ଟୋକିଓ, ୧୩ା୬: ଚନ୍ଦ୍ର ଶୁଷ୍କ ବୋଲି ଆମେ ଭାବିଥାଉ। ବହୁ ଜ୍ୟୋତିର୍ବିଦ ଭାବନ୍ତି, ଆମର ଏକମାତ୍ର ଉପଗ୍ରହ ଅଙ୍ଗାରକ ଭଳି ଅସ୍ଥିର ତତ୍ତ୍ୱ ରହିତ, ଯାହା ପୃଥିବୀ ଓ ମଙ୍ଗଳ ମଧ୍ୟରେ ଧକ୍କାଖାଇ ଜଳିଯିବା ପରେ ସୃଷ୍ଟିହୋଇଛି। କିନ୍ତୁ ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ, ଜାପାନର କଗୁୟା ଉପଗ୍ରହ ଚନ୍ଦ୍ରପୃଷ୍ଠରେ କାର୍ବନ ଆୟନ ବ୍ୟାପକ ପରିମାଣରେ ଆଚ୍ଛଦିତ ହୋଇ ରହିଛି। ବିଶେଷଜ୍ଞମାନେ ଏନେଇ ସାଇନ୍ସ ଆଡ୍ଭାନ୍ସେସ୍ରେ ଦର୍ଶାଇଛନ୍ତି। କଳା ଦେଖାଯାଉଥିବା ଚନ୍ଦ୍ରପୃଷ୍ଠରେ ବାହାର ସୌର ପବନକୁ ଛାଡ଼ି ଅସମାନ ଭାବେ ପ୍ରଚୁର ପରିମାଣର ଆୟନ ବିତରଣ ହୋଇଛି। ଏହାଛଡ଼ା ଚନ୍ଦ୍ରର ନିଜସ୍ବ ଆଭ୍ୟନ୍ତରୀଣ ଅଙ୍ଗରକ ରହିଛି। ଏଭଳି ରିପୋର୍ଟ ଆପୋଲୋ ମିଶନର ପରିପନ୍ଥୀ ସଦୃଶ। ନୂଆ ରିପୋର୍ଟ ଚନ୍ଦ୍ରର ସ୍ଥିତି ଓ ଗଠନ ଲାଗି ପୁଣି ଅନୁସନ୍ଧାନକୁ ପ୍ରୋତ୍ସାହନ କରିବ ବୋଲି କୁହାଯାଉଛି।