ଚିନ୍ତା ବଢ଼ାଇଲେ ସୁପରସ୍ପ୍ରେଡର

ଭୁବନେଶ୍ୱର, ୨୯।୪(ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତିଦିନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାସତ୍ତ୍ୱେ ସଂକ୍ରମଣ ବଢ଼ି ଚାଲିଛି। ପ୍ରଥମେ ବିଦେଶ ଫେରନ୍ତା, ପରେ ନିଜାମୁଦ୍ଦିନ, ଆଉ ଏବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ମଧ୍ୟରୁ କେତେଜଣ ସୁପରସ୍ପ୍ରେଡର ସାଜିଛନ୍ତି। ଏମାନଙ୍କୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି। ସପ୍ତାହକ ଭିତରେ ରାଜ୍ୟରେ ପ୍ରାୟ ଏକ ତୃତୀୟାଂଶ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପଛରେ ପଶ୍ଚିମବଙ୍ଗ ଫେରନ୍ତା ସୁପରସ୍ପ୍ରେଡରଙ୍କ ବଡ଼ ଭୂମିକା ରହିଛି। ବିଶେଷକରି ସୁପରସ୍ପ୍ରେଡରଙ୍କ ପାଇଁ ବାଲେଶ୍ୱର ଓ ସୁନ୍ଦରଗଡ଼ରେ ସ୍ଥିତି ବିଗିଡ଼ିବାରେ ଲାଗିଛି।
ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୂର୍ବ ୫ ଜଣ ଅର୍ଥାତ୍‌ ୧୦୪ ରୁ ୧୦୮ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛନ୍ତି। ଏମାନେ ସମସ୍ତେ ବାଲେଶ୍ୱର ନେଳିଆବାଗ ଅଞ୍ଚଳର। ୧୦୪ରୁ ୧୦୭ ନଂ. ଆକ୍ରାନ୍ତ ନେଳିଆବାଗ ଅଞ୍ଚଳର ୬୧ନଂ. ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ  ୧୦୮ ନଂ. ଆକ୍ରାନ୍ତ ସେହି ଅଞ୍ଚଳର ୭୯ ନଂ. ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସଂକ୍ରମିତ ହୋଇଛନ୍ତି। ତେବେ ୬୧ ନଂ. ସୁପର୍‌ସ୍ପ୍ରେଡର ସାଜିଛନ୍ତି ଓ ସେ ମୋଟ ୧୧ଜଣଙ୍କୁ ସଂକ୍ରମିତ କରାଇ ସାରିଲେଣି। ପୂର୍ବରୁ ତାଙ୍କ ସଂସ୍ପର୍ଶରେ ଆସି ୭ଜଣ ଆକ୍ରାନ୍ତ ହୋଇଥିବାବେଳେ ମଙ୍ଗଳବାର ଆଉ ୪ଜଣଙ୍କୁ ସଂକ୍ରମିତ କରିଛନ୍ତି। ଅନ୍ୟପକ୍ଷରେ ୭୯ ନଂ. ଆକ୍ରାନ୍ତ ଜଣକ ମଧ୍ୟ ସେହି ୬୧ନଂ. ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ। ଏହି ସୁପରସ୍ପ୍ରେଡରଙ୍କ ପାଇଁ ବାଲେଶ୍ୱର ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ୧୬ରେ ପହଞ୍ଚତ୍ଛି।
ସେହିପରି ସୁନ୍ଦରଗଡ଼ ଜିଲାରେ ମଧ୍ୟ ଅନୁରୂପ ଚିତ୍ର ଦେଖିବାକୁ ମିଳିଛି। ଗତ ୧୧ ପୂର୍ବରୁ ସୁନ୍ଦରଗ଼ଡ଼ ଜିଲାରେ ଦୁଇଜଣ ଅର୍ଥାତ୍‌ ୫୧ନଂ. ଓ ୫୨ ନଂ. ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୫୧ ନମ୍ବର ଆକ୍ରାନ୍ତ ହିଁ ସୁପରସ୍ପ୍ରେଡର ପାଲଟିଥିବାବେଳେ ସେ ୮ଜଣଙ୍କୁ ସଂକ୍ରମିତ କରିଥିବା ଜଣାପଡ଼ିଛି। ପ୍ରଥମେ ୬୯ ନମ୍ବର ଆକ୍ରାନ୍ତ ଓ ପରେ ୧୦୧, ୧୦୨ ଓ ୧୦୩ ନମ୍ବର ସଂକ୍ରମିତ ହୋଇଥିଲେ। ସେହିଭଳି ସୋମବାର ଚିହ୍ନଟ ହୋଇଥିବା ୪ ନୂଆ ପଜିଟିଭ୍‌ ମଧ୍ୟ ୫୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ଓ ପଡ଼ୋଶୀ ବୋଲି ଜଣାପଡ଼ିଛି। ଏହି ସୁପରସ୍ପ୍ରେଡରଙ୍କ ପାଇଁ ସୁନ୍ଦରଗଡ଼ ଜିଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚତ୍ଛି।
ସୂଚନାଯୋଗ୍ୟ, ଗତ ୩ ତାରିଖରେ ଭୁବନେଶ୍ୱର ବମିଖାଲରୁ ଚିହ୍ନଟ କରୋନା ଆକ୍ରାନ୍ତ ତିନି ଭାଇଙ୍କଠାରୁ ମୋଟ୍‌ ୧୮ ଜଣ ସଂକ୍ରମିତ ହୋଇଥିଲେ। ସେହିଭଳି ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରା ମଧ୍ୟ ସୁପରସ୍ପ୍ରେଡର ହୋଇ ଅନ୍ୟ ୭ଜଣ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କୁ ସଂକ୍ରମିତ କରିଥିଲେ। ଅନ୍ୟପଟେ ରାଜ୍ୟରେ ଗୋଟିଏ ସପ୍ତାହ ଭିତରେ ୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା ଭରତପୁର ଥାନା ମାମଲା: ବଦଳିଲେ ଟ୍ୱିନ୍ ସିଟି କମିଶନର, ଭୁବନେଶ୍ୱର ଡିସିପି

ଭୁବନେଶ୍ୱର,୨୯।୯: କମିସନରେଟ ପୋଲିସ ଉପରେ ଭାରି ପଡିଛି ଭରତପୁର ଥାନା ମାମଲା। ଏକାସାଙ୍ଗରେ ବଦଳିଛନ୍ତି କଟକ-ଭୁବନେଶ୍ୱର କମିଶନର ସଞ୍ଜୀବ ପଣ୍ଡା ଏବଂ ଭୁବନେଶ୍ୱର ଡିସିପି ପ୍ରତୀକ...

ଆଇପିଏସ ସ୍ତରରେ ବଡ଼ ଅଦଳବଦଳ: ବଦଳିଲେ ଟ୍ୱିନ୍ ସିଟି ପୋଲିସ କମିଶନର

ଭୁବନେଶ୍ୱର,୨୯।୯: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ଓଡିଶା ସରକାର। ଭରତପୁର ଥାନା ମାମଲାରେ ବଦନାମ ହୋଇଥିବା କମିସନରେଟ ପୋଲିସ ମୁଖ୍ୟ ସଞ୍ଜୀବ ପଣ୍ଡାଙ୍କୁ...

Featured Video Play Icon

ଅକ୍ଟୋବର ୯ରେ ଭିଲେନ୍: ଶୁଣନ୍ତୁ ଫିଲ୍ମକୁ ନେଇ କ’ଣ କହୁଛନ୍ତି …

ଅକ୍ଟୋବର ୯ରେ ରିଲିଜ ହେବ ଓଡ଼ିଆ ଚଳଚ୍ଚିତ୍ର ଭିଲେନ୍ । ଏହି ଚଳଚ୍ଚିିତ୍ରରେ ନଜର ଆସିବେ ଅଭିନେତା ଅଦେ୍ର୍ଧନ୍ଦୁ ଏବଂ ଅଭିନେତ୍ରୀ ତମ୍ମନା । ତେବେ...

EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: ବନ୍ଦ ହେବ…

ଭୁବନେଶ୍ୱର,୨୯।୯: EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରବିବାର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ ପାତ୍ର କହିଛନ୍ତି, ଶେଷ ଲୋକର EKYC ନ...

Featured Video Play Icon

ଦଶହରା ପୂବର୍ବରୁ ସୁଭଦ୍ରା ଭେଟି

ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଅକ୍ଟୋବର ୯ରେ...

ପୁଣି ବିଜେଡିକୁ ଟାର୍ଗେଟ କଲେ ମୋହନ, ଏଥର କହିଦେଲେ ବଡ଼ କଥା..

ଯାଜପୁର,୨୯।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ରବିବାର ଯାଜପୁର ଜିଲାର ବଡ଼ଚଣା...

ବଡ଼ଚଣାରେ ଗର୍ଜିଲେ ମୋହନ, କହିଲେ ସ୍ମିତାରାଣୀ ମୃତ୍ୟୁ ମାମଲାର ହେବ ତଦନ୍ତ, ଦୋଷୀଙ୍କୁ ମିଳିବ…

ଯାଜପୁର,୨୯ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯାଜପୁର ଜିଲାର ବଡ଼ଚଣା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌ ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri