Posted inଜାତୀୟ

ଗ୍ରୀଷ୍ମୀ ପ୍ରବାହ ପାଇଁ ରାଜଧାନୀରେ ୟେଲୋ ଆଲର୍ଟ ଜାରି

ନୂଆଦିଲ୍ଲୀ,୩୧।୫: ଗ୍ରୀଷ୍ମପ୍ରବାହ ପାଇଁ ସିଝୁଛି ସାରା ଦେଶ। ବିଭିନ୍ନ ସହରରେ ଭୀଷଣ ଗରମ ସହ ଗୁଳଗୁଳି ଅନୁଭୂତ ହେଉଛି। ବହୁ ସ୍ଥାନରେ ତାପମାତ୍ରା ୪୮ ଡିଗ୍ରୀ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪୫ ଡିଗ୍ରୀକୁ ଛୁଇଁଛି। ଏଠାରେ ଭୀଷଣ ଗରମ ହେଉଥିବା ବେଳେ ‘ଲୁ’ର ପ୍ରଭାବ ଜାରି ରହିଛି। ଫଳରେ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଚଳିତ ସପ୍ତାହରେ ଦିଲ୍ଲୀରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁବ ବୋଲି ଅନୁମାନ କରାଯାଉଛି। ସେହିପରି ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ତାତି ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ଏଠାରେ ଶୁକ୍ରବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ତାପମାତ୍ରା ୪୮.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଦକ୍ଷିଣ ଭାରତ ତେଲେଙ୍ଗାନାର ବହୁ ସ୍ଥାନରେ ଏକ ମାସ ହେବ ‘ଲୁ’ର ପ୍ରଭାବ ଲାଗି ରହିଛି। ଏଥିଯୋଗୁ ଏଠାରେ ୨୨ ଦିନରେ ୧୭ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଗାମୀ ୩ଦିନ ପର୍ଯ୍ୟନ୍ତ ଲୁ’ର ପ୍ରଭାବ ଅଧିକ ରହିବ ବୋଲି ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ସ୍କାଇମେଟ। ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଝାରଖଣ୍ଡ, ଉତ୍ତର ପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ବିହାର ଓ ଓଡ଼ିଶାରେ ‘ଲୁ’ର ପ୍ରଭାବ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଗ୍ୟାସ୍‌ ଦର, ଜାଣନ୍ତୁ କେଉଁ ସହରରେ କେତେ ଥିଲା କେତେ ହେଲା…

ନୂଆଦିଲ୍ଲୀ,୧ା୧୧: ଯେତେବେଳେ ସମଗ୍ର ଦେଶ ଦୀପାବଳି ମହୋତ୍ସବରେ ମାତିଥାନ୍ତି ସେତେବେଳେ ସରକାରୀ ତୈଳ କମ୍ପାନୀଗୁଡିକ ମୁଦ୍ରାସ୍ଫୀତି ଉପରେ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଏହି କମ୍ପାନୀଗୁଡ଼ିକ...

ରାଜଧାନୀ ଆକାଶ ହେଲା ଧୂଆଁମୟ

ନୂଆଦିଲ୍ଲୀ,୧ା୧୧: ଦୀପାବଳି ସରିବା ପରେ ରାଜଧାନୀ ଦିଲ୍ଲୀ ଆକାଶ ଏବେ ଧୂଆଁମୟ ହୋଇଯାଇଛି। ଏନ୍‌ସିଆରରେ ଥଣ୍ଡା ବର୍ତ୍ତମାନ ସୁଦ୍ଧା ପଡ଼ିନାହିଁ। ଲୋକମାନେ ଏପର୍ଯ୍ୟନ୍ତ ଏସି ଏବଂ...

ଧୁମଧାମରେ ପାଳନ ହେଲା ଦୀପାବଳି, ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଲା ଦେଶ

ନୂଆଦିଲ୍ଲୀ,୩୧।୧୦: ଦୀପାବଳି ପର୍ବ କେବଳ ଭାରତରେ ନୁହେଁ ଗୁରୁବାର ସାରା ବିଶ୍ୱରେ ପାଳନ କରାଯାଇଛି। ଏହି ସମୟରେ ଲୋକମାନେ ନିଜ ଘର, ଦୋକାନ ଏବଂ ପ୍ରତିଷ୍ଠାନଗୁଡ଼ିକୁ...

ରଙ୍ଗ ବେରଙ୍ଗ ଆଲୋକରେ ଝଲସିଲା ରାମ ମନ୍ଦିର

ଅଯୋଧ୍ୟା,୩୧।୧୦: ଆଲୋକର ପର୍ବ ଦୀପାବଳି ସମଗ୍ର ଦେଶରେ ଖୁବ ଆଡମ୍ବର ସହ ପାଳନ କରାଯାଉଛି। ଏହି ଦିନ ମନ୍ଦ ଉପରେ ଭଲର ବିଜୟ, ଅନ୍ଧକାର ଉପରେ...

ଭାଜପା ସରକାର ପାଇଁ ଜମ୍ମୁ-କଶ୍ମୀର ଏକ ପ୍ରୟୋଗଶାଳା: ମେହବୁବା ମୁଫତି

ଶ୍ରୀନଗର,୩୧।୧୦: ଜମ୍ମୁ କଶ୍ମୀରର ୟୁନିଅନ ଟେରିଟୋରି ଫାଉଣ୍ଡେସନ ଦିବସ ପାଳନ ଅବସରରେ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଦେଇଥିବା ବିବୃତ୍ତିରେ ପିପୁଲ୍ସ ଡେମୋକ୍ରାଟିକ...

ମୋଦିଙ୍କ ବୟାନକୁ ନେଇ ଖାର୍ଗେ କହିଲେ ଅସମ୍ଭବ

ନୂଆଦିଲ୍ଲୀ,୩୧।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓ୍ବାନ ନେଶନ ଓ୍ବାନ ଇଲେକ୍ସନର ଶୀଘ୍ର କାର୍ଯ୍ୟକାରିତା ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ନେଇ...

ଅନନ୍ତ ଅମ୍ବାନୀଙ୍କ ବଡ ହୃଦୟ! ୩ ଆଫ୍ରିକୀୟ ହାତୀଙ୍କୁ ଦେଲେ ନୂଆ ଜୀବନ

ମୁମ୍ବାଇ,୩୧।୧୦: ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ପଶୁ ପ୍ରତି ଥିବା ପ୍ରେମ ଅଳ୍ପ ବହୁତେ ସମସ୍ତଙ୍କୁ ଜଣା। ବର୍ତ୍ତମାନ ସେ ତିନି...

ଦୀପାବଳିରେ ବଡ଼ ଅଘଟଣ, ଜଳିଗଲା ୬୬ ଦୋକାନ

ବୋକାରୋ,୩୧।୧୦: ଆଲୋକର ପର୍ବ ଦୀପାବଳି ଅବସରରେ ଝାଡ଼ଖଣ୍ଡରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି। ବୋକାରୋର ମାରଗା ପୋଲ ନିକଟରେ ବାଣ ଦୋକାନରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri