ଜଗତସିଂହପୁର ଅଫିସ,୧୦ା୬: ବୁଧବାର ଜଗତସିଂହପୁର ଜିଲାରେ ସର୍ବାଧିକ ୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଛି। ତେବେ ଏଥିମଧ୍ୟରୁ ୬୮ଜଣ ସୁସ୍ଥ ହୋଇଥିବା ବେଳେ ଅବଶିଷ୍ଟ ୬୨ଜଣ ଚିକିତ୍ସାଧୀନ ଅଛନ୍ତି । ବୁଧବାର ଚିହ୍ନଟ ୩୩ଜଣଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକ ଅଞ୍ଚଳର ୮ ଜଣ ଥିବାବେଳେ କୁଜଙ୍ଗ ୩, ନାଉଗାଁ ୧୮, ରଘୁନାଥପୁର ୨ ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ୨ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗୁଜରାଟ ଫେରନ୍ତା ୧୮ ଜଣ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୭, ପଶ୍ଚିମବଙ୍ଗରୁ ୫, ତାମିଲନାଡୁରୁ ୨ ଓ ଦିଲ୍ଲୀରୁ ଜଣେ ଫେରି ବିଭିନ୍ନ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହୁଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ କିମ୍ସ ଓ ପାରାଦ୍ୱୀପସ୍ଥିତ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଚାଲିଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଜଗତ୍ସିଂହପୁର