ଘରୁ ଦୂରାନ୍ତୁ ଅସରପା

ରୋଷେଇ ଘରେ ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି ବାସନ ଆଦି ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ରହୁଥିବାରୁ ଅସରପା ରହିବା ମାରାତ୍ମକ। କାରଣ ଏହା କିଚେନ୍‌ର କୋଣଗୁଡ଼ିକ ଏବଂ ପ୍ରତି ଛୋଟ ବଡ଼ ସ୍ଥାନକୁ ସହଜରେ ଯାଇ ଜୀବାଣୁ ଛାଡ଼ିଥାନ୍ତି, ଯାହାକି ଆମ ଶରୀରକୁ ଆସି ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥାଏ। ତେଣୁ କିପରି ଅସରପା ଦୂର କରିବେ ଜାଣି ରଖନ୍ତୁ…

– ବୋରାକ୍ସ ଏବଂ ଚିନିକୁ ଏକାଠି ଗୋଳାଇ ରାତିରେ କିଚେନ୍‌ରେ ଥିବା ଡ୍ର, ଆଲମିରା, ଡଷ୍ଟବିନ୍‌, ସିଙ୍କ୍‌ ଆଦି ଅସରପା ହେଉଥିବା ସ୍ଥାନରେ ରଖି ଦିଅନ୍ତୁ। ସକାଳୁ ଉଠି ଦେଖିବେ ଉକ୍ତ ସ୍ଥାନରେ ଅସରପା ମରି ପଡ଼ିଥିବେ। ତେବେ ମନେରଖନ୍ତୁ ଏପରି କରିବା ସମୟରେ ଖାଦ୍ୟ ପଦାର୍ଥ ଖୋଲାରେ ଆଦୌ ରଖନ୍ତୁ ନାହିଁ। ଘରେ ଛୋଟପିଲା କିମ୍ବା ପୋଷା ଜୀବଜନ୍ତୁ ଥିଲେ ଯେପରି ଏହା ସଂସ୍ପର୍ଶରେ ନ ଆସନ୍ତି ଧ୍ୟାନ ରଖନ୍ତୁ।
– ବୋରାକ୍ସ ବଦଳରେ ଆପଣ ବେକିଂ ସୋଡ଼ା ସହିତ ଚିନି ଗୋଳାଇ ପାରିବେ। ଏହା ମଧ୍ୟ ଅସରପା ମାରିବାରେ ସାହାଯ୍ୟ କରିବ।
– ଏକ ବାଲ୍‌ଟି ପାଣିରେ ୨ କପ୍‌ ଆମୋନିଆ ମିଶାଇ କିଚେନ୍‌ ସହିତ ଘରର ଅନ୍ୟ ଚଟାଣଗୁଡ଼ିକୁ ମଧ୍ୟ ଭଲ ଭାବେ ପୋଛି ଦିଅନ୍ତୁ। ପ୍ରତି ଦୁଇ ସପ୍ତାହରେ ଥରେ ଏପରି କରିବା ଦ୍ୱାରା ଅସରପା ସମ୍ପୂର୍ଣ୍ଣ ଦୂର ହୋଇଯିବେ।
– ୩-୪ଟି ତେଜପତ୍ରକୁ ଖରାରେ ଭଲ ଭାବେ ସୁଖାଇ ଗୁଣ୍ଡ କରିଦିଅନ୍ତୁ। କିଚେନ୍‌ରେ ଅସରପା ହେଉଥିବା ସ୍ଥାନଗୁଡ଼ିକରେ ଏହି ଗୁଣ୍ଡ ଛିଞ୍ଚିଦିଅନ୍ତୁ ଦେଖିବେ ଅସରପା ଚାଲିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆନିଭର୍ସାରିରେ ଲାଇଫ୍‌ ପାର୍ଟନର୍‌ଙ୍କୁ ଦିଅନ୍ତୁ ଏମିତି ଗିଫ୍ଟ…ହୋଇଯିବେ ଖୁସି

ବିବାହ ପରେ ପ୍ରଥମ ଆନିଭର୍ସାରିକୁ ମେମୋରେବଲ୍‌ କରିବାକୁ ଆଜିକାଲି ସବୁ କପଲଙ୍କର ଇଚ୍ଛା ରହିଛି । ତେଣୁ ଏହି ଦିନଟିକୁ କିପରି ସ୍ପେଶାଲ କରିବେ ଭାବିଭାବି...

ପିଲାଟିକୁ ଖାଦ୍ୟ ପ୍ରତି ଆଗ୍ରହ ସୃଷ୍ଟି କରାଇବାକୁ ଚାହୁଁଥିଲେ… ଆପଣାନ୍ତୁ ଏହି ଟିପ୍ସ

ପିଲାଟିକୁ ଜନ୍ମଦେବା ପରେ ତାହାର ଲାଳନପାଳନ ଦାୟିତ୍ୱ ମା’କୁ ହିଁ ନେବାକୁ ପଡ଼ିଥାଏ। କାରଣ ଶିଶୁଟିକୁ ଠିକ୍‌ ସମୟରେ ଖୁଆଇବା ସହ ତାହାର ସ୍ବାସ୍ଥ୍ୟ ପ୍ରତି...

କିଡ୍‌ନୀ ଫେଲ୍‌ ହେଲେ ଦେଖାଦିଏ ଏସବୁ ଲକ୍ଷଣ

କିଡ୍‌ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ପ୍ରତିଶତ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ...

ବାତ ବ୍ୟାଧିର ଉପଚାର

ମାନବ ଶରୀର ତ୍ରିଦୋଷ (ବାତ, ପିତ୍ତ, କଫ)ର ବିକୃତି କାରଣରୁ ବ୍ୟାଧି ଉତ୍ପନ୍ନ ହୁଏ। ବାତ ବିକୃତି କାରଣରୁ ପକ୍ଷାଘାତ (ପାରାଲିସିସ୍‌), ଆମବାତ (ରୁମାଟଏଡ୍‌ ଆଥର୍‌ରାଇଟିସ୍‌),...

ଡାକ୍ତରୀ ଜୀବନ

ମଣିଷ ସୃଷ୍ଟିର ଇତିହାସ ଯେତେ ପୁରୁଣା, ହୁଏତ ସେତିକି ପୁରୁଣା ରୋଗୀ ଆଉ ଚିକିତ୍ସକଙ୍କ ମଧ୍ୟରେ ସମ୍ପର୍କ। ତେଣୁ ମୁନିଋଷି, ଦାର୍ଶନିକ, ରାଜା ମହାରାଜା, ଏପରିକି...

ଏହି ୪ ଗୁଣ ମହିଳାଙ୍କ ଭିତରେ ଥିଲେ ଭାଗ୍ୟବାନ ହୁଅନ୍ତି ସ୍ବାମୀ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ...

ସୁଖ-ସମୃଦ୍ଧି ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ଲୁଣ, ଜାଣନ୍ତୁ କ’ଣ କୁହେ ବାସ୍ତୁ…

ଲୁଣକୁ କେବଳ ଖାଦ୍ୟରେ ବ୍ୟବହାର କରାଯାଏ ତାହା ନୁହେଁ, ସୁଖ-ସମୃଦ୍ଧି ବୃଦ୍ଧି ହେଉ ଅବା ଶରୀରର ଥକାପଣକୁ ଦୂର କରିବାରେ ବି ଏହାର ଥାଏ ଅନେକ...

କେବଳ ଘରର ସୌନ୍ଦର୍ଯ୍ୟ ନୁହେଁ, ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri