Posted inଫୁରସତ

ଗ୍ରୀନ୍‌ ପାରିକୁଦ ଅଭିଯାନରେ ହିମାଂଶୁ

ଚିଲିକା ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବଦା ବନ୍ୟା,ବାତ୍ୟାପରି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିଥାଏ। ବିଭିନ୍ନ ସମୟରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟରେ ଏହି ଅଞ୍ଚଳରେ ବୃକ୍ଷଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ଯୋଗୁ ଦିନକୁ ଦିନ ବୃକ୍ଷଲତା କମିବାରୁ ପରିବେଶ ସନ୍ତୁଳନରେ ବାଧା ସୃଷ୍ଟି ହେଉଛି । ଏପରିସ୍ଥିତିରେ ପରିବେଶକୁ ସବୁଜ ସୁନ୍ଦର କରିବାର ଚିନ୍ତା ଘାରିଛି ଜଣେ ଯୁବକଙ୍କୁ । ମାତ୍ର ପିଲାଟି ଦିନରୁ ତାଙ୍କର ବିଭିନ୍ନ ବୃକ୍ଷରୋପଣ କରିବା ଅଭ୍ୟାସ ରହିଛି ।

ବୃକ୍ଷରୋପଣ କରି ସେ ସବୁଜ ଦୁନିଆ ଗଢ଼ିବାର ପ୍ରୟାସ ଜାରି ରଖିଛନ୍ତି। ତାଙ୍କ ଗଁା ଚିଲିକା ଅଞ୍ଚଳରେ । ସେ ହେଲେ ହିମାଂଶୁ ଶେଖର ନାୟକ। ପିତାଙ୍କ ନାମ ଉପେନ୍ଦ୍ର ନାୟକ। ମା’ ସୂର୍ଯ୍ୟମଣି। ଘର ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୋମୁଣ୍ଡିଆ ଗାଁରେ, ଏକ ସାଧାରଣ ଚାଷୀ ପରିବାରରେ ତାଙ୍କର ଜନ୍ମ। ଏବେ ସେ ଛତିଶଗଡ଼ରେ ଆକ୍ସିସ୍‌ ବ୍ୟାଙ୍କର ଶାଖା ପରିଚାଳକ ଭାବେ କାର୍ଯ୍ୟରତ। ମାତ୍ର ଗାଁକୁ ଆସିଲେ ଗ୍ରାମର ଯୁବକଙ୍କୁ ନେଇ ପରିବେଶ ସୁରକ୍ଷା ସମ୍ପର୍କରେ ବିଭିନ୍ନ ପଦକ୍ଷେପ ନେଇଥାନ୍ତି। ସେ କୁହନ୍ତି, ୨୦୧୩ ମସିହା ଫାଇଲିନରେ ଯେତେବେଳେ ଗାଁକୁ ଆସିଥିଲି ସେହି ସମୟରେ ଦେଖିଲି ଚାରିଆଡ଼ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଗଛଲତା ଉପୁଡ଼ି ଭାଙ୍ଗି ନଷ୍ଟ ହୋଇଯାଇଛି କିନ୍ତୁ ଏପରି ବିପଦରୁ ପ୍ରାଣୀ ଜଗତକୁ ବୃକ୍ଷଗୁଡ଼ିକ ଯୋଦ୍ଧା ପରି ସୁରକ୍ଷା ଦେଇଥାଏ। ମାତ୍ର ଏପରି ପରିସ୍ଥିତି ଦେଖି ଦୁଃଖ ଅନୁଭବ କରିଥିଲି ଏବଂ ବୃକ୍ଷରୋପଣ ପାଇର୍ଁ ଚିନ୍ତା ବି କରିଥିଲି। ୨୦୧୫ ମସିହାରେ ମୋ ପୁଅର ଜନ୍ମଦିନରେ ଭୋଜିଭାତରେ ବିଶେଷ ଅର୍ଥଖର୍ଚ୍ଚ ନ କରି ଗଛଲଗାଇବା ଏକ ପୁଣ୍ୟ କାର୍ଯ୍ୟ ମନେକରି ପ୍ରାୟ୧ଲକ୍ଷଟଙ୍କା ଖର୍ଚ୍ଚରେ ବିଭିନ୍ନ ଫଳଗଛ ଆଣି ଲୋକଙ୍କୁ ବାଣ୍ଟିବା ସହିତ ନିଜେ ବି ଗଛ ଲଗାଇଥିଲି ।
ନିକଟସ୍ଥ ଟୁବୁକା, ସାମନ୍ତରାପୁର, ସାନଅଁଳ, ତିତିପ, ବଡ଼ଝାଡ଼, ନୂଆଗାଁ, ଝାରକଟା, ପଥରକଟା, ଅଁଳାକୁଦ, କୁରୁପାଳ, ମର୍ଦ୍ଦରାଜପୁର, ସିପିଆ, ଗୁରୁବାଇ, ଭବାନୀପୁର, ଜହ୍ନିକୁଦ, ଅଲଣ୍ଡା ଆଦି ପ୍ରାୟ ୨୫ ଖଣ୍ଡଗାଁ ଓ ୩୦ଟି ସ୍କୁଲରେ ପ୍ରାୟ ୫୦ହଜାର ଗଛ ଲଗାଇବା ଓ ଲୋକଙ୍କୁ ଚାରା ବଣ୍ଟନର ପଦକ୍ଷେପ ନେଇଥିଲି। ସେଥିରୁ ପ୍ରାୟ ୨୦ହଜାର ଗଛ ବଞ୍ଚି ରହିଛି। ଏପରି ୫ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। କେତେକ ଉତ୍ସାହୀ ଯୁବକଙ୍କୁ ନେଇ ‘ଗ୍ରୀନ ପାରିକୁଦ ଅଭିଯାନ’ ଆରମ୍ଭ କରିଛି । ଏହି ଅଭିଯାନକୁ ସାଧାରଣରେ ଉତ୍ସାହିତ କରାଯାଇଥିଲା। ପ୍ରତିବର୍ଷ ଏପ୍ରିଲ ୧ରୁ ୧୪ତାରିଖ ମଧ୍ୟରେ ବୃକ୍ଷରୋପଣ ପାଇଁ ଆମ୍ବ, ନିମ, ପଣସ, ଲେମ୍ବୁ, ପିଜୁଳି, ଡାଳିମ୍ବ, କମଳା, ବେଲ, ଦେବଦାରୁ ଆଦି ବିଭିନ୍ନ ଚାରାକୁ ଅଟୋରିକ୍ସାରେ ଆଣି ଗାଁଗୁଡ଼ିକରେ ମାଗଣାରେ ବଣ୍ଟନ କରାଯାଇଛି। ସ୍ଥାନୀୟ ସ୍କୁଲ, ଗାଁ ରାସ୍ତା କଡ଼ ଓ ପଡ଼ିଆ ଜାଗାରେ ବୃକ୍ଷରୋପଣ କରାଯାଇ ତା’ର ସୁରକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜଙ୍ଗଲ ବିଭାଗ କର୍ମଚାରୀମାନେ ବି ସହଯୋଗ କରିଥାନ୍ତି। ଚଳିତବର୍ଷ ନିଜ ବାରିରେ ପକାଇଥିବା ପ୍ରାୟ୧୫ହଜାର ଲେମ୍ବୁ, ବେଲ, ଅଁଳା, ହରିଡ଼ା, ବାହାଡ଼ା ଆଦି ଚାରା ଲୋକଙ୍କୁ ବଣ୍ଟନ କରାଯାଇଛି ।

ତିତିପ ଚାରି ଛକଠାରେ ସ୍କୁଲପିଲାଙ୍କ ମଧ୍ୟରେ ଏକ ଗ୍ରୀନ ମାରାଥନ କାର୍ଯ୍ୟକ୍ରମ କରାଯାଇଥିଲା। ଏବେ ବୃକ୍ଷରୋପଣ ଏକ ସଂକଳ୍ପରେ ପରିଣତ ହୋଇଛି ।

-ବନବିହାରୀ ବେହେରା, କୈଳାସ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

କୁକୁଡ଼ା ଆକୃତିର ସବୁଠୁ ବଡ଼ ହୋଟେଲ

ମାନିଲା: ଫିଲିପାଇନ୍ସର ନେଗ୍ରୋସ୍‌ ଅକ୍ସିଡେଣ୍ଟାଲ୍‌ ଶିଳ୍ପାଞ୍ଚଳରେ କୁକୁଡ଼ା ଆକାରରେ ଏକ ବିଶାଳ ହୋଟେଲ ରହିଛି। ନିଜର ବିଶେଷ ଡିଜାଇନ୍‌ ହେତୁ ଏହି ହୋଟେଲର ନାମ ଗିନିଜ୍‌...

ସହୃଦୟତା ଶିଖାଏ ବିଶ୍ୱ ଦୟା ଦିବସ

ଦୟା ଏକ ମହାନ୍‌ ଗୁଣ। ଏହାଦ୍ୱାରା ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତା ପ୍ରସାରିତ ହୋଇଥାଏ। ସେଥିପାଇଁ ନଭେମ୍ବର ୧୩କୁ ବିଶ୍ୱ ଦୟା ଦିବସ ଭାବରେ ପାଳନ...

୨.୩୬ ଲକ୍ଷରେ ନିଲାମ ହେଲା କ୍ୱିନ୍‌ ଏଲିଜାବେଥ୍‌-୨ଙ୍କ ବିବାହ କେକ୍‌ ଖଣ୍ଡ

ଲଣ୍ଡନ: ଦୀର୍ଘ ୭୭ ବର୍ଷ ପରେ ବ୍ରିଟେନ୍‌ର ପୂର୍ବତନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଏବଂ ପ୍ରିନ୍ସ ଫିଲିପ୍‌ଙ୍କ ବିବାହ କେକ୍‌ର ଏକ ଖଣ୍ଡକୁ ନିଲାମ କରାଯାଇଛି। ୧୯୪୭...

୨୦୪୦ ସୁଦ୍ଧା ଲୁନାର ସ୍ପେସ୍‌ ଷ୍ଟେଶନ୍‌ ନିର୍ମାଣ କରିବ ଇସ୍ରୋ

ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ଦିଗରେ ୨୦୪୦ ସୁଦ୍ଧା ଲୁନାର ସ୍ପେସ୍‌ ଷ୍ଟେଶନ୍‌ ନିର୍ମାଣ କରିବାକୁ ଭାରତୀୟ ମହାକାଶ ଗବେଷଣା...

ପେଟ୍ରୋଲ ପମ୍ପରେ ଏସବୁ ଜିନିଷ ଫ୍ରିରେ ବ୍ୟବହାର କରିପାରିବେ ଆପଣ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୧୧।୧୧: ଦେଶରେ ପ୍ରତିଦିନ କୋଟି କୋଟି ଯାନବାହାନ ଚଳାଚଳ କରୁଥିବା ଦେଖିବାକୁ ମିଳୁଛି। ଏହି ଯାନଗୁଡ଼ିକରେ ଡିଜେଲ, ପେଟ୍ରୋଲ, ସିଏନଜି ଏବଂ ଇଲେକ୍ଟ୍ରିକ ଯାନ ଅନ୍ତର୍ଭୁକ୍ତ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri