ବାଲିଗୁଡା,୨୧ା୪(ଡି.ଏନ୍.ଏ.)- ଲକ୍ଡାଉନ କଟକଣା ଯୋଗୁ ସ୍କୁଲ, କଲେଜ ଆଦି ବନ୍ଦ ରହିଛି l ଏଭଳି ସ୍ଥିତିରେ ପିଲାମାନେ ଯେପରି ଘରେ ରହି ପାଠ ପଢିପାରିବେ ସେଥିପାଇଁ ସରକାର ପିଲାଙ୍କ ପାଠ୍ୟ ପୁସ୍ତକ ଘରେ ଘରେ ପହଞ୍ଚାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ। ବାଲିଗୁଡା ବ୍ଲକର ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ବଣ୍ଟନ କରାଯାଉଛି l ସେହିପରି ଟାଉନର ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିଶିର କାନ୍ତ ଦାସ, ଆର୍ତ୍ତଚନ୍ଦ୍ର ଖଟୁଆ ଏବଂ ବାଲିଗୁଡା ବ୍ଲକ ଅନ୍ତର୍ଗତ ସୀପାଞ୍ଜିରିସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମଲୋଚନ ପଣ୍ଡାଙ୍କ ନେତୃତ୍ୱରେ ପ୍ରକାଶ ଚନ୍ଦ୍ର ମହାରଣା, ବଂଶିଧର ପଣ୍ଡାଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚତ୍ ପାଠ୍ୟପୁସ୍ତକ ପ୍ରଦାନ କରୁଛନ୍ତି।