ଚାଉଳ, ଭତ୍ତା ପାଇଁ ପାହାଡ଼ ଚଢି ଯାଉଛନ୍ତି ଗ୍ରାମବାସୀ

ଫିରିଙ୍ଗିଆ,୨୫ା୮-ଫିରିଙ୍ଗିଆ ବ୍ଲକ ଭୁଙ୍ଗିଯୋଡି ପଞ୍ଚାୟତ ଗାଜୁରିଘାଟି ଓ ମହଲିଙ୍ଗିଆ ଗ୍ରାମକୁ ରାସ୍ତା ନାହିଁ। ପଞ୍ଚାୟତ ସଦର ମହକୁମା ଠାରୁ ଏହି ୨ଗ୍ରାମ ପ୍ରାୟ ୬ କିମି ଦୂର। ଫଳରେ ପାହାଡ ଉପର ଦେଇ ପାଦ ଚଲାବାଟରେ ଲୋକେ ଯିବା ଆସିବା କରନ୍ତି। ଉକ୍ତ ଦୁଇ ଗ୍ରାମରେ ପ୍ରାୟ ୨୫ ପରିବାରର ୧୦୦ରୁ ଉର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। ବିଭିନ୍ନ କାମରେ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ହେଲେ ୬ କିମି ପାହାଡି ରାସ୍ତାରେ ଚାଲିକି ଯିବାକୁ ପଡେ। ଏପରିକି ଚାଉଳ ଓ ଭତ୍ତା ଆଣିବାକୁ ବୃଦ୍ଧ, ବୃଦ୍ଧାଙ୍କୁ ଚାଲି ଯିବାକୁ ପଡୁଛି। ଆମ୍ବୁଲାନ୍ସ ଆସିପାରୁନଥିବାରୁ ରୋଗୀ ଓ ପ୍ରସୂତିଙ୍କୁ ଖଟିଆରେ ଫିରିଙ୍ଗିଆ ଡାକ୍ତରଖାନାକୁ ନିଅନ୍ତି। ଏହି ଗ୍ରାମର ଅନ୍ୟ ଏକ ସମସ୍ୟା ହେଉଛି ପାନୀୟ ଜଳ। ଗ୍ରାମରେ ଗୋଟିଏ ନଳକୂପ ରହିଛି। ସେଥିରୁ ପୁଣି ମଇଳା ପାଣି ବାହାରୁଛି। ଫଳରେ ଗ୍ରାମ ନିକଟରେ ଯାଇଥିବା ଏକ ନାଳରୁ ଚୁଆ କରି ପାଣି ଆଣି ବ୍ୟବହାର କରୁଛନ୍ତି। ସମସ୍ୟା ନେଇ ଗ୍ରାମବାସୀ ବହୁବାର ସରପଞ୍ଚ ଓ ବିଡିଓଙ୍କୁ ଅଭିଯୋଗ କରିଛନ୍ତି। ଏପରିକି ବିଭିନ୍ନ ନିର୍ବାଚନବେଳେ ନେତାମାନେ ଗ୍ରାମକୁ ଭୋଟ ମାଗିବାକୁ ଆସିବାବେଳେ ସମାଧାନ ପ୍ରତିଶୃତି ମଧ୍ୟ ଦେଇଛନ୍ତି। ମାତ୍ର ପରେ ଆଉ କାହାର ଦେଖା ମିଳେ ନାହିଁ ବୋଲି ଗ୍ରାମର ନିବେ କହଁର, ଆଦେଶ କହଁର, ବୁଲୁ କହଁର, ନୀଳାମ୍ବର କହଁର ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ ବିଡିଓ ପ୍ରବୀଣ କୁମାର ବାଣୁଆଙ୍କ ସହ ଯୋଗାଯୋଗ କରିବାରେ ସେ ଏହାର ଅନୁଧ୍ୟାନ କରି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟଗଡ ବନାଞ୍ଚଳରେ ବାଘ ଆତଙ୍କ: ଲୋକେ ଭୟଭିତ

ବାଲିଗୁଡା,୧୭ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ବନାଞ୍ଚଳର ସାର୍ତ୍ତୁଲ ପଞ୍ଚାୟତରେ ଗତ ୫ ଦିନ ହେଲା ବାଘ ଆତଙ୍କ...

ତୁଡୁକିବାଡ଼ିରେ ଧୂମ୍‌ଧାମରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା, ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର ହୋଇଛି। ଦାରିଙ୍ଗବାଡ଼ି ଚାରିଛକ ଓ ତୁଡୁକିବାଠାରେ ଅସ୍ଥାୟୀ ମଣ୍ଡପକୁ ସୁସଜ୍ଜିତ କରାଯିବା ସହ...

ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ୫୮ ୟୁନିଟ୍‌ ରକ୍ତ ସଂଗ୍ରହ କଲେ ଦଳୀୟ କର୍ମୀ

ଦାରିଙ୍ଗବାଡ଼ି,୧୬ା୧୦(ଅରୁଣ ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଦାରିଙ୍ଗବାଡ଼ି ବିଜେଡି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ...

ଏମ୍‌ପିଙ୍କ ପୋଷ୍ଟର ଚିରିଦେଲେ ଦୁର୍ବୃତ୍ତ, ସିସିଟିଭି ଦେଖି…

ବାଲିଗୁଡ଼ା,୧୬ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନରେ କନ୍ଧମାଳ ଏମ୍‌ପିଙ୍କ ଏକ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟରକୁ କୌଣସି ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଚିରି...

ପରମ୍ପରା,ସଂସ୍କୃତିକୁ ବଜାୟ ରଖିଛି ପୌରାଣିକ ନାଟକ: ରାମାୟଣ ଦେଖିବାକୁ ପ୍ରବଳ ଭିଡ଼

ରାଇକିଆ,୧୫।୧୦(ପ୍ରଦୀପ ବେହେରା): ଯୁଗ ବଦଳିଛି, ତଥାପି ଆଧୁନିକତାର ସ୍ପର୍ଶ ଛୁଇଁ ପାରିନି ପୌରାଣିକ ନାଟକର ସଂସ୍କୃତି ଓ ପରମ୍ପରାକୁ । ଏବେବି ଚମକ ବଜାୟ ରଖିଛି...

ଅବକାରୀ ବିଭାଗର ଦାଦାଗିରି: ଜଙ୍ଗଲ ଭିତରେ ଲୁଚି ରହି ହଠାତ୍‌ ଓଗାଳୁଛନ୍ତି ଜନସାଧାରଣଙ୍କ ରାସ୍ତା

ଦାରିଙ୍ଗବାଡି,୧୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଭାବେ ବେଶ ଜଣାଶୁଣା । ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ଯାତାୟାତ କରୁଛନ୍ତି । ତେବେ...

ତୁମୁଡିବନ୍ଧରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ତୁମୁଡିବନ୍ଧ,୧୩।୧୦(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ କାର୍ଯ୍ୟାଳୟର ସଭା ଗୃହରେ ଆଜି ସୋମବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ...

ବଢୁଛି ଚୋରା ମଦ ବ୍ୟବସାୟ, ନାକେଦମ୍‌ ହେଲେଣି ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୧୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିରେ ଚୋରା ମଦ କାରବାର ବେଧଡ଼କ ଚାଲିଛି। ଦିନରାତି ଏହି ବ୍ୟବସାୟ ଚାଲିଥିବା ବେଳେ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri