Posted inଖେଳ

ଚତୁର୍ଥ ଆଶେସ ଟେଷ୍ଟ: ଅଷ୍ଟ୍ରେଲିଆ ୧୮୫ ରନରେ ବିଜୟୀ

ମାଞ୍ଚେଷ୍ଟର, ୯।୯- ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ଚତୁର୍ଥ ଆଶେସ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୫ ରନରେ ଇଂଲଣ୍ଡକୁ ହରାଇ ଦେଇଛି। ୩୮୩ ରନ ବିଜୟ ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ରବିବାର ୫ମ ତଥା ଅନ୍ତିମ ଦିବସରେ ଦ୍ୱିତୀୟ ଇନିଂସରେ ୧୯୭ ରନରେ ଅଲଆଉଟ ହୋଇ ଯାଇଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୧ରେ ଅଗ୍ରଣୀଲାଭ କରିଛି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୨୧୧ ଏବଂ ଦ୍ୱିତୀୟ ଇନିଂସରେ ୮୨ ରନ କରିଥିବା ଷ୍ଟିଭ୍‌ ସ୍ମିଥ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ ବିଜୟୀ ଅଷ୍ଟ୍ରେଲିଆ ମ୍ୟାଚରୁ ବିଶ୍ୱ ଚାମ୍ପିୟନଶିପ୍‌ ଅନ୍ତର୍ଗତ ୨୪ ପଏଣ୍ଟ ପାଇଛି। ୪ ମ୍ୟାଚରୁ ୨ ବିଜୟ, ୧ ପରାଜୟ ଓ ୧ ଡ୍ର ସହିତ ଏହି ଦଳର ପଏଣ୍ଟ ସଂଖ୍ୟା ୫୬ରେ ପହଞ୍ଚତ୍ଛି। ଦୁଇ ଦଳ ମଧ୍ୟରେ ଆଉ ଗୋଟିଏ ଟେଷ୍ଟ ଅନୁଷ୍ଠିତ ହେବ। ଏହି ମ୍ୟାଚର ଫଳାଫଳ ଯାହା ହେଉନା କାହିଁକି ଆଶେସ ଟ୍ରଫି ଅଷ୍ଟ୍ରେଲିଆ ନିକଟରେ ରହିବ।
୪ର୍ଥ ଦିବସର ଅସମାପ୍ତ ସ୍କୋର ୧୮/୨ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ସତର୍କତାର ସହ ଆଗକୁ ବଢ଼ିଥିଲା। ତେବେ ସ୍କୋର ୬୬ରେ ପହଞ୍ଚାଇଥିବାବେଳେ ଜାସନ ରୟଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ପ୍ୟାଟ୍‌ କୁମିନ୍ସ। ୬୭ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଜାସନ ୪ ଚୌକା ସହାୟତାରେ ୩୧ ରନ କରିଥିବାବେଳେ କୁମିନ୍ସଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ସମ୍ପ୍ରତି ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ବିବେଚିତ ହେଉଥିବା ବେନ୍‌ ଷ୍ଟୋକ୍ସ ମାତ୍ର ୧ ରନ କରି କୁମିନ୍ସଙ୍କ ବଲ୍‌ରେ ଆଉଟ ହେବାରୁ ଇଂଲଣ୍ଡର ପରାଜୟ ଆସନ୍ନ ହୋଇ ଯାଇଥିଲା। ଆରମ୍ଭରୁ ଭଲ ଖେଳି ଅର୍ଦ୍ଧଶତକ ହାସଲ କରିଥିବା ଜୋ ଡେନ୍‌ଲି ୧୨୩ ବଲ୍‌ରୁ ୫୩ ରନ କରିଥିବାବେଳେ ନାଥାନ ଲିୟନଙ୍କ ଶିକାର ହୋଇଥିଲେ। ପରେ ଉଇକେଟ କିପର ଜନି ବେୟାରଷ୍ଟୋ(୨୫ ରନ, ୬୧ ବଲ୍‌)ଙ୍କୁ ଆଉଟ କରି ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ ସ୍ଥିତିକୁ ଅଧିକ ମଜଭୁତ କରି ଦେଇଥିଲେ। ଶେଷଭାଗରେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିବା ଜୋସ ବଟଲରଙ୍କୁ କ୍ଲିନ୍‌ ବୋଲ୍ଡ କରି ଇଂଲଣ୍ଡ ଶିବିରରେ ନୈରାଶ୍ୟ ଖେଳାଇ ଦେଇଥିଲେ ଜୋଶ ହାଜେଲଉଡ୍‌। ୧୧୧ ବଲ୍‌ର ସମ୍ମୁଖୀନ ହୋଇଥିବା ବଟଲର ୪ ଚୌକା ସହାୟତାରେ ୩୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଜୋଫ୍ରା ଆର୍ଚର ମାତ୍ର ୧ ରନ କରିବାକୁ ସକ୍ଷମ ହୋଇଥିଲେ। କ୍ରେଗ୍‌ ଓଭର୍ଟନ ଓ ଜ୍ୟାକ ଲିଚ୍‌ କିଛି ସମୟ ଲଢ଼େଇ କରିଥିଲେ ହେଁ ତାହା ଇଂଲଣ୍ଡକୁ ପରାଜୟରୁ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା। ଓଭର୍ଟନ ୧୦୫ ବଲ୍‌ରୁ ୨୧ ଓ ଲିଚ୍‌ ୫୧ ବଲ୍‌ରୁ ୧୨ ରନ କରି ଆଉଟ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌କୁମିନ୍ସ ସର୍ବାଧିକ ୪ଟି, ନାଥାନ ଲିୟନ ଓ ଜୋଶ୍‌ ହାଜେଲଉଡ୍‌ ୨ଟି ଲେଖାଏ ଏବଂ ମିଚେଲ ଷ୍ଟାର୍କ ଓ ମାର୍ନୁସ ଲାବୁସ୍କାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୪୯୭।
ଇଂଲଣ୍ଡ ପ୍ରଥମ ଇନିଂସ: ୩୦୧।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୧୮୬/୬(ଘୋଷଣା)
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୧୯୭/ଅଲଆଉଟ(ଜୋ ଡେନ୍‌ଲି-୫୩, ଜାସନ ରୟ-୩୧, ଜୋସ ବଟଲର-୩୪, କୁମିନ୍ସ-୪/୪୩, ହାଜେଲଉଡ-୨/୩୧, ଲିୟନ-୨/୫୧, ଷ୍ଟାର୍କ-୧/୪୬, ଲାବୁସ୍କାନ-୧/୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri