ଘୁଞ୍ଚିଲା ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର, ୨୪।୪(ବ୍ୟୁରୋ)- ବରିଷ୍ଠ ବିଜେଡି ନେତା ତଥା ପିପିଲି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ବୁଧବାର ସ୍ବତନ୍ତ୍ର ପ୍ରାଧିକୃତ କୋର୍ଟରେ ହୋଇଥିଲା। ମାତ୍ର ମତଦାନ କାର୍ଯ୍ୟରେ ବ୍ୟସ୍ତ ଥିବା ଦର୍ଶାଇ ମହାରଥୀଙ୍କ ଆକ୍ରମଣ ମାମଲାର ତଦନ୍ତକାରୀ ଅଧିକାରୀ ତାଙ୍କର କେସ୍‌ ଡାଏରୀ ଓ ଇନ୍‌ଜୁରି ରିପୋର୍ଟ କୋର୍ଟରେ ଦାଖଲ କରିପାରି ନ ଥିଲେ। ଏ ସଂକ୍ରାନ୍ତରେ ତଦନ୍ତକାରୀ ଅଧିକାରୀ କୋର୍ଟଙ୍କୁ ଅବଗତ କରାଇବା ସହ ସମୟ ମାଗିଥିଲେ। କୋର୍ଟ ଏହାକୁ ଗ୍ରହଣ କରି ଆସନ୍ତା ୨୭ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମହାରଥୀ ବିଚାର ବିଭାଗୀୟ ହେପାଜତରେ ରହିବେ। ମାତ୍ର ଅସୁସ୍ଥତା କାରଣରୁ ସେ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲର ନର୍ସିଂ ହଲ୍‌  ୫ ନମ୍ବର ଓ୍ବାର୍ଡରେ ଚିକିତ୍ସାଧୀନ ଅଛନ୍ତି।

ସୂଚନା ମୁତାବକ, ରବିବାର ମହାରଥୀଙ୍କ ପିପିଲିସ୍ଥିତ ଫାର୍ମ ହାଉସ୍‌ରେ ଭୋଜି ସହ ଟଙ୍କା ବଣ୍ଟାଯାଉଥିବା ଖବର ମିଳିବା ପରେ ରାତି ପ୍ରାୟ ୧୧ଟା ୪୫ରେ ଫ୍ଲାଇଂ ସ୍କ୍ବାଡ୍‌ ଓ ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ (ଏସ୍‌ଏସ୍‌ଟି) ଚଢାଉ କରିଥିଲା। ଏହି ସମୟରେ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ ରବିନାରାୟଣ ପାତ୍ର, ପିପିଲି ଥାନା ଏଏସ୍‌ଆଇ ବିନୟ କୁମାର ଦାସ ଓ ଡ୍ରାଇଭର ଦୀପକଙ୍କ ସମେତ ୫ଜଣଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏନେଇ ଲିଖିତ ଅଭିଯୋଗ ପରେ ପିପିଲି ପୋଲିସ ସୋମବାର ପୂର୍ବାହ୍ନ ୧୧ଟାରେ ମହାରଥୀଙ୍କୁ ଗିରଫ କରିଥିଲା। ସ୍ଥାନୀୟ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ପିପିଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ବିଚାର ଚାଲିଥିବାବେଳେ ସେ ଅସୁସ୍ଥ ହୋଇପଡିବାରୁ କୋର୍ଟଙ୍କ ଅନୁମତିକ୍ରମେ ତାଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟକୁ ଅଣାଯାଇଥିଲା। ଆଡିଶନାଲ ସେସନ୍ସ ଜଜ୍‌-୩ ଅରୁଣ କୁମାର ମଲ୍ଲିକ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ସହ ୨୪ ତାରିଖ ବୁଧବାରକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨ଦିନ ବଜ୍ରପାତ ସହ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର,୨୯।୭(ଅନୁରାଧା ମହାରଣା)- ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାବେଳେ ମଙ୍ଗଳବାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା...

ମନ୍ତ୍ରୀଙ୍କ ବଡ଼ ସୂଚନା: ପୂର୍ତ୍ତ ବିଭାଗ କାମରେ ଲାଗିବ AI

ଭୁବନେଶ୍ୱର,୨୯।୭: ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌...

ସାତକୋଶିଆରେ ନାହାନ୍ତି ବାଘ: ପିସିସିଏଫ

ଭୁବନେଶ୍ୱର,୨୯।୭: ପିସିସିଏଫ ପ୍ରେମ କୁମାର ଝା ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ସାତକୋଶିଆରେ ବାଘ ଶୂନ୍ୟ ହୋଇଯାଇଥିବା ପିସିସିଏଫ ଝା ପ୍ରକାଶ କରିଛନ୍ତି। ବର୍ତ୍ତମାନ...

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଠକି ନେଇଥିଲେ ଟଙ୍କା, ଏବେ ଗିରଫ ହେଲେ…

ଭୁବନେଶ୍ୱର, ୨୯।୭: ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଜମି ଦେବାକୁ କହି ୨୫ଲକ୍ଷ ଟଙ୍କା...

ଭୁବନେଶ୍ୱର ବିମାନବନ୍ଦରରୁ ୩୦ କୋଟି ଟଙ୍କାର ଗଞ୍ଜେଇ ଜବତ, ୩ ଅଟକ

ଭୁବନେଶ୍ୱର,୨୯।୭: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ)ରେ କମିଶନରେଟ ପୋଲିସ ବ୍ୟାଙ୍କକରୁ ଆସୁଥିବା ତିନି ଯାତ୍ରୀଙ୍କୁ ଅଟକ କରି ୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର...

ସହକାରୀ ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି ଠାବ: ଉତ୍କଳ ଗ୍ୟାଲେରିଆ, ସିମ୍ଫୋନି ମଲରେ ଦୋକାନ

ଭୁବନେଶ୍ୱର,୨୯।୭: ସଡକ ଓ ଗୃହ ନିର୍ମାଣ(R&B) ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଚଢାଉ ବେଳେ ସହକାରୀ ଯନ୍ତ୍ରୀଙ୍କ...

ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ଅଗଷ୍ଟରେ ୧୦ଦିନ ଛୁଟି ରହିବ ସ୍କୁଲ-କଲେଜ! ଦେଖନ୍ତୁ ଲିଷ୍ଟ

ଭୁବନେଶ୍ୱର,୨୯।୭: ଓଡ଼ିଶାର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। କାରଣ ଆସନ୍ତା ଅଗଷ୍ଟ ମାସରେ ସ୍କୁଲ, କଲେଜ ଏବଂ ସରକାରୀ ଅଫିସଗୁଡ଼ିକ ପ୍ରାୟ...

ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରାଥମିକ ବିଦ୍ୟାଳୟ ପିଲାଙ୍କର ବଦଳିଲା…

ଭୁବନେଶ୍ୱର,୨୯।୭: ସରକାର ନେଲେ ବଡ଼ ନିଷ୍ପତ୍ତି। ବଦଳିଲା ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଆଇକାର୍ଡ ରଙ୍ଗ। ଛାତ୍ରୀଛାତ୍ରଙ୍କ ଆଇଡେଣ୍ଟିଟି କାର୍ଡ ରଙ୍ଗ ବଦଳିବା ସହ ହାଉସ ୟୁନିଫର୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image