ଚିପ୍ସ ଓଭରଲୋଡିଂ ଗାଡ଼ି ଚଳାଚଳ ଅଣାୟତ୍ତ: ଅଘୋଷିତ ଚୁକ୍ତିକାରୀଙ୍କୁ ଛାଡ଼

ଯାଜପୁର ଅଫିସ, ୭|୯- ଯାଜପୁର ଜିଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନରେ ଲଘୁ ଖଣିଜ ସମ୍ପଦର ପ୍ରାଚୂର୍ଯ୍ୟ ରହିଛି। ହେଲେ ପରିବେଶଗତ ଅନୁମତି ନ ଥାଇ କିମ୍ବା ପ୍ରଦୂଷଣ ନିୟନ୍ତ୍ରଣ ଆଇନକୁ ନ ମାନି କଳା ପଥର ଉତ୍ତୋଳନ ହେଉଥିବା ଖାଦାନଗୁଡିକରେ ୧୪୪ ଧାରା ଜାରି ହୋଇଛି। ଏଥିରେ ରାହାଡପୁରର ୩ଟି ଓ ଡଙ୍କାରୀର ୨ଟି ଖାଦାନ ରହିଛି। ତେବେ ଏହିସବୁ ପାହାଡ଼ ପାଦଦେଶରେ ମିତ୍ତଲ, ଏମଏମ ଇମ୍ଫ୍ରା, ବଜରଙ୍ଗୀ, ବିରଜା, ଉକତ୍ଳ ହାଇୱେ, ଭିକି ଷ୍ଟୋନ କ୍ରଶର, ଏମ୍‌ଆଇପିଏଲ, ସାଇ ଷ୍ଟୋନ ପ୍ରଭୃତି ମେଗା ଷ୍ଟୋନ କ୍ରଶର ଚାଲିଛି। ପାହାଡ଼ଗୁଡିକରୁ ବେଆଇନ ଭାବେ ପଥର ଉତ୍ତୋଳନ କରି କ୍ରଶରରେ ଚିପ୍ସ, ମେଟାଲ ଆଦି ତିଆରି କରି ବାହାରକୁ ଚାଲାଣ ହେଉଛି। ଏହି କ୍ରଶର ମାଲିକ ଓ ସମ୍ପୃକ୍ତ ପରିବହନ ସଂସ୍ଥା ସ୍ଥାନୀୟ ଆରଟିଓଙ୍କ ସହିତ ଅଘୋଷିତ ଚୁକ୍ତି କରି ବ୍ୟାପକ ଓଭରଲୋଡିଂ ଚଳାଚଳ କରୁଛନ୍ତି। ଫଳରେ ଜିଲା ଦେଇ ଯାଉଥିବା ୬ ନମ୍ବର, ୫୩ ନମ୍ବର ଓ ୨୦୦ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟହ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ସମ୍ପ୍ରତି ଦୁର୍ଘଟଣା ରୋକିବାକୁ କେନ୍ଦ୍ର ସରକାର ବେଆଇନ ପରିବହନ ଉପରେ ଜୋରିମାନା ଅର୍ଥକୁ ବୃଦ୍ଧି କରିଥିବାବେଳେ ଚଣ୍ଡିଖୋଲ ଆରଟିଓ ଅଧୀନ ଅଞ୍ଚଳରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ହେଉଛି। ଯେଉଁମାନେ ଆରଟିଓଙ୍କ ସହିତ ମାସିକ ଚୁକ୍ତି କରିନାହାନ୍ତି ସେମାନଙ୍କୁ ଧରପଗଡ଼ କରୁଥିବାବେଳେ ମେଗା କ୍ରଶର ଓ ପ୍ରଭାବଶାଳୀ ପରିବହନ ସଂସ୍ଥା ଅନାୟାସରେ ଖସି ଯାଉଛନ୍ତି ବୋଲି ଅଭିଯୋଗ ହୋଇଛି।
ସାରା ରାଜ୍ୟରେ ଯାଜପୁର ଜିଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରାଜସ୍ବ ଆଦାୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ବାର୍ଷିକ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଏଠାରୁ ରାଜସ୍ବ ଆଦାୟ ହେଉଛି। ତେବେ ଅମାପ ସମ୍ବଳ ଯୋଗୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟଧାର୍ଯ୍ୟ ଏଠାରେ ସହଜରେ ପୂରଣ ହୋଇଯାଉଥିବାବେଳେ ବାକି ଅର୍ଥ ବିଭାଗୀୟ ଅଧିକାରୀଙ୍କ ପକେଟକୁ ଯାଉଛି। ଜଙ୍ଗଲ ଓ ପରିବେଶ ବିଭାଗ ବିନା ଅନୁମତିରେ ଶତାଧିକ ଗ୍ରାନାଇଟ ଖାଦାନ ଚାଲିଛି। ଏହାସହ ବେଆଇନ ଭାବେ ବିଭିନ୍ନ ପାଦଦେଶରେ ମେଗା ଓ ଛୋଟବଡ ଷ୍ଟୋନ କ୍ରଶର ପ୍ରତିଷ୍ଠା ହୋଇଛି। ଫଳରେ ଏଠାରୁ ପ୍ରତ୍ୟହ ବେଆଇନ ପରିବହନ ଜୋରସୋରରେ ଜାରି ରହିଛି। ସରକାରଙ୍କ ଧାର୍ଯ୍ୟ ମୁତାବକ ପରିବହନ ରାଜସ୍ବ ଆଦାୟ ଆଶାନୁରୂପକ ହୋଇଥିଲେ ହେଁ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨ଗୁଣରୁ ଅଧିକ ଓଭରଲୋଡିଂ ଗାଡି ଚଳାଚଳ କରୁଛି। ସଡ଼କ ସୁରକ୍ଷା ସୁପ୍ରିମକୋର୍ଟ କମିଟି ଦୁର୍ଘଟଣା ହ୍ରାସ ଦିଗରେ ଗୁରୁତ୍ୱାରୋପ କରିଛନ୍ତି। ପରିବହନ ସଚିବ ଓ ଯାଜପୁର ଜିଲାପାଳଙ୍କ ନିଷ୍ପତ୍ତିକ୍ରମେ ଯୁଗ୍ମ ଟ୍ରାଫିକ ପୋଲିସ ଗାଡିମୋଟର ଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ସରକାର ନୂଆ ମୋଟର ଯାନ ଆଇନ ଲାଗୁ କରିବା ପରେ ଏବେ ପରିବହନ ବିଭାଗ ପକ୍ଷରୁ ଚଢାଉ ଜୋରଦାର କରାାଇଛି। ଗୁରୁବାର ଚଣ୍ଡିଖୋଲ ଆରଟିଓଙ୍କ ନେତୃତ୍ୱରେ ୩ ଘଣ୍ଟାରେ ୨୦ଟି ଗାଡିରୁ ସର୍ବାଧିକ ୪ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିଲା। ହେଲେ ଧର୍ମଶାଳା ତହସିଲ ଅନ୍ତର୍ଗତ ଶତାଧିକ ବେଆଇନ ଖାଦାନରେ ଚାଲିଥିବା ମେଗା କ୍ରଶରରୁ ଓଭରଲୋଡିଂ ଗୋଟିଏ ବି ଗାଡି ଉପରେ ଚଢାଉ ହୋଇ ପାରିନାହିଁ। ଏଥିରୁ ଚଣ୍ଡିଖୋଲ ଆରଟିଓ କର୍ମଚାରୀଙ୍କ ସ୍ବଚ୍ଛତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଡୋଶୀ ଢେଙ୍କାନାଳ ଜିଲା ଡଙ୍କାରୀ ଓ ରାଇଗଡା ପାହାଡ ସମେତ ରାହାଡପୁର, ବାଜବାଟି, ବିଛାଖଣ୍ଡି, ବଳରାମପୁର ପ୍ରଭୃତି ପାହାଡରୁ ପ୍ରତ୍ୟହ କ୍ଷମତାଠାରୁ ଅଧିକ ଗ୍ରାନାଇଟ ପଥର ବୋଝେଇ ହାଇୱା, ଟ୍ରକ ଆଦି ଗାଡି ଚଳାଚଳ କରୁଛି। ଏହାବାଦ ଜିଲାର ୫୩ ଓ ୧୬ ନମ୍ବର ଜାତୀୟ ରାଜପଥ ଦେଇ ବେଆଇନ ଗାଡି ପରିବହନ ସୀମା ଲଂଘିଛି। ଅନ୍ୟପକ୍ଷେ ରାହାଡପୁର ପାହାଡ଼ ପାଦଦେଶରେ ଥିବା ଏକାଧିକ ମେଗା କ୍ରଶରର ପଥର ଗୁଣ୍ଡ ଯୋଗୁ ନିକଟରେ ଥିବା ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ରଜଳସେଚନ ପ୍ରକଳ୍ପ ପ୍ରଭାବିତ ହେଉଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ହେଁ କିଛି ସୁଫଳ ମିଳୁନାହିଁ। ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆରଟିଓ ଲାଲମୋହନ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ସମସ୍ତ ବେଆଇନ ପରିବହନ ଉପରେ ବିଭାଗ ସତର୍କ ଦୃଷ୍ଟି ଦେଇଛି। ସମସ୍ତ ଗାଡି ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜରିମାନା ଆଦାୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ସିଏଜି ରିପୋର୍ଟରେ ଚାଞ୍ଜଲ୍ୟକର ଖୁଲାସା:ଜଙ୍ଗଲ ଜମିରେ ଓଏମ୍‌ସିର ଖଣି ଖନନ

ଯାଜପୁର,୧୯ା୯(ହର୍ଷବର୍ଦ୍ଧନ ବେହେରା):ବିନା ଅନୁମତିରେ ଜଙ୍ଗଲ ଜମିର ବ୍ୟବହାର କାରଣରୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅଡୁଆରେ ପଡିଛି। ଏଥିଯୋଗୁ ଓଏମ୍‌ସିକୁ ୪୭.୧୨ କୋଟି ଟଙ୍କା ଜରିମାନା ଦେବାକୁ...

କାର ଭିତରେ ଅଜଗର: ୫ ଘଣ୍ଟା ଉଦ୍ୟମ ପରେ ହେଲା ଉଦ୍ଧାର

ଯାଜପୁର,୧୬।୯: କାର ଭିତରୁ ବାହାରିଲା ଅଜଗର। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ତେନ୍ତୁଲିଖୁଣ୍ଟା ଗାଁ ହୁଣ୍ଡାଇ ସୋ’ ରୁମ ନିକଟରେ। ଜଣେ...

ରୂପେଶଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ମୃତିରେଖା

ଧର୍ମଶାଳା/କାଏମା,୧୬ା୯(ବଟକୃଷ୍ଣ ପରିଡ଼ା/ ଶିବପ୍ରସାଦ ମହାନ୍ତ): ଯାଜପୁର ଜିଲା ଧର୍ମଶାଳାର ଭାଜପା ନେତ୍ରୀ ସ୍ମୃତିରେଖା ପହି ରୂପେଶ ଭଦ୍ରଙ୍କୁ ଟଙ୍କା ମାଗିବା ସହ ତାଙ୍କୁ ବ୍ଲାକମେଲ କରିଥିବା...

ଏମ୍‌ଆଇପି ପୋତିଦେବାକୁ ଷଡ଼ଯନ୍ତ୍ର

ଯାଜପୁର,୧୪ା୯(ହର୍ଷବର୍ଦ୍ଧନ ବେହେରା): ରାଜ୍ୟ ସରକାର କୃଷିର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏକାଧିକ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେଜଣ...

ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି ମାଫିଆ, ୫ ଏକର ଜମିରେ…

କଳିଙ୍ଗନଗର,୯ା୯(ଶୁଭାଶିଷ ରାଉତ): ଯାଜପୁର ଜିଲାର ଦାନଗଦି ତହସିଲ ଅଞ୍ଚଳରେ ବହୁସଂଖ୍ୟକ ଭୂମିହୀନ ଖଣ୍ଡେ ବାସଗୃହ ନିର୍ମାଣ କରିବାକୁ ଜମି ପାଉନାହାନ୍ତି। ସେମାନେ ଏକ ଗୁଣ୍ଠ ଜମି...

ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼

ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri