Posted inଜାତୀୟ

ଘାତକ ହେଲାଣି ସିଏଏ ନିଆଁ: ପୋଲିସ ଗୁଳିରେ ଟଳିଲେ ୩ ବିକ୍ଷୋଭକାରୀ

ମାଙ୍ଗାଲୁରୁ/ଲକ୍ଷ୍ନୌ, ୨୦।୧୨:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧକରି ଦେଶବ୍ୟାପୀ ମୁଣ୍ଡଟେକିଥିବା ଆନ୍ଦୋଳନର ନିଆଁ ଘାତକ ହେଲାଣି। କର୍ନାଟକର ମାଙ୍ଗାଲୁରୁ ଓ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଛି। ପୋଲିସର ଲାଠି ଓ ଗୁଳିମାଡ଼ରେ ୩ ଜଣଙ୍କ ଜୀବନ ଯାଇଛି। ଏହାସହ ଶତାଧିକ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ଏହା ପୂର୍ବରୁ ଉତ୍ତର-ପୂର୍ବାଞ୍ଚଳ ଓ ପଶ୍ଚିମବଙ୍ଗରେ ସିଏଏ ବିରୋଧୀ ନିଆଁ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁର କାରଣ ହୋଇଛି। କେନ୍ଦ୍ରର ଏହି ବିବାଦୀୟ ଆଇନ ପ୍ରତ୍ୟାହାରରେ ଆନ୍ଦୋଳନରତ ଲୋକଙ୍କ ଉପରେ ପୋଲିସର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
ସିଏଏ ପ୍ରତ୍ୟାହାର ଦାବିରେ ମାଙ୍ଗାଲୁରୁରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ ସହ ସେମାନଙ୍କ ସଂଘର୍ଷ ହୋଇଥିଲା। ଏଥିରେ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ ଜବାବୀ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା ବୋଲି ମାଙ୍ଗାଲୁରୁ ସିଟି ପୋଲିସ କମିଶନର ପି.ଏସ୍‌. ହର୍ଷ କହିଛନ୍ତି। ପୋଲିସ ଗୁଳିରେ ଗୁରୁତର ହୋଇଥିବା ୨ ବିକ୍ଷୋଭକାରୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାବେଳେ ଉଭୟଙ୍କ ମୃତ୍ୟୁ ଘଟିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ନ୍ୟସ୍ତସ୍ବାର୍ଥ ବ୍ୟକ୍ତିମାନେ କର୍ନାଟକରେ ଶାନ୍ତି ଓ ସହାବସ୍ଥାନ ଭଙ୍ଗ କରିବା ଲାଗି ଗୁଜବ ସୃଷ୍ଟି କରୁଥିବା ସେ ସମାଲୋଚନା କରିଛନ୍ତି। ସେହିପରି ଲକ୍ଷ୍ନୌର ପରିବର୍ତ୍ତନ ଚୌକରେ ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଟେକାମାଡ଼ କରି ଯାନବାହନ ଜାଳିଦେଇଥିଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ବିକ୍ଷୋଭକାରୀ ନ ମାନିବାରୁ ପୋଲିସ ଗୁଳି ଚଳାଇଥିଲା। ଗୁଳିମାଡ଼ରେ ଜଣେ ବିକ୍ଷୋଭକାରୀ ଟଳିପଡ଼ିଛନ୍ତି। ସମ୍ପୃକ୍ତ ବିକ୍ଷୋଭକାରୀଙ୍କୁ ଗୁରୁତର ଅବସ୍ଥାରେ କେଜିଏମ୍‌ୟୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇଛନ୍ତି। ତେବେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିବା ବିଷୟକୁ ଉତ୍ତରପ୍ରଦେଶ ପୋଲିସ ଡିଜି ଓମ୍‌ପ୍ରକାଶ ସିଂ ଖଣ୍ଡନ କରିଛନ୍ତି। ଇତିମଧ୍ୟରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ କହିଛନ୍ତି, ବିକ୍ଷୋଭକାରୀ ବା ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ଉପରେ କେହି ବଳପ୍ରୟୋଗ କରିବା ଅନୁଚିତ। ପୋଲିସ ଲାଠି କିମ୍ବା ଅନ୍ୟ କୌଣସି ଅସ୍ତ୍ର ବ୍ୟବହାର ନ କରୁ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ହତ୍ୟା ଅଭିଯୋଗରେ ମୁମ୍ବାଇରୁ ଗିରଫ ହେଲେ ଜମାଟୋ ଡେଲିଭରି ବୟ

ମୁମ୍ବାଇ,୨୯।୧୨: ଭଜନପୁର ପୋଲିସ ଷ୍ଟେଶନରେ ପଞ୍ଜୀକୃତ ହୋଇଥିବା ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାରୋଲ ଜମ୍ପରଙ୍କୁ ମୁମ୍ବାଇର ଏକ ଜନବହୁଳ ଅଞ୍ଚଳରୁ...

ଘୋଷଣା ହେଲା କଂଗ୍ରେସର ‘ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ’ ଅଭିଯାନର ନୂଆ ତାରିଖ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ତାଙ୍କ ଦଳ ଜାନୁଆରୀ ୩ ପରେ ଜୟ ବାପୁ, ଜୟ ଭୀମ ଏବଂ ଜୟ...

କାହିଁକି ଦିଲ୍ଲୀ ଗସ୍ତ କରିଛନ୍ତି ନୀତୀଶ? ଇସ୍ତଫା ଚର୍ଚ୍ଚା ମଧ୍ୟରେ ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ଲାନ

ନୂଆଦିଲ୍ଲୀ/ପାଟନା,୨୯।୧୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ଚାଲିଯିବା ମାତ୍ରେ ତାଙ୍କ ଇସ୍ତଫା ବିଷୟରେ ଆଲୋଚନା ହୋଇଥିଲା। ଏହି ଆଲୋଚନାକୁ...

ସ୍ମୃତିରେ ହୋଇଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ, ଯମୁନାରେ ବିସର୍ଜନ ହେଲା ମନମୋହନଙ୍କ ଅସ୍ଥି

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅସ୍ଥିକୁ ବିସର୍ଜନ କରିବାର ରୀତିନୀତି ରବିବାର (୨୯ ଡିସେମ୍ବର) ଦିଲ୍ଲୀର ଗୁରୁଦ୍ୱାର ମଜନୁ କା ତିଲା ନିକଟ ଯମୁନା...

ମନମୋହନ ସିଂଙ୍କ ପରେ ପରିବାରକୁ ମିଳିବ ଏତେ ସୁବିଧା, ସ୍ତ୍ରୀଙ୍କୁ ମିଳିବ…

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ମନମୋହନ...

ଅଧୁରା ରହିଗଲା ମନମୋହନଙ୍କ ଏହି ଇଚ୍ଛା…ଚାହିଁଲେ ବି ଏହି ଘୋଟାଲାରେ କୋର୍ଟ ସମ୍ମୁଖରେ ନିଜକୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିପାରିଲେ ନାହିଁ

ନୂଆଦିଲ୍ଲୀ,୨୯।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୨୬ ଡିସେମ୍ବର ୨୦୨୪ରେ ୯୨ ବର୍ଷରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଦେଶର ରାଜନୈତିକ ତଥା ଅର୍ଥବ୍ୟବସ୍ଥାରେ...

ମନମୋହନଙ୍କ ଶେଷକୃତ୍ୟବେଳେ ଅଜବ ଦୃଶ୍ୟ, ରାହୁଲ କଲେ ଏମିତି କାମ

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ଆଜି ଦିଲ୍ଲୀ ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ...

ହିମାଚଳରେ ପ୍ରବଳ ତୁଷାରପାତ

ଶିମ୍‌ଲା,୨୯।୧୨: ହିମାଚଳପ୍ରଦେଶର କୁଲ୍ଲୁ ଜିଲା ଅନ୍ତର୍ଗତ ସୋଲାଙ୍ଗ ନାଲାରେ ପ୍ରବଳ ତୁଷାରପାତ ଯୋଗୁ ମନାଲି-ଲେହ ରାଜପଥରେ ୮,୦୦୦ ପର୍ଯ୍ୟଟକ ଏବଂ ୧,୫୦୦ ଗାଡ଼ି ଫସିରହିଥିଲେ। ହିମାଚଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri