ଗୁହାଳ ଖୋଜା

କଟକରେ ଏବେ ଗୁହାଳ ଖୋଜା ଚାଲିଛି। ସାଧାରଣତଃ ଗଁ।ଗହଳିରେ ବର୍ଷାଦିନ ପୂର୍ବରୁ ଜାଳକାଠକୁ ସାଇତି ରଖିବା ପାଇଁ ଲୋକେ ଭାଡ଼ି (ଅସ୍ଥାୟୀ କୁଡ଼ିଆ) ନିର୍ମାଣ କରିଥାନ୍ତି। ସେଥିରେ ଜାଳକୁ ବର୍ଷାଦାଉରୁ ରକ୍ଷା କରିଥାନ୍ତି। ଏହାବାଦ୍‌ ମୁଗ ବୋତି (ମୁଗ ଶୁଖିଲା ପତ୍ର)କୁ ଗୋରୁଙ୍କୁ ବର୍ଷା ଦିନେ ଖାଇବାକୁ ଦେବା ପାଇଁ ମଧ୍ୟ ଭାଡ଼ି ତିଆରି ହୋଇଥାଏ। କିନ୍ତୁ ଏହି ଭାଡ଼ିଗୁଡ଼ିକ ଏବେ ଗୁହାଳର ମାନ୍ୟତା ପାଉଛି। ରାତାରାତି ଜାଳ ଓ ବୋତି ଭାଡ଼ିଗୁଡ଼ିକ ଗୁହାଳ ପାଲଟିବା ପଛରେ ଫନୀ ବାତ୍ୟାର ହାତ ରହୁଛି। କାରଣ ଫନୀରେ ଭାଙ୍ଗିଯାଇଥିବା ଗୁହାଳଗୁଡ଼ିକ ପାଇଁ ସରକାର ଗୁହାଳ ପିଛା ୨୧ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଉଛନ୍ତି। ତେଣୁ ଏହି ଅର୍ଥ ହାତେଇବା ପାଇଁ ଘରେ ଗୋରୁ ଥାଆନ୍ତୁ କି ନ ଥାନ୍ତୁ କିନ୍ତୁ ଗୁହାଳ ଥିବା ଦର୍ଶାଯାଉଛି। ଜାଳ, ବୋତିଭାଡ଼ିକୁ ଗୁହାଳ ଦର୍ଶାଇବାରେ ଲୋକମାନଙ୍କୁ ଭରପୂର ସହାୟତା ଯୋଗାଉଛନ୍ତି ତହସିଲର କର୍ମଚାରୀମାନେ। ଯେହେତୁ ୨୧ହଜାର ଟଙ୍କା ସହାୟତା ମିଳିବ ତେଣୁ ସେଥିରୁ ଯଦି ୫ରୁ ୧୦ହଜାର ବାଟରେ ଖର୍ଚ୍ଚ ହେଉଛି, ସେଥିପ୍ରତି ନକଲି ଗୁହାଳଧାରୀମାନେ ଚିନ୍ତା କରୁନାହାନ୍ତି। ତେଣୁ ତହସିଲ କର୍ମଚାରୀମାନେ ଗଁ। ଗଁ। ବୁଲି ଗୁହାଳ ଖୋଜୁଥିବାବେଳେ ଗୁହାଳ ମାଲିକ ହେବା ପାଇଁ ଲୋକମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି। ରାତି ପାହିଲେ ବିଭିନ୍ନ ତହସିଲ ଅଫିସ୍‌ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ ଜିଲା ଜରୁରିକାଳୀନ ବିଭାଗ କାର୍ଯ୍ୟାଳୟରେ ତାହାଠୁ ଅଧିକ ଦରଖାସ୍ତର ଭିଡ଼। ଏହି କ୍ରମରେ ଦେଖିଲେ କଟକ ଜିଲାରେ ବର୍ତ୍ତମାନ ସୁଦ୍ଧା ୨୮ହଜାର ୭୫ଟି ଗୁହାଳ ଚିହ୍ନଟ କରାଯାଇଛି। ଏହି ଗୁହାଳଗୁଡ଼ିକ ପାଇଁ ୫ କୋଟି ୮୯ ଲକ୍ଷ ୫୭ହଜାର ୫୦୦ ଟଙ୍କାର ସହାୟତା ରାଶି ଆବଶ୍ୟକ ଥିବା ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି। ବାସ୍ତବରେ ସେହି ୨୮ହଜାର ୭୫ ଗୁହାଳ ଭିତରେ ଗୋରୁ ରହୁଥିଲେ ନା ଜାଳକାଠ ଆଦି ରହୁଥିଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ। ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ପ୍ରକୃତ ହିତାଧିକାରୀ ଏହାର ଫାଇଦା ପାଇ ନ ଥାନ୍ତି। ମୁଖ୍ୟତଃ ଫନୀ ଯଦି କାହାର ସର୍ବାଧିକ କ୍ଷତି କରିଛି, ତେବେ ପରିବେଶର କରିଛି, ଯାହାର ପରିଣାମ ସମସ୍ତଙ୍କୁ ତତ୍କାଳ ଭୋଗିବାକୁ ପଡ଼ିଛି। ମେ’ର ପ୍ରଚଣ୍ଡ ଉତ୍ତାପକୁ ଦେଖି ପରିବେଶ ବିଜ୍ଞାନୀମାନେ ସିଧାସଳଖ ଫନୀରେ ଉଜୁଡିଯାଇଥିବା ସବୁଜିମାକୁ ଦାୟୀ କରିଥିଲେ। ସରକାର ଏବେ ଫନୀ କ୍ଷୟକ୍ଷତିର ଭରଣା ପାଇଁ ତତ୍ପର ହୋଇଛନ୍ତି। ସରକାର ଯେତିକି ତତ୍ପର, ଫନୀରୁ ଫାଇଦା ମାରିବାକୁ ଅନେକ ସରକାରୀ ଅଧିକାରୀ, ନେତା ଓ ଲୋକେ ମଧ୍ୟ ଅଧିକ ତତ୍ପର ହୋଇଉଠିଛନ୍ତି। ହେଲେ ପ୍ରତିବାଦ କରିପାରୁ ନ ଥିବା ପରିବେଶ ନିଜର ଉଜୁଡ଼ା ନଗ୍ନ ରୂପକୁ ଧରି ମୂକପ୍ରାୟ ଛିଡ଼ା ହୋଇଥିବା ବେଳେ ସଚେତନ ଲୋକମାନେ ଗୁହାଳ ଖୋଜାକୁ ଦେଖି ମୁଣ୍ଡରେ ହାତଦେଇ ବସିବାକୁ ବାଧ୍ୟ ହେଉଛନ୍ତି।
– ନିର୍ମଳ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri