ଚିକେନ୍‌ ପଟିଆଲା

ଖାଦ୍ୟ ପାଇଁ ରାଜ୍ୟ ତଥା ବାହାରେ ବେଶ୍‌ ପରିଚିତ ରେଶମ ସହର ବ୍ରହ୍ମପୁର। ଗ୍ରାହକଙ୍କ ଚାହିଦା ମୁତାବକ ଖାଦ୍ୟ ପ୍ରସ୍ତୁତି ପାଇଁ ସହରରେ ଖୋଲିଛି ଅନେକ ସ୍ବାଦିଷ୍ଠ ରେଷ୍ଟୁରାଣ୍ଟ। ସେଥିମଧ୍ୟରେ ଏକ ନିଆରା ଖାଦ୍ୟ ପ୍ରସ୍ତୁତକାରୀ ରେଷ୍ଟୁରାଣ୍ଟ ହେଉଛି ବ୍ରହ୍ମପୁର ଦଳୁଆ ସାହି କ୍ୟାଣ୍ଟନମେଣ୍ଟ ରୋଡ ଏସ୍‌ବିଆଇ ସାନ୍ଧ୍ୟ ବ୍ରାଞ୍ଚ ନିକଟରେ ଥିବା କିକ୍‌ ରେଷ୍ଟ୍ରୋ। ନିରାମିଷ ତଥା ଆମିଷ ବିଭିନ୍ନ ପ୍ରକାର ଡିଶ୍‌ ପାଇଁ ଏହା ଅଳ୍ପ ଦିନରେ ବେଶ ସୁନାମ ଅର୍ଜନ କରିଛି। ବିଶେଷ କରି ଚିକେନରେ ପ୍ରସ୍ତୁତ ବିଭିନ୍ନ ଡିଶ୍‌୍‌ର ଚାହିଦା ଅଧିକ ରହିଛି। ଏହି ରେଷ୍ଟୁରାଣ୍ଟର ଚାହିଦାଯୁକ୍ତ ତଥା ସ୍ବତନ୍ତ୍ର ଡିଶ୍‌୍‌ ହେଉଛି ଚିକେନ ପଟିଆଲା। ଏହି ଡିଶ୍‌ର ପ୍ଲେଟ ପିଛା ମୂଲ୍ୟ ୧୯୯ଟଙ୍କା ରହିଛି। ଏହାର ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ ରେଷ୍ଟୁରାଣ୍ଟ ଆସିଷ୍ଟାଣ୍ଟ କୁକ୍‌ କାହ୍ନା ରଣା କହନ୍ତି…..

ଆବଶ୍ୟକ ସାମଗ୍ରୀ:

କଞ୍ଚା ଅଣ୍ଡା: ୨ଟା
ଚିକେନ-୬୦୦ଗ୍ରାମ
ପିଆଜ କାଜୁ ପେଷ୍ଟ(ୟେଲୋ ଗ୍ରେଭି):
ଏକ ଚାମଚ(ବଡ ଚାମଚ)
ମରିଚଗୁଣ୍ଡ: ଦେଢ ଚାମଚ(୧ ୧/୨ ଚାମଚ)
ଧନିଆ ପାଉଡର: ୧/୨ ଚାମଚ
ଜିରା ପାଉଡର: ୧/୨ ଚାମଚ
କସ୍ତୁରୀ ମେଥି(ମେଥି ପତ୍ର): ଏକ ଚୁଟ୍‌କି
ଲହୁଣି: ୧/୨ ଚାମଚ
କଟା ରସୁଣ: ୧/୨ ଚାମଚ
ଲୁଣ: ସ୍ବାଦ ଅନୁସାରେ
ଚିନି: ଅଳ୍ପ
ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚିକେନକୁ ଭଲଭାବେ ଧୋଇ ଛୋଟ ଛୋଟ ପିସ୍‌ କରି କାଟି ରଖିବେ। ଚୁଲା ଉପରେ କଡେଇ ବସାଇ ତେଲ ପକାଇବେ। ତେଲ ଗରମ ହେବା ପରେ ଦୁଇଟି ଅଣ୍ଡାକୁ ଫଟାଇ ପକାଇ ଅମ୍‌ଲେଟ୍‌ ପ୍ରସ୍ତୁତ କରିବେ। ଏହାକୁ ଗୋଟିଏ ପ୍ଲେଟକୁ ବାହାର କରିନେବେ। ଏହାପରେ ଅନ୍ୟ ଏକ କଡେଇରେ ଅଳ୍ପ ତେଲ ନେବେ। ତେଲ ଗରମ ହେବା ପରେ କଟା ରସୁଣ, ମେଥିପତ୍ର ଓ ପିଆଜ ପକାଇ ଫ୍ରାଏ କରିବେ। ଏହା ପରେ ପୂର୍ବରୁ ଧୁଆହୋଇ ରଖାଯାଇଥିବା ଚିକେନକୁ ସେଥିରେ ପକାଇ ଫ୍ରାଏ କରି କିଛି ସମୟ ଛାଡିଦେବେ। ଏହାପରେ ସେଥିରେ ୟେଲୋ ଗ୍ରେଭି(ପିଆଜ କାଜୁ ପେଷ୍ଟ) ଛୋଟ ଚାମଚରେ ଦୁଇ ଚାମଚ ପକାଇ ଅଳ୍ପ ପାଣି ଦେବେ। ସେଥିରେ ମରିଚ ଗୁଣ୍ଡ, ଜିରା ପାଉଡର, ଧନିଆ ପାଉଡର ଅଧା ଚାମଚ ପକାଇ ଫ୍ରାଏ କରିବେ। ଶେଷରେ ଅଳ୍ପ ଚିନି ପକାଇ ଏକ ପ୍ଲେଟକୁ ବାହାର କରିବେ। ପୁଣି ଅନ୍ୟ ଏକ କଡେଇକୁ ଗରମ କରି ଅଳ୍ପ ରସୁଣ, ମେଥି ଫ୍ରାଏ କରିବା ପରେ ବଳକା ୟେଲୋ ଗ୍ରେଭି, ଜିରା ପାଉଡର, ଧନିଆ ପାଉଡର, ଲହୁଣି ପକାଇ ଝୋଳ ସଦୃଶ ହେବା ପରେ ଚିନି ପକାଇ ପ୍ଲେଟକୁ ବାହାର କରିନେବେ। ଅନ୍ୟ ଏକ ପ୍ଲେଟରେ ପୂର୍ବରୁ ପ୍ରସ୍ତୁତ ଅଣ୍ଡା ଅମ୍‌ଲେଟ୍‌ ଉପରେ କଷା ଚିକେନକୁ ଦେଇ ରୋଲ ଭଳି ଗୋଡାଇବେ। ରୋଲକୁ ମଧ୍ୟଭାଗରୁ ଛୋଟ ଛୋଟ ପିସ୍‌ କରି କାଟି ତା’ ଉପରେ ପ୍ରସ୍ତୁତ ମସଲା ଝୋଳକୁ ପକାଇବେ। ଏହାଉପରେ ସ୍ବତନ୍ତ୍ର ପ୍ଲେଟକୁ ବାହାର କରି ଅମୂଲ କ୍ରିମ ପକାଇ ଧନିଆ ପତ୍ର ଦେଇ ପରଷିବେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ସକାଳେ ପିଇବେ ଲେମ୍ବୁ ପାଣି

ଆମର ଅନିୟମିତ ଜୀବନ ଶୈଳୀ ଏବେ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଅସମୟରେ ଅନେକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ହେଲେ...

ସୁନା ହଜିବା କାହିଁକି ଅଶୁଭ? ଦେଖାଯାଏ ଖରାପ ସଙ୍କେତ

ହିନ୍ଦୁ ଧର୍ମରେ ସୁନାକୁ ସବୁଠାରୁ ପବିତ୍ର ଧାତୁ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କାରଣରୁ...

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ…

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ… ଓଜନ ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ...

ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ...

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ...

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ...

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ।...

ଅସ୍ଥିକୁ ଶକ୍ତ କରେ ଖଜୁରି

ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image