Posted inରାଜ୍ୟ

ଘରକୁ ଫେରିଲେ ଦୁବାଇରେ ଫସିଥିବା ୨ ଶ୍ରମିକ

ନୟାଗଡ଼ ଅଫିସ,୨୯।୬: ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ କୁରୁଡ଼ଙ୍ଗ ଗ୍ରାମରେ ଦୁବାଇରେ ଫସିଥିବା ୨ ଜଣ ଓଡିଆ ଶ୍ରମିକ ଶୁକ୍ରବାର ଘରକୁ ଫେରିଛନ୍ତି। ସେମାନେ ହେଲେ ପ୍ରତାପ ମହାରଣା(୨୫) ଓ ଗୁମାନ ମହାରଣା(୪୦)। ପ୍ରତାପ ଓ ଗୁମାନ ସମ୍ପର୍କରେ ଦାଦା ପୁତୁରା । ଗ୍ରାମରେ କିଛି କାମ ନ ଥିବାରୁ ରୋଜଗାର ଆଶାରେ ଏଜେଣ୍ଟଙ୍କ ଜରିଆରେ ୧୧ ମାସ ତଳେ ଉଭୟେ ଦୁବାଇ ଯାଇଥିଲେ। ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳର ଜଣେ ଠିକାଦାର ମାସକୁ ୩୫ ହଜାର ଟଙ୍କା ଦରମା ଦେବ ବୋଲି କହି ସେମାନଙ୍କୁ ନେଇଥିଲେ। ସେଠାରେ ଦୁଃଖକଷ୍ଟରେ ରହିବା ସହ ଏକପ୍ରକାର ବନ୍ଦୀଜୀବନ ବିତାଉଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେଠାରୁ ମୁକୁଳି ଆସିଛନ୍ତି। ଶୁକ୍ରବାର ଏମାନେ ଘରକୁ ଫେରିବା ପରେ ପରିବାରରେ ଆନନ୍ଦ ଦେଖିବାକୁ ମିଳିଛି। ସେହିପରି ଘରକୁ ଫେରି ସେମାନଙ୍କ ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି।
କହିବାନୁସାରେ, ସେ ଓ ଗୁମାନ ଜୁଲାଇ ୨୦୧୮ରେ କାମ କରିବା ପାଇଁ ଦୁବାଇ ଯାଇଥିଲେ। ସେଠାରେ ଜଣେ ଠିକାଦାର ତାଙ୍କୁ ରଡ଼ ବାନ୍ଧିବା କାର୍ଯ୍ୟ କରିବାକୁ କହିଥିଲେ। ରହିବା ପାଇଁ ଘର ଦେଇଥିବା ବେଳେ ଖାଇବାକୁ କେବଳ ଭାତ ଓ ଡ଼ାଲି ଦେଉଥିଲେ। ଅନ୍ୟ କିଛି ଉପାୟ ନ ଥିବାରୁ ଏମାନେ ବାଧ୍ୟ ହୋଇ ତାହା ଖାଉଥିଲେ। ତାଙ୍କ ସହିତ ଗଞ୍ଜାମ ଓ ଖୋର୍ଦ୍ଧା ଜିଲାରୁ ଯାଇଥିବା ଅନ୍ୟ ୮ ଜଣ ଶ୍ରମିକ ମଧ୍ୟ ଏହି କାମ କରିଥିଲେ। ଦୁଇ ମାସ କାମ କରିବା ପରେ ଆଉ କାମ କରିବାକୁ ଦେଲେ ନାହିଁ। ଖାଇବାକୁ ମଧ୍ୟ ଦିଆଗଲା ନାହିଁ । ଏହିଭଳି ଭାବେ ତାଙ୍କୁ ହଇରାଣ କରାଗଲା। ପ୍ରଥମେ ୨/୪ମାସ ଠିକାଦାର ଜଣଙ୍କ କିଛି ଟଙ୍କା ଦେଇଥିବା ବେଳେ ଅନ୍ୟ ମାସର ଦରମା ଦେଉ ନ ଥିଲେ। ଏପରିକି ନାଲି ଆଖି ମଧ୍ୟ ଦେଖାଉଥିଲେ। ସେଠାରେ କେହି ନ ଥିବାରୁ ଶ୍ରମିକମାନେ ବାଧ୍ୟ ହୋଇ ଡରିମରି ନିର୍ଯାତନା ସହି ରହୁଥିଲେ। ଏହା ପରେ ସେମାନଙ୍କ ମଧ୍ୟରୁ ଗଞ୍ଜାମର ଜଣେ ଶ୍ରମିକ ସେମାନଙ୍କ ନିର୍ଯାତନାର ଦୃଶ୍ୟ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ। ଏହା ପରେ ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ସହଯୋଗ ଲୋଡ଼ିଥିଲେ। ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଦୁବାଇସ୍ଥିତ ଭାରତୀୟ ଦୂତାବାସଙ୍କୁ ଜଣାଇଥିଲେ। ପରେ ୨୬ ତାରିଖରେ ସମସ୍ତ ୧୦ ଜଣ ଶ୍ରମିକ ଉଦ୍ଧାର ହୋଇଥିଲେ। ଶୁକ୍ରବାର ପ୍ରତାପ ଓ ଗୁମାନ ଘରକୁ ଫେରିଛନ୍ତି। ଉଭୟଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି। ପରିବାର ଲୋକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଓଡ଼ିଶା ଭିତରେ କାମ କରିବେ, ହେଲେ ବାହାରକୁ ଯିବେ ନାହିଁ ବୋଲି ପ୍ରତାପ ଓ ଗୁମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ସେନା ଅଧିକାରୀ, ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ମାମଲା: ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର,୧୯।୯: ଶିଖ୍ ରେଜିମେଣ୍ଟର ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭାନ୍ସ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ...

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

ପୁରୀରୁ ନବୀନଙ୍କୁ ସିଧା ଟାର୍ଗେଟ କଲେ ମୋହନ ମାଝୀ, କହିଲେ ପୁରୀରେ କରୁଥିଲେ ଏଇ ରାଜନୀତି…

ଭୁବନେଶ୍ୱର,୧୯।୯: ଓଡ଼ିଶାରେ ଭାଜପାର ୧୦୦ଦିନ ପୂରଣ ହେବା ନେଇ ପୁରୀରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri