ଗୃହିଣୀଙ୍କ ପାଇଁ..

ଆଲମୀରାର ବହିପତ୍ର ଥିବା ଥାକରେ ଚନ୍ଦନ କାଠ ଖଣ୍ଡଟିଏ କିମ୍ବା ଶୁଖିଲା ନିମ୍ବପତ୍ର ରଖିଲେ ଏଥିରେ ପୋକ ଲାଗିବେ ନାହିଁ।
ମିରର୍‌କୁ ପରିଷ୍କାର କରିବାକୁ ହେଲେ ଉଷୁମ ପାଣିରେ ଏକ ଚାମଚ ଭିନେଗାର ମିଶାଇ କପଡା ଦ୍ୱାରା ସଫା କରନ୍ତୁ। ପରେ କାଗଜରେ ପୋଛି ଦିଅନ୍ତୁ।
ତାଓ୍ବାକୁ ପରିଷ୍କାର କରିବାକୁ ହେଲେ ଏକ ଶୁଖିଲା କପଡାରେ କେଚ୍‌ଅପ୍‌ ଲଗାଇ ରଗଡି ସଫା କରନ୍ତୁ। ପରେ ପାଣିରେ ଧୋଇଦିଅନ୍ତୁ। ଆପଣ ଚାହିଁଲେ କେଚ୍‌ଅପ୍‌ ବଦଳରେ ଲେମ୍ବୁର ବ୍ୟବହାର କରିପାରିବେ।
ଘରର କାଚ ଆଦି ସାମଗ୍ରୀ ସଫା କରିବା ପାଇଁ କାଗଜର ବ୍ୟବହାର କରନ୍ତୁ। ପରେ ଟେଲ୍‌କମ୍‌ ପାଉଡର ପକାଇ ପୋଛି ଦିଅନ୍ତୁ।
ଫର୍ଣ୍ଣିଚରରେ ଥିବା ଦାଗ ଛଡାଇବା ପାଇଁ ପେଟ୍ରୋଲିୟମ୍‌ ଜେଲି ବ୍ୟବହାର କରନ୍ତୁ। ଦାଗ ହୋଇଥିବା ସ୍ଥାନରେ ପେଟ୍ରୋଲିୟମ୍‌ ଜେଲି ଲଗାଇ ରାତିସାରା ରଖନ୍ତୁ। ପରଦିନ ସକାଳେ ସ୍ପନ୍‌ଜ କିମ୍ବା କପଡା ଦ୍ୱାରା ଏହାକୁ ସଫା କରନ୍ତୁ।
କମଳା ଚୋପାକୁ ଖରାରେ ଶୁଖାନ୍ତୁ। ଏହାକୁ ଗୁଣ୍ଡ କରି ଆଲମୀରାର କୋଣମାନଙ୍କରେ ପକାନ୍ତୁ। ଏପରି କଲେ କପଡାରେ ପୋକ ଲାଗିପାରିବେ ନାହିଁ।
ରୋଷେଇ ଘରର ସିଙ୍କ୍‌ ସଫା କରିବା ପାଇଁ ଅଧା କପ୍‌ ଭିନେଗାରରେ ଏକ ଚାମଚ ଲେମ୍ବୁରସ ଏବଂ ବେକିଂ ସୋଡା ମିଶାଇ ସିଙ୍କ୍‌ ରେ ପକାନ୍ତୁ। ୧୦- ୧୫ ମିନିଟ୍‌ ପରେ ବ୍ରସ୍‌ରେ ରଗଡି ଗରମ ପାଣିରେ ସଫା କରନ୍ତୁ।
ଘରର ଟାଇଲ୍‌ ସଫା କରିବା ପାଇଁ ଡିଟରଜେଣ୍ଟ୍‌ ପାଉଡର ବ୍ୟବହାର କରନ୍ତୁ।
ଯଦି କଳା ପିମ୍ପୁଡି ଦାଉରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ତେବେ ଅଟାରେ ଚିନି ଏବଂ ହଳଦୀ ମିଶାଇ ଉକ୍ତ ସ୍ଥାନରେ ଛିଞ୍ଚି ଦିଅନ୍ତୁ।
ଆଲୁମିନିୟମ୍‌ ପାତ୍ରକୁ ସଫା କରିବାକୁ ହେଲେ ଏଥିରେ ପାଣି ଏବଂ ସେଓର ଚୋପା ମିଶାଇ ଫୁଟାନ୍ତୁ। ପରେ ଏହାକୁ ସଫା କରନ୍ତୁ।
ରବର ଖେଳଣାକୁ ପରିଷ୍କାର କରିବାକୁ ହେଲେ ପ୍ରଥମେ ବେକିଂ ସୋଡାରେ ଧୋଇ ପରେ ପାଣିରେ ଧୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ସକାଳେ ପିଇବେ ଲେମ୍ବୁ ପାଣି

ଆମର ଅନିୟମିତ ଜୀବନ ଶୈଳୀ ଏବେ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଅସମୟରେ ଅନେକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ହେଲେ...

ସୁନା ହଜିବା କାହିଁକି ଅଶୁଭ? ଦେଖାଯାଏ ଖରାପ ସଙ୍କେତ

ହିନ୍ଦୁ ଧର୍ମରେ ସୁନାକୁ ସବୁଠାରୁ ପବିତ୍ର ଧାତୁ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କାରଣରୁ...

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ…

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ… ଓଜନ ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ...

ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ...

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ...

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ...

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ।...

ଅସ୍ଥିକୁ ଶକ୍ତ କରେ ଖଜୁରି

ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image