ଚନ୍ଦ୍ରଭାଗା ଉପକୂଳରେ ଡଲ୍‌ଫିନ

ପୁରୀ ଅଫିସ, ୨୬ା୧୨: ଚନ୍ଦ୍ରଭାଗା ଉପକୂଳରେ ଡଲ୍‌ଫିନ। ଗତ କିଛିଦିନ ହେଲା କୂଳଠାରୁ ପ୍ରାୟ ୫୦୦ ମିଟର ଦୂରରେ କିଛି ଡଲ୍‌ଫିନ ଖେଳୁଥିବା ଦେଖାଯାଉଛି। ତେବେ ପର୍ଯ୍ୟଟନ ଋତୁରେ ଡଲ୍‌ଫିନଙ୍କ ଉପସ୍ଥିତି ନିଶ୍ଚିତ ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବର୍ତ୍ତମାନ ରାମଚଣ୍ଡୀ ନିକଟ ବେଳାଭୂମିରେ ଚାଲିଛି ଇକୋ ରିଟ୍ରିଟ୍‌। ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେଉଥିବାବେଳେ ପର୍ଯ୍ୟଟକମାନେ ରାତି ବିତାଉଛନ୍ତି। ସମୁଦ୍ରରେ ପର୍ଯ୍ୟଟକମାନେ ଜେଟ୍‌ସ୍କି, ସ୍ପିଡ୍‌ ବୋଟ ଏବଂ ବାନାନା ବୋଟରେ ବୁଲୁଥିବାବେଳେ ଏହି ଡଲ୍‌ଫିନଙ୍କୁ ମଧ୍ୟ ଦେଖିପାରନ୍ତି। ତେବେ ଏହା କେଉଁ ପ୍ରଜାତିର ଡଲ୍‌ଫିନ ତାହା ସ୍ପଷ୍ଟ ଜଣାପଡି ନାହିଁ। ତେବେ ଏହା ଇରାୱାଡି ପ୍ରଜାତିର ବୋଲି ଅନୁମାନ କରାଯାଉଛି।
ଗତ ଜାନୁୟାରୀ ୧୯ରେ ପୁରୀ ବନଖଣ୍ଡ ଅଧୀନ ୫ଟି ରେଞ୍ଜ ମଧ୍ୟରୁ ଗୋପ (ଡଲ୍‌ଫିନଙ୍କ ରହିବା ଲାଗି ଜଳାଶୟ ନ ଥିବାରୁ)କୁ ବାଦ୍‌ ଦେଇ ଅନ୍ୟ ୪ଟି ବ୍ରହ୍ମଗିରି, ବାଲୁଖଣ୍ଡ, କୋଣାର୍କ ଓ ଅସ୍ତରଙ୍ଗ ରେଞ୍ଜରେ ଗଣତି ହୋଇଥିଲା। ଦେବୀ ମୁହାଣଠାରୁ ଅରଖକୁଦା ମୁହାଣ ପର୍ଯ୍ୟନ୍ତ ବ୍ୟାପିଥିବା ଏହି ରେଞ୍ଜରେ ଗୋଟିଏ ହେଲେ ବି ଡଲ୍‌ଫିନ ଦେଖିବାକୁ ମିଳି ନ ଥିଲା। ଅବଶ୍ୟ କୁହୁଡି ଯୋଗୁ ଗଣନା କାର୍ଯ୍ୟ ଠିକ୍‌ ଭାବେ ହୋଇପାରି ନ ଥିବାରୁ ଡଲ୍‌ଫିନଙ୍କୁ ଠାବ କରାଯାଇପାରି ନ ଥିଲା ବୋଲି ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା କହିଥିଲେ। ତେବେ ୨୦୧୮ରେ କେଳୁଣି ମୁହାଣରେ ୫ଟି ବଟଲନୋଜ ଡଲ୍‌ଫିନ ଦେଖିବାକୁ ମିଳିଥିବାବେଳେ ଚଳିତବର୍ଷ ସଂଖ୍ୟା ଶୂନ୍‌ ରହିବାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। କୋଣାର୍କ ବନଖଣ୍ଡ ଅଧିକାରୀ ଅନନ୍ତ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଚନ୍ଦ୍ରଭାଗାରୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ ଯାଇଥିଲେ ବି ଗୋଟିଏ ହେଲେ ଡଲ୍‌ଫିନ ଠାବ କରିପାରି ନ ଥିଲେ। ହେଲେ ଚନ୍ଦ୍ରଭାଗାରେ ଡଲ୍‌ଫିନ ଦେଖାଯିବା ଘଟଣା କିଛିମାତ୍ରାରେ ଆଶ୍ୱସ୍ତି ଆଣିଛି। ଏ ସମ୍ପର୍କରେ ପୁରୀ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା କହିଛନ୍ତି, ପୁରୀ ବନଖଣ୍ଡରେ ଡଲ୍‌ଫିନ ଆଦୌ ନ ଥିବା କହିବା ଭୁଲ୍‌ ହେବ। ଚଳିତବର୍ଷ ଗଣନା ଠିକ୍‌ ଭାବେ ହୋଇପାରି ନ ଥିଲା। ଗଣନା ଲାଗି ସକାଳ ୬ଟା ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ପ୍ରବଳ କୁହୁଡି ଯୋଗୁ ୯ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ତଥାପି କୁହୁଡି ଭଲ ଭାବେ ଛାଡି ନ ଥିଲା। ତେଣୁ ଗଣନା ଯେଉଁପରି ହେବା କଥା ହୋଇପାରି ନ ଥିଲା। ଆଉଥରେ ଡଲ୍‌ଫିନ ଗଣନା କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲୁ। କିନ୍ତୁ ଏ ନେଇ କୌଣସି ସୂଚନା ଆସି ନ ଥିଲା। ଡଲ୍‌ଫିନ ନିର୍ଦ୍ଦିଷ୍ଟ ଭାବେ କୌଣସି ଗୋଟିଏ ସ୍ଥାନରେ ରହି ନ ଥାନ୍ତି। ତେଣୁ ଏବେ ଚନ୍ଦ୍ରଭାଗା ସମୁଦ୍ରରେ ଡଲ୍‌ଫିନ ବାହାରିଥିବା କିଛି ନୂଆ ନୁହେଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri