Posted inଖେଳ

ଗୋଟିଏ ବର୍ଷରେ ସର୍ବାଧିକ ଶତକ

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅଧିକ ସଂଖ୍ୟାରେ ଶତକ ହାସଲ କରିବା ନିଶ୍ଚିତ ଭାବେ ଏକ ବଡ଼ ସଫଳତା। ଏଥିରେ ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ବିରାଟ କୋହଲି ସବୁଠାରୁ ଆଗରେ ରହିଛନ୍ତି …

କ୍ରିକେଟରେ ଶତକ ହାସଲ କରିବା ଏକ ସ୍ବତନ୍ତ୍ର କଳା। ଅବଶ୍ୟ ସମସ୍ତଙ୍କ ପାଖରେ କଳା ନ ଥାଏ। କେତେଜଣ ହାତଗଣତି ବ୍ୟାଟ୍ସମ୍ୟାନ ନିଜ ଦକ୍ଷତା ଓ ପ୍ରତିଭା ଯୋଗୁ ଅନାୟାସରେ ଗୋଟିଏ ପରେ ଗୋଟିଏ ଶତକ ହାସଲ କରିବାର କ୍ଷମତା ରଖିଥାନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ସଚିନ ତେନ୍ଦୁଲକର, ଜ୍ୟାକ କାଲିସ୍‌, ରିକି ପଣ୍ଟିଂ ଓ କୁମାର ସାଙ୍ଗକାରା। ଏହି ବ୍ୟାଟ୍ସମ୍ୟାନମାନେ ଅନ୍ୟମାନଙ୍କ ତୁଳନାରେ ଶତକ ହାସଲ ଦୃଷ୍ଟିକୋଣରୁ ବହୁ ଆଗରେ ରହିଛନ୍ତି। ୨୦୧୯ରେ ଭାରତୀୟ ଓପନର ରୋହିତ ଶର୍ମା ଶତକ ହାସଲ ତାଲିକାରେ ବହୁ ଆଗରେ ରହିଛନ୍ତି। ୩ଟି ଯାକ ଫର୍ମାଟ ଦୃଷ୍ଟିକୋଣରୁ ଚଳିତ ବର୍ଷ ଏପର୍ଯ୍ୟନ୍ତ ୮ଟି ଲେଖାଏ ଶତକ ହାସଲ କରି ସର୍ବାଗ୍ରେ ରହିଛନ୍ତି।
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଅରବିନ୍ଦ ଡି ସିଲଭା (୧୯୯୭), ତିଲକରତ୍ନେ ଦିଲସାନ (୨୦୦୯), ରାହୁଲ ଡ୍ରାଭିଡ୍‌ (୧୯୯୯) ଓ ହାସିମ ଅମଲା (୨୦୧୦)। ଏମାନେ ସମସ୍ତେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦ଟି ଶତକ ହାସଲ କରିଥିଲେ।
ରିକି ପଣ୍ଟିଂ (୧୧ ଶତକ, ୨୦୦୩) ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୂପେ ପରିଗଣିତ ହୁଅନ୍ତି। ସେ ଏକଦା ବିଶ୍ୱ କ୍ରିକେଟରେ ବୋଲରଙ୍କ ପାଇଁ ଦୁଃସ୍ବପ୍ନ ଥିଲେ। ପୁଲ୍‌ ଶଟ୍‌ ଖେଳିବାରେ ସେ ଧୂରନ୍ଧର ଥିଲେ। କ୍ରମାଗତ ଭାବେ ସ୍ଥିର ପ୍ରଦର୍ଶନ କରି ସେ ଦଳକୁ ବହୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି। ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦୁଇଥର ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲା। ୩ଟି ଯାକ ଫର୍ମାଟରେ ସେ ବିଶ୍ୱର ତୃତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି। କୁମାର ସାଙ୍ଗକାରା ଓ ସଚିନ ତେନ୍ଦୁଲକରଙ୍କ ପଛରେ ସେ ରହିଛନ୍ତି। ୨୦୦୩ରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ବର୍ଷ ସେ ୪୫ଟି ମ୍ୟାଚ୍‌ ଖେଳି ୨୬୫୭ ରନ ସଂଗ୍ରହ କରିବା ସହ ୧୧ଟି ଶତକ ଅର୍ଜନ କରିଥିଲେ। ଏଥିରେ ୬ଟି ଟେଷ୍ଟ ଓ ୫ଟି ଦିନିକିଆ ଶତକ ସାମିଲ ରହିଛି। ସେ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।
ବିରାଟ କୋହଲି (୨୦୧୭ ଓ ୨୦୧୮ରେ ୧୧ଟି ଶତକ)ଭାରତୀୟ ଅଧିନାୟକ ବିରାଟ୍‌ କୋହଲି ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୂପେ ପରିଗଣିତ ହେଉଛନ୍ତି। ପ୍ରତ୍ୟେକ ମ୍ୟାଚ୍‌ ଖେଳିବା ବେଳେ ସେ ରେକର୍ଡ ଭାଙ୍ଗିଥାନ୍ତି। କ୍ରିକେଟର ୩ଟି ଯାକ ଫର୍ମାଟରେ କୋହଲିଙ୍କ ଆଭରେଜ ୫୦ରୁ ଊର୍ଦ୍ଧ୍ୱ ରହିଛି। ଏହା ତାଙ୍କ ପ୍ରଦର୍ଶନରେ ସ୍ଥିରତା ଦର୍ଶାଉଛି। ୨୦୧୭ ଓ ୨୦୧୮ରେ ସେ ୧୧ଟି ଲେଖାଏ ଶତକ ହାସଲ କରିଥିଲେ। ୨୦୧୭େରେ ସେ ୬ଟି ଟେଷ୍ଟ ଓ ୫ଟି ଦିନିକିଆ ଶତକ ଅର୍ଜନ କରିଥିଲେ। ସେହିପରି ୨୦୧୮ରେ ମଧ୍ୟ ସେ ଏହି ପ୍ରଦର୍ଶନକୁ ଦୋହରାଇଥିଲେ। ଚଳିତ ବର୍ଷ ସେ ଏପର୍ଯ୍ୟନ୍ତ ୬ଟି ଶତକ ହାସଲ କରିଛନ୍ତି।
ସଚିନ ତେନ୍ଦୁଲକର (୧୯୯୮ରେ ୧୨ଟି ଶତକ) କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ୧୯୯୮ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ବର୍ଷ ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨, ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଥିଲେ। ପୁଣି ଏହି ବର୍ଷ ସେ ଦିନିକିଆରେ ରେକର୍ଡ ୯ଟି ଶତକ ଅର୍ଜନ କରିଥିଲେ। ସେ ସବୁ ଫର୍ମାଟ ଦୃଷ୍ଟିକୋଣରୁ ସର୍ବାଧିକ ୨୫୪୧ ରନ ସଂଗ୍ରହ କରିଥିଲେ। ୯ଟି ଦିନିକିଆ ଶତକ ସହ ଟେଷ୍ଟରେ ୩ଟି ଶତକ ହାସଲ କରିଥିଲେ। ସେ ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri