ବାଲିଗୁଡା ୨୬ା୩(ଡି.ଏନ୍.ଏ.)- କରୋନା ପ୍ରଭାବରେ ଚାଷୀ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଶ୍ରମିକ ମିଳୁ ନ ଥିବାରୁ ଚାଷୀ ଫସଲ ଅମଳ କରିପାରୁନାହିଁ। ବାଲିଗୁଡା ଅଞ୍ଚଳରେ ପନିପରିବା ସହିତ ବାଦାମ, ମୁଗ, ବିରି, ହରଡ଼ ଭଳି ଡାଲିଜାତୀୟ ଫସଲ ଅମଳ ନ ହୋଇ ବିଲରେ ପଡିରହିଛି। ପରିବା ବିକ୍ରୀ ହୋଇପାରୁ ନ ଥିବାରୁ ଚାଷୀ କିପରି ଗୁଜରାଣ ମେଣ୍ଟାଇବେ ସେ ନେଇ ଏବେ ଚିନ୍ତାରେ। ଡାଲି, ଆଳୁ, ପିଆଜ, ରସୁଣ, ତେଲ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଅଁା ହେଲାଣି। ଶ୍ରମିକ ଓ ଚାଷୀ ପରିବାର ଏଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ବଜାରରୁ କ୍ରୟ କରିବା ଦିଗରେ ଅକ୍ଷମତା ପ୍ରକାଶ କରୁଛନ୍ତି। ଏସବୁ ଅତ୍ୟାବଶ୍ୟକ ସାମଗ୍ରୀକୁ ରିଲିଫ ଆକାରରେ ପ୍ରଦାନ କରିବା ପାଇଁ ଦାବି ହେଉଛି।