ଭାରତରେ ମୋମର ରହିଛି ବେଶ ଆଦର। ଯୁବପିଢ଼ିଙ୍କ ଚଟାପଟ୍ ଖାଦ୍ୟ ମଧ୍ୟରେ ସର୍ବାଗ୍ରେ ଏହାର ନାଁ ରହିଛି। ନିରାମିଷ ହେଉ କିମ୍ବା ଆମିଷ, ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ଏହାର ସ୍ବାଦ ପ୍ରତି ସମସ୍ତଙ୍କା ରହିଛି ଆଦର। ଏହା ପ୍ରାୟ ସବୁ ସମୟରେ ସବୁ ଜାଗାରେ ସହଜରେ ମିଳିଥାଏ। ଗରମ ହେଉ କିମ୍ବା ଥଣ୍ଡା, ଯେକୌଣସି ପାଗରେ ଏହାର ସ୍ବାଦ ସବୁବେଳେ ମନଛୁଆଁ। ମାତ୍ର ଆପଣ କ’ଣ ଜାଣନ୍ତି, ଏହି ମୋମ ଚାଇନାଠାରୁ ୩ ହଜାର କିଲୋମିଟର ଦୂର ଭାରତରେ କିପରି ପହଞ୍ଚିଥିଲା। ଜାଣନ୍ତୁ ସେ ସମ୍ପର୍କରେ…
ତିବ୍ବତର ଏକ ଡିସ୍ ମୋମ। ଏହା ଚାଇନାରୁ ନେପାଳ ଦେଇ ଭାରତକୁ ପ୍ରବେଶ କରିଥିଲା। ଉତ୍ତର-ପୂର୍ବ ରାଜ୍ୟ ସହରରେ ମୋମ ତାହାର ଆଡ୍ଡା ଜମାଇ ଲୋକପ୍ରିୟ ଖାଦ୍ୟର ପରିଚୟ ପାଇଲ। ପାହାଡ଼ୀ ରାଜ୍ୟ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ଏହାର ଲୋକପ୍ରିୟତା ଅଧିକ। ଏହା ତିବ୍ବତର ଡିସ୍ ହୋଇଥିଲେ ସୁଦ୍ଧା ଏହା ଚାଇନାରେ ପ୍ରଥମ ହୋଇଥିଲା। ଏହାର ଅର୍ଥ ବାମ୍ଫରେ ପକାଯାଉଥିବା ରୁଟି। ମାତ୍ର କୁହାଯାଏ, ତିବ୍ବତରେ ପ୍ରଥମେ ଏହା ପ୍ରସ୍ତୁତ କରାଯାଇଥିଲା। ପରେ ଅନ୍ୟ ସହରରେ ଅନ୍ୟ ଢଙ୍ଗରେ ପ୍ରସ୍ତୁତ କରାଗଲା। ନେପାଳ ପୂର୍ବରୁ ଏହା କାଟମାଣ୍ଡୁରେ ମିଳିବା ଆରମ୍ଭ ହୋଇଥିଲା। ତିବ୍ବତ ବେପାରୀ ମୋମକୁ ନେଇ କାଠମାଣ୍ଡୁରେ ବିକିଥିଲେ। ତିବ୍ବତର ଖାଦ୍ୟପେୟ ଉପରେ ଚାଇନାର ମୋଗଲମାନଙ୍କ ପ୍ରଭାବ ପଡିଥିଲ। ଏଥିପାଇଁ କେହି କେହି କୁହନ୍ତି, ଏହା ଚାଇନାରୁ ତିବ୍ବତ ଆସିଥିଲା। ତିବ୍ବତ ଲୋକେ ଏହାକୁ ଅଧିକ ଖାଇଥିବା ବେଳେ ଚାଇନାରେ ଏହାକୁ ଡିମାସିମ କୁହାଯାଏ। କାରଣ ଏହାସବୁ ପରିବା ପକାଇ ପ୍ରସ୍ତୁତି କରାଯାଏ।