ପରଜଙ୍ଗ,୩୦।୯(ଡି.ଏନ.ଏ)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ସରାଙ୍ଗ ସୁବର୍ଣ୍ଣ ପାଟଣା ସାହିର ଲକ୍ଷ୍ମୀଧର ବେଜଙ୍କ ଘରେ ଥିବା ଗ୍ୟାସ ଟାଙ୍କିରୁ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଘରେ ଥିବା ଆସବାବ ପତ୍ର ସମେତ ବହୁ ସାମଗ୍ରୀ ପୋଡ଼ିଯାଇଛି। ଏଥିସହିତ ଆଜବେଷ୍ଟସ ଭାଙ୍ଗିଯାଇଛି। ଖବରପାଇ ପରଜଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବରପାଇ କୁଆଳୋ ଆରଆଇ ଅପର୍ଣ୍ଣା ପ୍ରିୟଦର୍ଶିନୀ ପହଞ୍ଚି ତଦନ୍ତ କରିବାସହ ମଙ୍ଗଳବାର ଅଗ୍ନିବିପନ୍ନ ପରିବାରଙ୍କୁ ପଲିଥିନ ଯୋଗାଇ ଦିଆଯିବ କହିଛନ୍ତି।