ଭଟ୍ଲି, ୨୪।୯(ଡି.ଏନ୍.ଏ.): ବରଗଡ଼ ଜିଲା ଭଟ୍ଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଜନୈକା ମହିଳାଙ୍କର ମଙ୍ଗଳବାର ସକାଳେ ଗ୍ୟାସ୍ ନିଆଁରେ ପୋଡ଼ିହୋଇ ମୃତ୍ୟୁ ଘଟିଛି। ସେ ହେଲେ ଡୋଳାବତୀ ଡନସନା(୫୭)।
ପ୍ରକାଶ ଯେ, ଡୋଳାବତୀ ସବୁଦିନ ପରି ମଙ୍ଗଳବାର ସକାଳେ ରୋଷେଇ ଘରେ ଗ୍ୟାସ୍ ଚୂଲିରେ ଚା’ ତିଆରି କରୁଥିଲେ। ଏହି ସମୟରେ କୌଣସି କାରଣରୁ ସେ ତଳେ ପଡ଼ିଯାଇଥିଲେ। ଫଳରେ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା। ଘରୁ ଧୂଆଁ ବାହାରିବାରୁ ପଡ଼ୋଶୀ ଦେଖି ତାଙ୍କୁ ଉଦ୍ଧାରକରି ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡ଼ିଯାଇଥିଲା। ସେଠାରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ଭଟ୍ଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।