ଗ୍ରାହକଙ୍କ ପସନ୍ଦ ଚକୁଳି ପିଠା

ବଅଁରପାଳ,୧୩।୭(ଡି.ଏନ.ଏ.)- ସକାଳ ହେଉ କି ସନ୍ଧ୍ୟା, ତାଙ୍କ ହାତ ତିଆରି ଚକୁଳି ପିଠା ଖାଇବାକୁ ଦୋକାନରେ ବଢ଼ୁଛି ଭିଡ଼। ମସଲା ଦୋସା ପାଇଁ ଗ୍ରାହକଙ୍କଠାରୁ ମିଳୁଛି ବହୁ ଅର୍ଡର। ଗ୍ରାହକଙ୍କୁ ସନ୍ତୁଷ୍ଟ କରିପାରୁଥିବାରୁ ଦୋକାନ ମାଲିକ ମଧ୍ୟ ତାଙ୍କ ଉପରେ ଖୁସି ଅଛନ୍ତି। ଭଲ ଦରମା ବି ଦେଉଛନ୍ତି। ଫଳରେ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ନେଇ ତେଲ ଲୁଣର ସଂସାର ଚଳାଇବାରେ କିଛି ଅସୁବିଧା ହେଉନି ବୋଲି କହିଛନ୍ତି ନାଲ୍‌କୋ ସେଣ୍ଟ୍ରାଲ ମାର୍କେଟ ପାଖ ଏକ ଜଳଖିଆ ଦୋକାନର ମିସ୍ତ୍ରି ରୋହିତ କୁମାର ବାରିକ (୫୩)।
ଢେଙ୍କାନାଳ ଜିଲା ଯୋରନ୍ଦା ଅଞ୍ଚଳର ରୋହିତଙ୍କ କହିବା ଅନୁଯାୟୀ, ଗଁା ସ୍କୁଲରେ ସେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି। ଆର୍ଥିକ ଅଭାବ ଯୋଗୁ ପାଠ ଛାଡ଼ିବା ପରେ ସେ ରୋଜଗାର ଆଶାରେ ଭୁବନେଶ୍ୱରକୁ ଚାଲି ଯାଇଥିଲେ। ସେଠାରେ ଏକ ହୋଟେଲରେ ଅଇଁଠା ବାସନ ମାଜୁଥିଲେ। ପରେ କଟକ, ଢେଙ୍କାନାଳ, ଗୋବିନ୍ଦପୁର, ତାଳଚେର ଅଞ୍ଚଳର ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନରେ କାମ କଲେ। ଧୀରେ ଧୀରେ ଜଳଖିଆ ଓ ମିଠା ପ୍ରସ୍ତୁତ କରିବା ଶିଖିଲେ। ଏବେ ନାଲ୍‌କୋ ଅଞ୍ଚଳର ଏକ ହୋଟେଲରେ ମିସ୍ତ୍ରି ଭାବେ କାମ କରୁଛନ୍ତି। ସ୍ବାଦିଷ୍ଟ ଚକୁଳି ଓ ଦୋସା ପ୍ରସ୍ତୁତ କରିପାରୁ ଥିବାରୁ ସମସ୍ତଙ୍କ ନିକଟରେ ସେ ପରିଚିତ ହୋଇପାରିଛନ୍ତି। ଗ୍ରାହକଙ୍କ ମନ ମୁତାବକ ଖାଦ୍ୟ ପସ୍ତୁତ କରି ସେ ମାଲିକଙ୍କ ପ୍ରିୟପାତ୍ର ହୋଇଛନ୍ତି। ଦୈନିକ ସକାଳେ ଓ ସନ୍ଧ୍ୟାରେ ତାଙ୍କ ହାତ ତିଆରି ଚକୁଳି ଓ ଦୋସା ସହ ସମ୍ବର, ଚଟଣି ଖାଇବାକୁ ଗ୍ରାହକଙ୍କ ଭିଡ଼ ହେଉଥିବାରୁ ଏହା ତାଙ୍କୁ ସନ୍ତୋଷ ଦେଉଥିବା ରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ସମୟରେ ବଜାରରୁ ଆଳୁ ବୋହିଲେ ଛାତ୍ର

ଅନୁଗୋଳ,୯ା୧୧(ଜ୍ୟୋତିରଞ୍ଜନ ସାହୁ):ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ୨ ଜଣ ଛାତ୍ର ସାଇକେଲ ନେଇ ବଜାର ଯିବା ସହ ମଧ୍ୟାହ୍ନଭୋଜନ ପାଇଁ ବସ୍ତାରେ ଆଳୁ କିଣି ଆଣିବା...

ଭାରପ୍ରାପ୍ତ ଅଧିକାରୀଙ୍କୁ ନେଇ ଚାଲିଛି ଉପଖଣ୍ଡ ପ୍ରଶାସନ

ଆଠମଲ୍ଲିକ, ୩।୧୧ (ଉଦୀପ୍ତ ପୁରୋହିତ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଥିବା ବିଭିନ୍ନ ବିଭାଗରୁ ଅଧିକାରୀଙ୍କ ବଦଳି ହେଉଛି। କେତେଜଣଙ୍କୁ ପଦୋନ୍ନତି ଦିଆଯାଇ ଅନ୍ୟତ୍ର ନିଆଯାଉଛି।...

ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ

ଅନୁଗୋଳ, ୩।୧୧(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ...

ମାର୍ଶାଲଆର୍ଟ ପ୍ରତିଯୋଗିତାରେ ଓଡ଼ିଶାରୁ ୨ ଖେଳାଳି ମନୋନୀତ

ଅନୁଗୋଳ ଅଫିସ,୩୧।୧୦(ମାନସ ବିଶ୍ୱାଳ): ଅନ୍ତର୍ଜାତୀୟ ୪ର୍ଥ ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଉଜବେଗିସ୍ଥାନରେ ନଭେମ୍ବର ୨ରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉକ୍ତ ପ୍ରତିଯୋଗିତାରେ...

ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ନେଲେ ଶପଥ

ଅନୁଗୋଳ,୩୧ା୧୦(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଗୁରୁବାର ପାଳିତ ହୋଇଛି ରାଷ୍ଟ୍ରୀୟ ଏକତା ଦିବସ। ଉପସ୍ଥିତ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ...

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ; ପ୍ରସବ କରାଇବାକୁ ୫୦୦୦ ଟଙ୍କା ଲାଞ୍ଚ ମାଗିଲେ ସରକାରୀ ନର୍ସ

ଅନୁଗୋଳ,୨୮ା୧୦: ଅତିଷ୍ଠ ହେଉଥିଲା ପ୍ରସବ ଯନ୍ତ୍ରଣା, ମାନବିକତା ହରାଇ ବସିଥିଲେ ସରକାର ଡାକ୍ତରଖାନାର ନର୍ସ। ଗର୍ଭବତୀଙ୍କ ପ୍ରସବ କରାଇବା ପାଇଁ ମାଗିଲେ ୫ ହଜାର ଟଙ୍କା...

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ବଡ଼ଧରଣର ବିସ୍ଫୋରଣ

ଅନୁଗୋଳ,୧୪ା୧୦(ଜ୍ୟୋତିରଞ୍ଜନ ସାହୁ)/ ଛେଣ୍ଡିପଦା (ଅଜିତ ଧଳ)- ଅନୁଗୋଳ ନିଶା ଶିଳ୍ପାଞ୍ଚଳଠାରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍‌ପି)ର ବଡ଼ଧରଣର ବିସ୍ଫୋରଣ ହୋଇଛି। ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ...

ଧାନବିଲରେ ପଡ଼ିଛି ହାତୀର ମୃତଦେହ

ବଇଣ୍ଡା,୧୩ା୧୦(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡରେ ପୁଣି ଏକ ମାଈହାତୀର ମୃତ ହୋଇଛି। ମାଧପୁର ରେଞ୍ଜ ଶଙ୍ଖାମାଳ ଗ୍ରାମରେ ଏକ ମାଈହାତୀର ମୃତ୍ୟୁ ହୋଇଥିବା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri