୟାସ ନେବେ ଶରଦ ପାଓ୍ବାର! ବଡ଼ ସୂଚନା ଦେଇ କହିଲେ…

ମୁମ୍ବାଇ,୫।୧୧: ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରର ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହି ସମୟରେ ଏନସିପି ନେତା ଶରଦ ପାୱାର ରାଜନୀତିରୁ ଅବସରକୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri