ଜୟପୁର,୧୦।୭: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସରକାର ଚାଷୀଙ୍କ ପାଇଁ ହଜାରେ କୋଟି ଟଙ୍କାର କଲ୍ୟାଣ ପାଣ୍ଠି ଗଠନ ସମ୍ପର୍କରେ ଘୋଷଣା କରିଛନ୍ତି। ବୁଧବାର ରାଜ୍ୟ ବିଧାନସଭାରେ ବଜେଟ୍ ଉପସ୍ଥାପନ ହୋଇଛି। ବଜେଟ୍ ଚାଷୀଙ୍କ ଆର୍ଥିକ ସୁରକ୍ଷା ପାଇଁ କଲ୍ୟାଣ ପାଣ୍ଠି ସମ୍ପର୍କରେ ଘୋଷଣା କରାଯାଇଛି। ଏହା ସହିତ ପ୍ରତି ଗ୍ରାମ ପଞ୍ଚାୟତରେ ନନ୍ଦୀ ଗୋ ଆଶ୍ରମ ପ୍ରତିଷ୍ଠା ଲାଗି ସରକାର ସୂଚନା ଦେଇଛନ୍ତି।