ଚିକିଟି,୬ା୨(ଡି.ଏନ୍.ଏ.)-କେ.ନୂଆଗଁ। ଥାନା ଚିକିଟି ଫାଣ୍ଡି ଜାନକୀ ମଣିପୁର ଶାସନରେ ବୁଧବାର ରାତି ସାଢ଼େ ୯ଟାରେ ଗ୍ୟାସ୍ ସିଲିଣ୍ଡର ଫାଟି ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ନିରଞ୍ଜନ ପାଢ଼ୀ, ତାଙ୍କ ସ୍ତ୍ରୀ ସୁନନ୍ଦା, ପୁଅ ଅଜିତ। ପଡ଼ୋଶୀ ସାଇବାଣୀ ପ୍ରଧାନ, ଦଣ୍ଡାସୀ ପ୍ରଧାନ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ନିରଞ୍ଜନ, ସୁନନ୍ଦା ଓ ଅଜିତଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାତିରେ ସୁନନ୍ଦା ରୋଷେଇ କରୁଥିବା ବେଳେ ହଠାତ୍ ସିଲିଣ୍ଡର ଫାଟିଯାଇଥିଲା। ଫଳରେ ନିଅଁ। ଲାଗି ରୋଷେଇ ଘରର କବାଟ ବାହାରି ଦାଣ୍ଡରେ ବସିଥିବା ପଡ଼ୋଶୀ ସାଇବାଣୀ ଓ ଦଣ୍ଡାସୀଙ୍କୁ ବାଜିଥିଲା। ଖବରପାଇ ଚିିକିଟି ଅଗ୍ନିଶମ ବାହିନୀ ପହଞ୍ଚତ୍ ନିଅଁ।କୁ ଆୟତ୍ତ କରିଥିଲା।