ମୁମ୍ବାଇ: ସାରା ଦେଶରେ ଗଣେଶ ଚତୁର୍ଥୀ ଖୁବ୍ ଧୁମ୍ଧାମ୍ରେ ପାଳନ କରାଯାଉଥିବା ବେଳେ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଗଣପତି ବାପ୍ପାଙ୍କୁ ଖୁବ୍ ଆଗ୍ରହ ସହକାରେ ନିଜ ନଜ ଘରକୁ ନିମନ୍ତ୍ରଣ କରିଛନ୍ତି। ଆଉ ଏଥିରୁ ବାଦ୍ ଯାଇ ନାହାଁନ୍ତି ବଲିଉଡ୍ ନାୟିକା ସୋନାଲି ବେନ୍ଦ୍ରେ। ଗତବର୍ଷ ସେ କ୍ୟାନସରର ଟ୍ରିଟମେଣ୍ଟ ପାଇଁ ନ୍ୟୁୟର୍କରେ ଥିବା ବେଳେ ଗଣେଶ ପୂଜା ଭଳି ଉତ୍ସବକୁ ପାଳନ କରି ପାରି ନ ଥିଲେ। ଆଉ ଏଥର ସେ ସୁସ୍ଥ ହୋଇ ଘରେ ପାଳନ କରିଛନ୍ତି ବିଘ୍ନ ବିନାଶକଙ୍କ ଉତ୍ସବ। ଏଥିରେ ଭାବୁକ ହୋଇ ସୋନାଲି ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି ଗତ ବର୍ଷର ଅନୁଭୁତିକୁ ସେ କେବେ ଭୁଲିବେ ନାହିଁ। ଆଉ ଏଥର ସେ ନିଜ ଘରେ ପୁଣି ଥରେ ବାପ୍ପାଙ୍କୁ ନିମନ୍ତ୍ରଣ ଦେଇ ଆଣିଥିବାରୁ ନିଜକୁ ଭାଗ୍ୟବାନ୍ ବୋଲି ମନେ କରିଛନ୍ତି।