Posted inଖେଳ

ଘରୋଇ ଇଭେଣ୍ଟଗୁଡିକ ପୁନର୍ଗଠନ କଲା ହକି ଇଣ୍ଡିଆ:୨୦୨୧ରୁ ଜାତୀୟ ଚାମ୍ପିୟନଶିପ୍‌ ଲାଗି ନୂଆ ଫର୍ମାଟ

ନୂଆଦିଲ୍ଲୀ,୧୫।୪(ପି.ଟି.):  ହକି ଇଣ୍ଡିଆ ସବୁ ଘରୋଇ ଇଭେଣ୍ଟ ତଥା ଟୁର୍ନାମେଣ୍ଟଗୁଡିକର ପୁନର୍ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଏହିକ୍ରମରେ ଜାତୀୟ ଚାମ୍ପିୟନଶିପ୍‌ଗୁଡିକ ଆସନ୍ତାବର୍ଷଠାରୁ ନୂଆ ଫର୍ମାଟରେ ଆୟୋଜନ ହେବ। ସବୁ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ, ଏକାଡେମୀ ଓ ସଂସ୍ଥାଗତ ୟୁନିଟ୍‌ରେ ହକିର ଉନ୍ନତି ପାଇଁ ଓ ଖେଳାଳି ତଥା ଆଥ୍‌ଲେଟଙ୍କ ଭାଗୀଦାରି ବଢାଇବା ପାଇଁ ହକି ଇଣ୍ଡିଆ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ହକି ଇଣ୍ଡିଆ କାର୍ଯ୍ୟକାରୀ କମିଟି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଛି।
ସବ୍‌-ଜୁନିୟର, ଜୁନିୟର ଓ ଉଭୟ ପୁରୁଷ ଓ ମହିଳା ସିନିୟର ଜାତୀୟ ଚାମ୍ପିୟନଶିପ୍‌ର ପୁନର୍ଗଠନ ହେବ। ନୂଆ ନିୟମ ଅନୁସାରେ ଜଣେ ପୁରୁଷ ଓ ମହିଳା ଖେଳାଳି ତାଙ୍କ ଦଳ ତରଫରୁ ମାତ୍ର ଗୋଟିଏ ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେବେ। ପୁଣି ଜଣେ ଆଥ୍‌ଲେଟ କେବଳ ଗୋଟିଏ ବୟସବର୍ଗର ଟୁର୍ନାମେଣ୍ଟ ଯଥା ସବ୍‌-ଜୁନିୟର, ଜୁନିୟର କିମ୍ବା ସିନିୟର ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଏହାଦ୍ୱାରା ଅଧିକରୁ ଅଧିକ ସଂଖ୍ୟାରେ ଆଥ୍‌ଲେଟ ବିଭିନ୍ନ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିବେ ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ହକି ଇଣ୍ଡିଆର ସବୁ ଜାତୀୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ହେଲେ ସବୁ ରାଜ୍ୟ ୟୁନିଟ୍‌ଗୁଡିକୁ ସବୁ ବୟସବର୍ଗରେ ରାଜ୍ୟସ୍ତରୀୟ ଚାମ୍ପିୟନଶିପ ଆୟୋଜନ କରିବାକୁ ବାଧ୍ୟତାମୂଳକ ବୋଲି କୁହାଯାଇଛି।
ପୂର୍ବରୁ ଏ ଓ ବି ଡିଭିଜନରେ ଜାତୀୟ ଚାମ୍ପିୟନଶିପ୍‌ରେ ଆୟୋଜିତ ହେଉଥିଲା। ତେବେ ଏବେ ଏହାକୁ ବାତିଲ କରାଯାଇଛି ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ କହିଛନ୍ତି। ଅଧିକ ସଂଖ୍ୟାରେ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଏକାଡେମୀ ମମ୍ବେରଗୁଡିକୁ ହକି ଆଡକୁ ଆକର୍ଷିତ କରିବା ପାଇଁ ଓ ଖେଳାଳି ସୃଷ୍ଟି କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁସ୍ତାକ କହିଛନ୍ତି। ତେବେ ଟୁର୍ନାମେଣ୍ଟ ପଲିସି, ଗାଇଡ୍‌ଲାଇନ୍‌ଗୁଡିକ ପୂର୍ବପରି ବଳବତ୍ତର ରହିବ। ସବୁ ଜାତୀୟ ଚାମ୍ପିୟନଶିପ୍‌ ଲିଗ୍‌ ଓ ନକ୍‌ଆଉଟ ଭିତ୍ତିରେ ଖେଳାଯିବ। ଅଂଶଗ୍ରହଣ କରୁଥିବା ଦଳଗୁଡିକର ସଂଖ୍ୟାକୁ ଦୃଷ୍ଟିରେ ରଖି ପୁଲ୍‌ ସଂଖ୍ୟା ମଧ୍ୟ ନିର୍ଭର କରିବ। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌)ର ସଦ୍ୟତମ ନିୟମ ଅନୁସାରେ ଟୁର୍ନାମେଣ୍ଟଗୁଡିକ ଆୟୋଜନ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର୍ଷା ସାଜିଲା ଭିଲିଆନ୍‌: ଅଧାରେ ଅଟକିଲା ଖେଳ

କାନପୁର,୨୭।୯: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ଏହି ମ୍ୟାଚ୍‌ରେ ବର୍ଷା ଭିଲିଆନ୍‌ ସାଜିଛି। ଭାରତ ପ୍ରଥମେ...

କୋହଲିଙ୍କ ପାଇଁ ପାଗଳ ୧୫ ବର୍ଷୀୟ ବାଳକ: ୫୮ କିମି ସାଇକେଲ୍‌ ଯାତ୍ରା କରି ପହଞ୍ଚିଲେ କାନପୁର

କାନପୁର,୨୭।୯: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। କାନପୁରର ଗ୍ରୀନ ପାର୍କ କ୍ରିକେଟ ଷ୍ଟାଡିୟମରେ ଏହି...

ସନ୍ୟାସ ନେବାର ୧୦ ଘଣ୍ଟା ପରେ ଫେରିଲେ ଏହି ଅଲରାଉଣ୍ଡର, ଆଇପିଏଲ ୨୦୨୫ ପାଇଁ…

ନୂଆଦିଲ୍ଲୀ,୨୭।୯: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ଅଲରାଉଣ୍ଡର ଡୱେନ ବ୍ରାଭୋ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାଭୋ ନିଜେ ୨୦୨୧ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ବର୍ତ୍ତମାନ...

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ:ଜାଣନ୍ତୁ କେତେବେଳେ,କେଉଁଠି ଦେଖିପାରିବେ ମ୍ୟାଚ୍‌

କାନପୁର, ୨୭ା୯ (ପି.ଟି.):ଭ୍ରମଣକାରୀ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହେବ। ସିରିଜ କ୍ଲିନ୍‌ ସୁଇପ୍‌ କରିବାକୁ ହେଲେ...

କାହିଁକି ହଠାତ୍‌ ଶେଷ ହେଲା ଏହି କ୍ରିକେଟରଙ୍କ କ୍ୟାରିୟର

ନୂଆଦିଲ୍ଲୀ,୨୭।୯: ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ତଥା ଭେଟେରାନ ଖେଳାଳି ଡୱେନ ବ୍ରାଭୋ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଆଘାତ ଯୋଗୁଁ ସେ...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହି ଚମକାଇଦେଲେ ଏହି କ୍ରିକେଟର୍‌

କାନପୁର,୨୬।୯: ଦ୍ୱିତୀୟ ଟେଷ୍ଟ ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। କାନପୁରର ଗ୍ରୀନ ପାର୍କରେ ଉଭୟ ଦଳ ମୁହାଁମୁହିଁ ହେବେ, କିନ୍ତୁ ଏହାପୂର୍ବରୁ ବାଂଲାଦେଶର...

ମାତ୍ର ୩୫ ରନ୍‌ କରିବା ମାତ୍ରେ ଇତିହାସ ରଚିବେ କୋହଲି: ଭାଙ୍ଗିବେ ‘ବିରାଟ’ ରେକର୍ଡ

ନୂଆଦିଲ୍ଲୀ,୨୬।୯:ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନଜର ଏକ ବଡ଼ ରେକର୍ଡ ଉପରେ ରହିଛି। କାନପୁର ଟେଷ୍ଟରେ ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ...

ମାଲକାନଗିରିକୁ ହରାଇଲା ସମ୍ବଲପୁର, ବରଗଡ଼-କେନ୍ଦୁଝର ମ୍ୟାଚ୍‌ ଅମୀମାଂସିତ

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମ୍‌ରେ ବୁଧବାର ୬୩ତମ ଆନ୍ତଃଜିଲା ସାହାଣୀ କପ୍‌ ଫୁଟବଲ ପ୍ରତିଯୋଗିତା(ସାହାଣୀ କପ୍‌) ଉଦ୍‌ଘାଟିତ ହୋଇଯାଇଛି। ଫୁଟ୍‌ବଲ୍‌ ଆସୋସିଏଶନ ଅଫ୍‌...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri