Posted inଫୁରସତ

ଚିନ୍ମୟ ଚିନ୍ତନ: ଟୁଉକୁ ମୂଷିଲୋ ଟୁଉକୁ ମୂଷି..

‘ଟୁଉକୁ ମୂଷିଲୋ ଟୁଉକୁ ମୂଷି
ଧାନ ଭରଣକ ଖାଉଥା ବସି
ତୁ ଥା ମୁଁ ଯାଉଛି ରୁଷି’

ଦୁଇ ତିନି ବର୍ଷ ବୟସର ଶିଶୁ। ଲମ୍ବା ହୋଇଥିବା ମା’ର ଦୁଇ ଗୋଡ଼ ମଝିରେ ଶୋଇଥିବ। ଖାଇବାକୁ ଅଝଟ ହେଉଥିବ। ଠିକ୍‌ ସେତିକିବେଳେ ମା’ ପାଟିରୁ ଝରି ଆସେ ଏହି ନାନାବାୟା ଗୀତଟି। ଓଡ଼ିଶାର ଘରେ ଘରେ ଏହି ଗୀତଟିର ପରିଚିତି ଢେର। ଏଭଳି ଏକ ସୁନ୍ଦର ପଦଟିର ଲେଖକ କିଏ? -ୟା ବାବଦରେ ମୁଁ ଓଡ଼ିଶାର ଦୁଇ ଚାରିଜଣ ବିଶିଷ୍ଟ ସାହିତି୍ୟକଙ୍କୁ ପ୍ରଶ୍ନ କଲି। ପକ୍କା ଉତ୍ତର ମିଳିଲା ନାହିଁ। ତଥାପି ପାଠକେ, ଏହାକୁ ଏକ ଲୋକଗୀତି ଭାବେ ଧରିନେଇ ଆମେ ଆଗକୁ ବଢ଼ିବା।

ପାଠକେ! ଆମ ଓଡ଼ିଆ ସାହିତ୍ୟର ସିନ୍ଦୁକ ଭିତରେ ଏମିତି ବହୁ ଲେଖା ଅଛି, ଯାହା ଭିତରେ ଏକ ଗଭୀର ଦାର୍ଶନିକ ଚିନ୍ତାଧାରା ବା ଆଧ୍ୟାତ୍ମିକ ଭାବଧାରା ଥାଏ। ଉପରକୁ ଦିଶୁଥିବ ଗୋଟିଏ ଅର୍ଥ। କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀ ନେଇ ଟିକେ ତଳେଇ କରି ତର୍ଜମା କଲେ ସେଥି ମଧ୍ୟରୁ ବାହାରିଆସେ ସୁନ୍ଦର ଏକ ସନ୍ଦେଶ। ଏହା ମଧ୍ୟରେ ଥାଏ ଅବାଟରେ ବାଟ ଚାଲୁଥିବା ମଣିଷମାନଙ୍କ ପାଇଁ ଏକ ତୀବ୍ର ଚେତାବନୀ।

ଯଦି ମଣିଷକୁ ପଚରାଯାଏ-ବାବୁରେ ତୋ ଜୀବନର ଲକ୍ଷ୍ୟ କ’ଣ? କିଏ କେତେ ପ୍ରକାର ଉତ୍ତର ଦିଅନ୍ତୁ ନା କାହିଁକି ସବୁ ଉତ୍ତର ଭୁଲ। କେବଳ ଗୋଟିଏ ଉତ୍ତର ଠିକ୍‌। ସେ ଉତ୍ତରଟି ‘ଶ୍ରୀମଦ୍‌ ଭାଗବତ’ରେ ଅଛି। ଉତ୍ତର ଦେଇଛନ୍ତି ଅତିବଡ଼ୀ ଜଗନ୍ନାଥ ଦାସ। ପାଠକେ, ଏଇ ନିକଟରେ ଭାଗବତ ପୂର୍ଣ୍ଣିମା ଯାଇଛି। ଗୋଟିଏ ବହିର ଜନ୍ମ ଦିନ! ହଁ, ଏହା କେବଳ ଏ ମାଟିରେ ସମ୍ଭବ। ‘ଗୀତା’ ବା ‘ଭାଗବତ’କୁ ଛାଡ଼ିଦେଲେ ଗୋଟିଏ ପୁସ୍ତକର ଜନ୍ମଦିନ ପାଳନ କରିବା ବୋଧେ ପୃଥିବୀରେ ବିରଳ।

ହଁ, ‘ଭାଗବତ’ କହିଲେ-ହେ କଳିଯୁଗ ମଣିଷ! ହେ ଶ୍ରୀ ସନ୍ନ୍ୟାସୀ!! ମନୁଷ୍ୟ ଜୀବନର ଲାଭ, ଯଦି ଗୋବିନ୍ଦେ କରେ ଭାବ। ଜୀବନର ଲକ୍ଷ୍ୟ ଏହା ହିଁ ହେବା ଦରକାର। ତା’ ବାଦ୍‌ ଡାକ୍ତର, ଇଞ୍ଜିନିୟର, ଓକିଲ, ନେତା, ମନ୍ତ୍ରୀ, ରାଷ୍ଟ୍ରପତି ଏହା ପଛ କଥା। ଏବେ ଉପରୋକ୍ତ ପଦକୁ ଫେରିବା। ଏଠି ଟୁଉକୁ ମୂଷି କିଏ-ଧାନ ଭରଣ-ତୁ ଥା-ମୁଁ-ପୁଣି କାହିଁକି ରୁଷି କି ଯିବି! କ’ଣ ସବୁ କଥା?

ପାଠକେ, ଏଠାରେ ଜୀବ ଅର୍ଥାତ୍‌ ଆମେ ସମସ୍ତେ ହେଉଛୁ ମୂଷା। ଆମ୍ଭେ ଈଶ୍ୱରଙ୍କୁ ଛାଡି ସବୁବେଳେ ବିଷୟରେ ଉବୁଟୁବୁ ହେଲୁ। କବି ବିଷୟ ବାସନାକୁ ‘ଭରଣେ ଧାନ’ ସହ ତୁଳନା କରିଛନ୍ତି। ଆମେ ପ୍ରମତ୍ତ ହୋଇ ବିଷୟା ବିଷକୁ ଅହରହ ଆକଣ୍ଠ ପାନ କରି ଚାଲୁଛେ। ଆମ ଭିତରେ ଥିବା ପରମାତ୍ମା ଆମକୁ ସବୁବେଳେ ହାତଠାରି ଡାକୁଛନ୍ତି-ଆରେ! ମୋ ଆଡକୁ ଟିକେ ଦେଖ୍‌। ତୋତେ ପରା ମୁଁ ସୃଷ୍ଟି କରିଛି। ମୁଁ ଏଇଠି ବସିଛି। ଥରେ ଆଖି ଫେରାଇ ଚାହଁା। ତୋର ସବୁ ଦୁଃଖ ବିପଦ ଦୂର ହୋଇଯିବ। ‘ଭରଣେ ଧାନ’ ଅର୍ଥାତ ସଂସାରରୁ କ’ଣ ସୁଖ ମିଳେ କି ବାବା?

ଏଠି ପରମାତ୍ମା ହେଉଛନ୍ତି ‘ମୁଁ’ର ପ୍ରତୀକ। ପରମାତ୍ମାଙ୍କ ଡାକ ଶୁଣେ ନାହିଁ ଏ ମଣିଷ। ଗର୍ବଦମ୍ଭରେ ବାଟ ଚାଲେ। ଶାସ୍ତ୍ର ପୁରାଣ, ଗୁରୁ ବ୍ରାହ୍ମଣଙ୍କୁ ନିନ୍ଦା କରେ। ଧନ ଓ କ୍ଷମତାରେ ବୁଡି ଆହୁରି ଉଦ୍ଧତ ହୁଏ।

ଶେଷରେ ‘ତୁ ଥା’ ଅର୍ଥାତ ଶରୀରଟା ରହିଲା ଏଇଠି। ମୁଁ ଚାଲିଲି। ‘ହରି’ ଦେହରୁ ଛାଡି ଚାଲିଗଲେ। କଥା ମାନିଲାନି ଏ ଜୀବ। ବୁଝାଇ ବୁଝାଇ ଥକି ଗଲେ ‘ପରମାତ୍ମା’। ମରଣ ବେଳ ଆସିଲା। ବାଧ୍ୟ ହୋଇ ଜୀବ ଉପରେ ଅଭିମାନ କରି ବା ରୁଷି ଆତ୍ମା ଏ ଘଟ ଛାଡିଦେଲେ।

ପାଠକେ! ଏହି ଲୋକଗୀତଟି କେବଳ ଅବୋଧ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା ଆମ ପରି ଘୋର ବିଷୟାସକ୍ତ ଜୀବମାନଙ୍କ ପାଇଁ ଏକ ଦିଗ୍‌ବାରେଣୀ। ଏହାର ରଚନାକାରୀଙ୍କୁ ଶତ ଧନ୍ୟବାଦ।

ଶ୍ରୀ ସନ୍ନ୍ୟାସୀ

-ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri