କୋରାପୁଟ,୨୭।୮(ସ୍ବ.ପ୍ର.): କୋରାପୁଟ ବ୍ଲକର ପଦ୍ମପୁର ଗ୍ରାମବାସୀ ସୋମବାର ବିଳମ୍ବିତ ରାତିରେ ୨ଟି କାଠ ବୋଝେଇ ଟ୍ରକ୍କୁ ଅଟକ ରଖିଛନ୍ତି। ଗ୍ରାମ ଜଙ୍ଗଲରୁ କାଠ କାଟିଥିବା ଅଭିଯୋଗରେ ଏହି ୨ ଟ୍ରକ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ପଦ୍ମପୁର ପଞ୍ଚାୟତରେ ଗ୍ରାମ ଜଙ୍ଗଲକୁ ଲାଗି ରହିଥିବା ଏକ ବେସରକାରୀ ଜମିରେ ଥିବା କିଛି ଗଛକୁ କାଟିବା ପାଇଁ କୋରାପୁଟ ବନ ବିଭାଗ ଅନୁମତି ଦେଇଥିଲେ। କିନ୍ତୁ ଏହି ଅନୁମତି ଜରିଆରେ ଗ୍ରାମ୍ୟ ଜଙ୍ଗଲରୁ କିଛି ମୂଲ୍ୟବାନ ଗଛ କାଟି ନେଇ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମବାସୀ ମୋହନପୋଡା ଗ୍ରାମଠାରେ ଉଭୟ ଟ୍ରକ୍କୁ ଅଟକରଖି ବନ ବିଭାଗକୁ ଜଣାଇଛନ୍ତି ।