ଚାଷୀଙ୍କ ସମସ୍ୟାକୁ ନେଇ ଏମିତି କହିଦେଲେ ନବୀନ

ପଟ୍ଟାମୁଣ୍ଡାଇ, ୧ା୧(କଳ୍ପତରୁ ନାୟକ):ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ କେନ୍ଦ୍ରାପଡ଼ା ଜିଲା ଗସ୍ତରେ ଆସି ଅଦିନିଆ ବର୍ଷା ଯୋଗୁ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଶ୍ୟାମସୁନ୍ଦରପୁର ଏକ ପଡ଼ିଆଠାରେ ଅପରାହ୍ନ ୨ଟା୨୦ରେ ହେଲିକପ୍ଟର ଯୋଗେ ଅବତରଣ କରିବା ପରେ ବିଜେଡି ନେତା ଓ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ। ଅନେକ ହଜାର ଚାଷୀ ଓ ମହିଳା ନବୀନଙ୍କୁ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ। ଶଙ୍ଖ ଧ୍ୱନି, ହୁଳହୁଳିରେ ପ୍‌ୂରା ପଡ଼ିଆ ପ୍ରକମ୍ପିତ ହୋଇଉଠିଥିଲା। ପରେ ନବୀନ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ଶୁଣିଥିଲେ। ଚାଷୀ ଅଭିଯୋଗ କରିଥିଲେ, ବର୍ଷା ଛାଡ଼ିଯିବାର ଏତେଦିନ ପରେ ମଧ୍ୟ କୌଣସି ସରକାରୀ କର୍ମଚାରୀ ଏପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନରେ ଆସିନାହାନ୍ତି। ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରାଯାଇଥିଲେ ହୁଏତ ଫସଲ ବଞ୍ଚତ୍ୟାଇଥାନ୍ତା। ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ପକ୍ଷରୁ ଠିକ୍‌ ଭାବେ ଅବଗତ କରାଯାଇନାହିଁ। ବିରୋଧୀ ଦଳ ନେତା ନବୀନ ଚାଷୀଙ୍କୁ ଆଶ୍ୱାସନା ଦେଇ କହିଥିଲେ, ସେ ସବୁବେଳେ ଚାଷୀ ଭଉଣୀଭାଇଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ୍‌ ପାଇଁ ଲଢ଼େଇକରିବେ। ପଟ୍ଟାମୁଣ୍ଡାଇ ଚାଷୀକୁଳ ଦୁଃଖରେ ଅଛନ୍ତି। ଅଦିନିଆ ବର୍ଷା ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ତୁରନ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି ଜଣାଇବେ। ପରେ ଗ୍ରାମରେ ପହଞ୍ଚତ୍ କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କରିଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ଶୁଣିଥିଲେ। ଚାଷୀଙ୍କ ସହ ଆଲୋଚନାକରି ରାଜ୍ୟ ସରକାରଙ୍କ ନିକଟରେ ସେମାନଙ୍କ କଲ୍ୟାଣ ପାଇଁ ବିଧାନସଭାରେ ଉପସ୍ଥାପନ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ଏହି ଗସ୍ତ ସମୟରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ମହାକାଳପଡ଼ା ପୂର୍ବତନ ବିଧାୟକ ଅତନୁ ସବ୍ୟସଚୀ ନାୟକ, ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ନଗର ବିଜେଡି ସଭାପତି ଖଗେଶ୍ୱର ଲେଙ୍କା, ଜିଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ନାବାଳକଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ସିଗାରେଟ୍‌ ଚେଙ୍କ ସହ ପରିସ୍ରା ପିଆଇଲେ ଦୁର୍ବୃତ୍ତ

ବଳଙ୍ଗା,୨୦ା୪: ପୁରୀ ଜିଲା ବଳଙ୍ଗା ଥାନା କୋଟକୋସାଙ୍ଗରେ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦୁଇ ନାବାଳକଙ୍କୁ ଦିଆଯାଇଥିବା ନିର୍ଯାତନା ସୀମା ଟପିଛି। ଦୁର୍ବୃତ୍ତମାନେ ଦୁଇ...

ବିବାହିତା ମହିଳାଙ୍କୁ ପ୍ରେମ ପରେ ପ୍ରତାରଣା: କଲେଜ ଅଧ୍ୟକ୍ଷଙ୍କୁ ବାନ୍ଧିଲା ପୋଲିସ

କୁଚିଣ୍ଡା,୨୦ା୪(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ଶେଷରେ ତାଙ୍କୁ ପ୍ରତାରଣା କରିବା ଅଭିଯୋଗରେ...

୨ କ୍ୟାବିନ୍‌ ଉପରେ ମାଡ଼ିଗଲା ଯାତ୍ରାପାର୍ଟି ଟ୍ରକ୍‌, ବାଇକ୍‌କୁ ନେଲା ଘୋଷାଡ଼ି

କେନ୍ଦ୍ରାପଡ଼ା,୨୦ା୪(ଜଗନ୍ନାଥ ଧଳ): ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ପଟ୍ଟାମୁଣ୍ଡାଇ ଆଡୁ ଆସୁଥିବା ପୃଥ୍ବୀରାଜ ଯାତ୍ରା ପାର୍ଟିର ଏକ ଟ୍ରକ ଭାରସାମ୍ୟ ହରାଇ ଜିଲା ଶିକ୍ଷାଅଧିକାରୀ୍‌ଙ୍କ...

ନାବାଳିକାଙ୍କୁ ଗଣବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଦେଇ ଫେରାର ହୋଇଗଲେ ନରରୂପୀ ୩ ରାକ୍ଷସ

ଢେଙ୍କାନାଳ,୨୦ା୪(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ସରସିଙ୍ଗି ଗ୍ରାମରେ ଜଣେ ୭ ବର୍ଷର ଶିଶୁକନ୍ୟାକୁ ୩ ଜଣ ଗଣବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘଟଣା...

କ’ଣ ସତରେ ମଣିଷର ପ୍ରାଇଭେଟ ପାର୍ଟ ହୋଇଯାଏ ହାଡ? ଏହି ଘଟଣା ଜାଣିଲେ ସହଜରେ ବିଶ୍ୱାସ କରିବେନି

ଆପଣ ଚିକିତ୍ସା ବିଜ୍ଞାନରେ ଅନେକ ଅଜବ ଘଟଣା ଶୁଣିଥିବେ। କିଛି ଲୋକଙ୍କର ଏପରି ବିରଳ ରୋଗ ଅଛି ଯେ ଡାକ୍ତର ମଧ୍ୟ ସେଗୁଡ଼ିକ ବିଷୟରେ ଜାଣି...

Oldest Penguin: ସବୁଠୁ ବୟସ୍କ ପେଙ୍ଗୁଇନ୍‌

ଲଣ୍ଡନ: ବେଳେବେଳେ ଅନେକ ପ୍ରାଣୀ ସେମାନଙ୍କର ସାଧାରଣ ଜୀବନକାଳଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚତ୍ରହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ଏହିପରି ଏକ ପ୍ରାଣୀ ନିକଟରେ ଚର୍ଚ୍ଚାରେ...

ବାରାହା ମାଂସ ଜବତ: ୩ ଗିରଫ

ନୂଆପଡ଼ା, ୨୦।୪ (ମକାରୁ ବେମାଲ): ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନଙ୍କ ନିର୍ଦ୍ଦେଶ କ୍ରମେ କୋମନା ବନାଞ୍ଚଳ ଅଧିକାରୀ ଚଢ଼ଉ କରି ବାରହା ଶିକାର ଅଭିଯୋଗରେ...

ଅଛନ୍ତି ଏଲିୟନ୍‌! ମିଳିଲା ସଙ୍କେତ

ଲଣ୍ଡନ, ୨୦।୪: ଭାରତୀୟ-ବ୍ରିଟିଶ ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ନିକ୍କୁ ମଧୁସୂଦନ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ତାଙ୍କ ଟିମ୍‌ ପକ୍ଷରୁ କେ୨-୧୮ବି ନାମକ ଏକ ଦୂରବର୍ତ୍ତୀ ଗ୍ରହରେ ଏଲିୟନ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image