ଭିଓ୍ବଣ୍ଡି,୨।୯: ଆଗକୁ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଚାଷୀଙ୍କ ଲାଗି ୪ହଜାର ୭ଶହ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏହି ଘୋଷଣା କରିଛନ୍ତି। ଆହୁରି ମଧ୍ୟ ଋଣ ନେଇଥିବା ଚାଷୀମାନେ ୩ଟି ପର୍ଯ୍ୟାୟରେ ସେମାନଙ୍କ ଋଣ ପଇଠ କରିବାର ସୁଯୋଗ ମଧ୍ୟ ପ୍ରଦାନ କରିଛନ୍ତି ସରକାର। ଏହାଦ୍ୱାରା ପ୍ରାୟ ୧୦ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ସେ କହିଛନ୍ତି।