ବେଜିଂ,୧୦।୬: ଚାଇନାର ଉତ୍ତର ପୂର୍ବରେ ଥିବା ଜିଲିନ୍ ଅଞ୍ଚଳରେ ଏକ କୋଇଲା ଖଣିରେ ଦୁର୍ଘଟଣା ଘଟି ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୧୦ ଆହତ ହୋଇଥିବା ସୂଚନା ମିଳିଛି। ଚାଇନା ଗଣମାଧ୍ୟମର ସୂଚନା ଅନୁଯାୟୀ, ଭୁକମ୍ପ ଫଳରେ ଖଣି ମଧ୍ୟରେ ଥିବା ଶ୍ରମିକ ବାହାରକୁ ବାହାରି ନ ପାରି ଶ୍ୱାସରୁଦ୍ଧ ହୋଇ ଯାଇଥିଲେ ଫଳରେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।