ଓ୍ବାଶିଂଟନ,୫।୬: ବୈଜ୍ଞାନିକମାନେ ପ୍ରତିଦିନ ଘରୁ ବାହାରୁ ଥିବା ପ୍ଲାଷ୍ଟିକ ପାଣି ବୋତଲ, ବ୍ୟାଗ ଭଳି ବର୍ଜ୍ୟବସ୍ତୁକୁ ନେଇ କିପରି କାମରେ ଲଗାଯାଇ ପାରିବ ତା’ ଉପରେ ଗବେଷଣା କରି ଚାଲିଛନ୍ତି। ଏବେ ଏହିସବୁ ବର୍ଜ୍ୟବସ୍ତୁରୁ ଜେଟ୍ ଇନ୍ଧନ ତିଆରି ହୋଇପାରିବ ବୋଲି ସେମାନେ ସୂଚନା ଦେଇଛନ୍ତି। ନିକଟରେ ଆମେରିକାର ଓ୍ବାଶିଂଟନ ଷ୍ଟେଟ ୟୁନିଭର୍ସିଟି(ଡବ୍ଲୁଏସ୍ୟୁ)ର ବିଶେଷଜ୍ଞମାନେ ଜେଟ୍ ଇନ୍ଧନ ତିଆରି କରିବା ପାଇଁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ସକ୍ରିୟ କାର୍ବନ ସହ ଉଚ୍ଚ ତାପମାତ୍ରାରେ ତରଳାଇଥିଲେ। ଡବ୍ଲୁଏସ୍ୟୁର ଆସୋସିଏଟ୍ ପ୍ରଫେସର ହନଓ୍ବୁ ଲେଇ କହିଛନ୍ତି, ବିଶ୍ୱରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଏବେ ଚିନ୍ତାର କାରଣ ପାଲଟିଛି। ଏବେ ଏହି ବର୍ଜ୍ୟବସ୍ତୁକୁ ରିସାକ୍ଲି କରି କାମରେ ଲଗାଇବାର ସବୁଠାରୁ ଭଲ ଉପାୟ ବାହାର କରାଯାଇଛି।