ଚାଇନାର ବିଶାଳ ବୁଦ୍ଧମୂର୍ତ୍ତିଁ: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା

ବେଜିଂ: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ବୌଦ୍ଧଧର୍ମର ପ୍ରବର୍ତ୍ତକ ବୁଦ୍ଧଦେବଙ୍କ ବିଶାଳ ପ୍ରତିମୂର୍ତ୍ତି ପର୍ଯ୍ୟଟକଙ୍କ ନିମନ୍ତେ ପୁଣି ଉନ୍ମୁକ୍ତ କରାଯାଇଛି। ୭୧ ମିଟର ଉଚ୍ଚ ଏହି ପ୍ରତିମୂର୍ତ୍ତି ବିଶ୍ୱରେ ସର୍ବବୃହତ୍‌। ୬ମାସ ଧରି ଏହାର ମରାମତି ଚାଲିଥିଲା। ତାଙ୍ଗ୍‌ ରାଜବଂଶର ଶାସନ କାଳ (୬୧୮-୯୦୭) ମଧ୍ୟରେ ୭୧୩ ଖ୍ରୀଷ୍ଟାବ୍ଦରେ ଲେଶାନ ପର୍ବତକୁ ଖୋଦନ କରି ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇଥିଲା। ଭାରତରୁ ବୌଦ୍ଧଧର୍ମର ଉଦ୍‌ଭବ ହୋଇଥିଲେ ହେଁ ଚାଇନାରେ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର ହୋଇଥିଲା। ଏହି ପ୍ରତିମୂର୍ତ୍ତିରେ ଦାଗ ସୃଷ୍ଟିହେବା ସହିତ ଛାତି ଓ ତଳିପେଟ କ୍ଷତିଗ୍ରସ୍ତ ହୋଇଥିଲା। ୨୦୧୮ ଅକ୍ଟୋବରରେ ମରାମତି କାର୍ଯ୍ୟ ଆରମ୍ଭ ହୋଇ ଚଳିତବର୍ଷ ମାର୍ଚ୍ଚରେ ଶେଷ ହୋଇଛି। ପର୍ଯ୍ୟଟକଙ୍କ ନିମନ୍ତେ ଏହାକୁ ଶୁକ୍ରବାର ପୁନର୍ବାର ଖୋଲାଯାଇଛି। ଏଥିପାଇଁ ଉଚ୍ଚ ମାନର ପ୍ରତିରୋଧୀ ପଦ୍ଧତି, ୩ଡି ଲେଜର ସ୍କାନିଂ ଏବଂ ଡ୍ରୋନ ଏରିୟଲ ସର୍ଭେ ଭଳି ଟେକ୍ନୋଲୋଜି ବ୍ୟବହାର କରାଯାଇଥିଲା। ୟୁନେସ୍କୋ ତାଲିକାରେ ଥିବା ଏହି ସାଂସ୍କୃତିକ ଐତିହାସିକ ପ୍ରତିମୂର୍ତ୍ତିରେ ଏକାଧିକ ଥର ମରାମତି କରାଯାଇଛି। ୨୦୦୧ରେ ଉକ୍ତ ପ୍ରତିମୂର୍ତ୍ତିକୁ ପରିଷ୍କାର କରାଯିବା ସହିତ ଫାଟ ମରାମତି ଏବଂ ଡ୍ରେନେଜ ପାଇପ ସ୍ଥାପନ କରିବାରେ ୨୫୦ ନିୟୁତ ୟୁଆନ୍‌ ଖର୍ଚ୍ଚ ହୋଇଥିଲା। ୨୦୦୭ରେ ମଧ୍ୟ ପ୍ରତିମୂର୍ତ୍ତି ଉପରେ ଅମ୍ଳବର୍ଷାଜନିତ କ୍ଷୟକ୍ଷତି ମରାମତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ନୂଆ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ, କୃଷି ଉତ୍ପାଦନ ଉପରେ ୧୦୦ ପ୍ରତିଶତ ଶୁଳ୍କ ଧମକ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସାରା ବିଶ୍ୱରେ ଏକ ଶୁଳ୍କ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଟ୍ରମ୍ପ ଚାଇନା, କାନାଡା...

ଭୂକମ୍ପରେ ଥରିଲା ପାକିସ୍ତାନ, କରାଚି ପରେ ଦୋହଲିଲା ବେଲୁଚିସ୍ତାନ

କରାଚି,୧।୪: ମଙ୍ଗଳବାର (ଏପ୍ରିଲ ୧) ପାକିସ୍ତାନର ବେଲୁଚିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଇଦ ଦିନ କରାଚୀରେ ହୋଇଥିବା ଭୂମିକମ୍ପର କିଛି ଘଣ୍ଟା ପରେ ଏହି...

ମହାକାଶରୁ କେମିତି ଦେଖାଯାଉଥିଲା ଭାରତ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ସୁନିତା ଯାହା ଏବେ ହେଉଛି ଭାଇରଲ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧।୪: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ୧୯ ମାର୍ଚ୍ଚ ୨୦୨୫ରେ ସ୍ପେସଏକ୍ସ ଡ୍ରାଗନ ମହାକାଶଯାନ ଯୋଗେ ପୃଥିବୀକୁ ଫେରି ଆସିଥିଲେ। ସେ ଏବଂ ତାଙ୍କ...

ତାଇଓ୍ବାନ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲାଣି ଚାଇନା! ଖୋଲାଖୋଲି ଦେଲା ଧମକ

ବେଜିଂ,୧।୪: ଚାଇନା ସେନା ତାଇୱାନ ଚାରିପାଖରେ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି। ଚାଇନା ସେନାର ପୂର୍ବ ଥିଏଟର କମାଣ୍ଡର ସରକାରୀ WeChat ଆକାଉଣ୍ଟରେ ଏହି ସୂଚନା...

ଇୟୁ ପାଣ୍ଠି ହେରଫେର ମାମଲାରେ ଫ୍ରାନ୍ସ ନେତ୍ରୀ ଲି ପେନ୍‌ ଦୋଷୀ

ପ୍ୟାରିସ୍‌,୧।୪: ୟୁରୋପୀୟ ସଂଘ ପାଣ୍ଠି ହେରଫେର ମାମଲାରେ ଫ୍ରାନ୍ସର ଫାର୍‌-ରାଇଟ୍‌ ନେତ୍ରୀ ମାରିନ୍‌ ଲି ପେନ୍‌ ଦୋଷୀସାବ୍ୟସ୍ତ ହୋଇଛନ୍ତି। ସେ ଉଚ୍ଚ ପଦବୀ ପାଇଁ ଲଢ଼ିପାରିବେ ନାହିଁ...

ଆଣ୍ଟିଡିପ୍ରେସାଣ୍ଟ ଔଷଧ ବଢ଼ାଉଛି ହୃଦ୍‌ଘାତ

ଭିଏନା, ୧ା୪: ଆଣ୍ଟିଡିପ୍ରେସାଣ୍ଟ (ଅବସାଦ ନିରୋଧୀ ଔଷଧ)କୁ ଲମ୍ବା ସମୟ ଧରି ସେବନ କରିବା ଦ୍ୱାରା ଆକସ୍ମିକ ହୃଦ୍‌ଘାତ ହେବାର ଆଶଙ୍କା ବଢ଼ିଥାଏ। ଅଷ୍ଟ୍ରିଆର ରାଜଧାନୀ...

ମ୍ୟାନମାର୍‌ ଭୂମିକମ୍ପ: ମୃତକଙ୍କ ସଂଖ୍ୟା ୨ ହଜାର ଟପିଲା

ମ୍ୟାନମାର୍‌,୩୧।୩: ମିଆଁମାରରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଏହି ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨,୦୫୬ କୁ ବୃଦ୍ଧି ପାଇଛି ଏବଂ...

Global Safety Index 2025: ପ୍ରକାଶ ପାଇଲା ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ତାଲିକା: ଭାରତକୁ ପଛରେ ପକାଇଲା ପାକିସ୍ତାନ

ନୂଆଦିଲ୍ଲୀ,୩୧।୩: ଗ୍ଲୋବାଲ ସେଫ୍ଟି ଇଣ୍ଡେକ୍ସ 2025 ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶଗୁଡ଼ିକର ଏକ ନୂତନ ତାଲିକା ପ୍ରକାଶ କରିଛି। ଏଥିରେ କିଛି ଆଶ୍ଚର୍ଯ୍ୟଜନକ ସଂଖ୍ୟା ସାମ୍ନାକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image