ଜଲିଲା ୫ଟି ଜୁଇ, ଲୁହରେ ଭାସିଲା ଖୁର୍ସେଲଗୁଡା

KALAHANDI FILE 1

ଜୁନାଗଡ,୨୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଜାରିଙ୍ଗ ଛକ ୨୬ ନଂ. ଜାତୀୟ ରାଜପଥରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଓ କାର ମଧ୍ୟରେ ମୁହଁ।ମୁହିଁ ଧକ୍କା ହୋଇଥିଲା । କାରରେ ବସିଥିବା ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଜୁନାଗଡ ବ୍ଲକ ଗୌଡଛେଣ୍ଡିଆ ପଞ୍ଚାୟତ ଖୁର୍ସେଲଗୁଡା ଗ୍ରାମର ଆଶୁତୋଷ ବେହେରା (୬୫), ପୁଅ ବିନାୟକ ଓରଫ୍‌ ବିକି (୩୨), ନାତୁଣୀ ସୋଭି (୬), ୫ ମାସର ଶିଶୁକନ୍ୟା ଓ ଆଶୁତୋଷଙ୍କ ଭାଇ ଜଗନ୍ନାଥ (୫୫) । ଗୁରୁତର ବ୍ୟକ୍ତି ହେଲେ ବିନାୟକଙ୍କ ସ୍ତ୍ରୀ ନିଭିୟା (୨୮) ଓ ଚାକରାଣୀ ଖେନଜି କଟା । ଖେନଜି ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ନିଭିୟାଙ୍କ ଅବସ୍ଥା ଉଦ୍‌ବେଗ ଥିବାରୁ ତାଙ୍କୁ ବିଶାଖପାଟଣା ସ୍ଥାନାନ୍ତରିତ କରାଯାଇଛି। ପ୍ରକାଶ ଯେ, ଖର୍ସେଲଗୁଡା ଗ୍ରାମର ଆଶୁତୋଷ, ଭାଇ ଜଗନ୍ନାଥ, ବୋହୁ ନିଭିୟା, ୨ ଛୋଟ ନାତୁଣୀ ଚିକିତ୍ସା ପାଇଁ ଗତ ୨ଦିନ ତଳେ ବିଶାଖପାଟଣାକୁ ଯାଇଥିଲେ। ତାଙ୍କ ସହ ଚାକରାଣୀ ଖେନଜି ମଧ୍ୟ ରହିଥିଲେ। ସେଠାରୁ ଚିକିତ୍ସା ସାରି ବୁଧବାର ଭୋର ସମୟରେ ସେମାନେ ଲିଙ୍କ ଏକ୍ସପ୍ରେସ ଯୋଗେ ଆସି କେସିଙ୍ଗା ଷ୍ଟେଶନରେ ଓହ୍ଲାଇଥିଲେ। ସେମାନେ ଆସିବା ଖବର ଶୁଣି ପୁଅ ବିକି ଘରୁ କାର ନେଇ କେସିଙ୍ଗାଙ୍କୁ ଯାଇଥିଲେ। ସେଠାରୁ କାର (ନଂ.ଓଡି୩୩ଜେ-୪୬୮୫) ଯୋଗେ ଘରକୁ ଫେରୁଥିବାବେଳେ ଭୋର ୪ଟାରେ ଜୁନାଗଡ ବ୍ଲକ ୨୬ ନଂ. ଜାତୀୟ ରାଜପଥ ଜାରିଙ୍ଗ ଛକଠାରେ ଏକ ଟ୍ରକ୍‌ (ନଂ.ଓଡି୦୮ଏ-୮୨୯୨) ସହିତ ଧକ୍କା ହୋଇଥିଲା। କାର ଚଲାଉଥିବା ଆଶୁତୋଷ ଓ ତାଙ୍କ ସହ ଆଗରେ ବସିଥିବା ଭାଇ ଜଗନ୍ନାଥଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। କାର ପଛପଟେ ବସିଥିବା ପୁଅ ବିନାୟକ ଓରଫ ବିକି, ବୋହୁ ନିଭିୟା, ୨ ଛୋଟ ନାତୁଣୀ ଓ ଚାକରାଣୀ ଖେନଜିଙ୍କୁ ଗୁତୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିନାୟକ ଓ ୨ ଛୋଟ ଝିଅଙ୍କ ମୃତ୍ୟୁ ହୋଇଥିଲା। ମଧ୍ୟାହ୍ନରେ ବ୍ୟବଚ୍ଛେଦ ପରେ ସମ୍ପର୍କୀୟ ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ମୃତ ଶରୀର ଅପରାହ୍ନରେ ଗାଁରେ ପହଞ୍ଚତ୍ବା ପରେ କାନ୍ଦବୋବାଳିରେ ଖୁର୍ସେଲଗୁଡା ଗ୍ରାମ ଫାଟି ପଡିଥିଲା। ଚାରିଆଡେ ଶୋକର ଛାୟା ଖେଳିଯାଇଥିଲା। ଗୋଟିଏ ସ୍ଥାନରେ ପରିବାରର ୫ଜଣଙ୍କ ଜୁଇ ଜଳିଥିଲା। ଶେଷଦର୍ଶନ ସମୟରେ ଅଞ୍ଚଳର ଶତାଧିକ ଲୋକଙ୍କ ଜନସମାଗମ ହୋଇଥିଲା। ବୁଧବାର ସକାଳେ ଏହି ଘଟଣା ଜଣାପଡିବା ପରେ ଖୁର୍ସେଲଗୁଡା ତଥା ଜୁନାଗଡ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ମୃତ ଆଶୁତୋଷ କଳାହାଣ୍ଡି ଜିଲାର ଜଣେ ସୁପରିଚିତ ରାମାୟଣ ଗାୟକ ଥିବାବେଳେ ଜଗନ୍ନାଥ ଜଣେ ଉତ୍ତମ ଶିକ୍ଷକ ଭାବେ ଅଞ୍ଚଳରେ ପରିଚିତ ରହିଥିଲେ। ସେ ହାବସପୁର ଏନୟୁଏଚ୍‌ଏସରେ ଶିକ୍ଷକତା କରୁଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡିକୁ ସ୍ଥାନୀୟ ପୋଲିସ ଜବତ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com
Your Paragraph Text 1 1

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨: ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

Your Paragraph Text 1

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

U0k3o5c8 Jasprit Bumrah 625x300 14 December 25

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

90 3

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

78 1

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

Aaa

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) : ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

3232 1

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

Your Paragraph Text

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Advertisement

ଧରିତ୍ରୀ କାର୍ଟୁନ

Archives

Dharitri Rashifala2
Model This Week
ମଣ୍ଟୁ

ପିଲାଙ୍କ ଧରିତ୍ରୀ

PILANKA DHARITRI
Why Dharitri