ଚିଲିକାରେ ପହଞ୍ଚିଲେ ବିଦେଶୀ ପକ୍ଷୀ

ବାଲୁଗାଁ,୨୭।୧୦(ଡି.ଏନ.ଏ.)-ଶୀତର ପହିଲି ସ୍ପର୍ଶ ସାଙ୍ଗକୁ ନୀଳାମ୍ବୁ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି । ଶନିବାର ସୁଦ୍ଧା ଚିଲିକା ମଧ୍ୟସ୍ଥ ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥିବା ଖୋର୍ଦ୍ଧା ଜିଲା ବାଲୁଗାଁ ବନ୍ୟପ୍ରାଣୀ ବିଭାଗୀୟ ସୂତ୍ରରୁ ଜଣାଯାଇଛି । ପକ୍ଷୀଙ୍କ ଆଗମନ ହେତୁ ଚିଲିକା ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପର୍ଯ୍ୟଟକ ଓ ପକ୍ଷୀ ବିଶାରଦଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି । ଚିଲିକାରେ ଶୀତଦିନେ ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କ ସମାଗମ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୭ ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ସର୍ବାଧିକ ସଂଖ୍ୟାରେ ଗଡ଼ୱାଲ ୩୫୦, ୟୁରାସିଆନ୍‌ ୱିଜିଅନ୍‌ ୨୫୦, ନର୍ଦ୍ଦର୍ନ ପିଣ୍ଟେଲ୍‌ ୧୦୦, ଗାର୍ଗେନିଂ ୧୦, କମନ୍‌କୁଟ୍‌ ୧୦, ନର୍ଦ୍ଦର୍ନ ସୋଭଲର ୨୦ ଓ ଚିଲିକାକୁ ଶୋଭା ବର୍ଦ୍ଧନ କରୁଥିବା ଆକର୍ଷଣୀୟ ଗ୍ରେଟର ଫ୍ଲେମିଙ୍ଗୋ ୪୦(ଏରା ପକ୍ଷୀ) ଆଦି ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥିବା ନଳବଣ ସୁରକ୍ଷା ଦାୟିତ୍ୱରେ ଥିବା ବନରକ୍ଷୀ ନିରଞ୍ଜନ ମହାରଣା ସୂଚନା ଦେଇଛନ୍ତି ।
ପ୍ରାୟତଃ ଅକ୍ଟୋବର ପହିଲାରେ ଶୀତ ପଡ଼ିବା ମାତ୍ରେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । କିନ୍ତୁ ଚଳିତ ବର୍ଷ ପ୍ରତିକୂଳ ପାଗ ହେତୁ ଅକ୍ଟୋବର ଶେଷାର୍ଦ୍ଧରେ ତଥା ଦୁଇ ସପ୍ତାହ ବିଳମ୍ବରେ ପକ୍ଷୀ ଚିଲିକାରେ ପାଦ ଥାପିଛନ୍ତି । ତେବେ ପାଗ ଅନୁକୂଳ ରହିଲେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବ ବୋଲି ବିଶାରଦମାନେ ଆଶା ପ୍ରକଟ କରିଛନ୍ତି । ଶୀତଋତୁରେ ସୁଦୂର ବରଫାବୃତ୍ତ ଅଞ୍ଚଳ ସାଇବେରିଆ, ରୁଷିଆ, କାଜାଖସ୍ତାନ, ଲଦାଖ୍‌, ମଙ୍ଗୋଲିଆ, ଆମେରିକା, କାନାଡା ଆଦି ରାଷ୍ଟ୍ରାଞ୍ଚଳରୁ ପ୍ରବଳ ହିମପ୍ରବାହ ଓ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ଏହି ପକ୍ଷୀମାନେ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଚିଲିକାରେ ପହଞ୍ଚତ୍ଥାଆନ୍ତି । ପକ୍ଷୀ ସମୂହ ଚିଲିକାରେ ପାଦ ଥାପିବା ପୂର୍ବରୁ ନିରାପଦ ବାସସ୍ଥାନ ଓ ଖାଦ୍ୟ ଅନ୍ବେଷଣରେ ଚିଲିକା ଆକାଶରେ ଘୂରି ବୁଲିଥାନ୍ତି । ବର୍ତ୍ତମାନ ଅନୁରୂପ ଭାବେ ଏହି ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ ନଳବଣ ଉପରେ ପଇଁତରା ମାରୁଥିବାବେଳେ କେତେକ ସ୍ଥାନରେ ଜଳରାଶିରେ ଅବତରଣ କରିଥିବା ଦେଖାଦେଇଛି । ଏହା ବ୍ୟତୀତ ଚିଲିକା ତଟାଞ୍ଚଳ ତଥା ଟାଙ୍ଗୀ ରେଞ୍ଜ ଅଧୀନ ମଙ୍ଗଳାଯୋଡ଼ି ଅଞ୍ଚଳରେ ମଧ୍ୟ ବିଦେଶୀ ପକ୍ଷୀ ବିଚରଣ କରୁଥବା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷେ ପକ୍ଷୀଙ୍କ ଆଗମନ ହେତୁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି । ପକ୍ଷୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ନିମନ୍ତେ ୧୯ଟି କ୍ୟାମ୍ପ ଓ ଗୋଟିଏ ଭ୍ରାମ୍ୟମାଣ ସ୍କ୍ବାଡ୍‌ ଗଠନ କରାଯାଇଛି । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଗୋଟି ରେଞ୍ଜ ଯଥା- ବାଲୁଗାଁ, ଟାଙ୍ଗୀ, ରମ୍ଭା, ସାତପଡ଼ା ଓ ଚିଲିକା ରେଞ୍ଜ ଅଞ୍ଚଳରେ ଏହି କ୍ୟାମ୍ପଗୁଡ଼ିକୁ ନିୟୋଜିତ କରାଯାଇଥିବା ବେଳେ ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୧୦ଟି କ୍ୟାମ୍ପ, ବାଲୁଗାଁ ରେଞ୍ଜ ଅଧୀନ ନଳବଣରେ ୪, ସାତପଡ଼ାରେ ୨, ରମ୍ଭା ୧ ଓ ଚିଲିକାରେ୧ଟି କ୍ୟାମ୍ପ ସ୍ଥିରୀକୃତ ହୋଇଛି । ଏଥିସହିତ ଦୁଇଟି ଭ୍ରାମ୍ୟମାଣ ସ୍କ୍ବାଡ୍‌ ଗଠନ କରାଯାଇଛି । ପ୍ରତ୍ୟେକ କ୍ୟାମ୍ପରେ ଗୋଟିଏ ଲେଖାଏ ଯନ୍ତ୍ରଚାଳିତ ବୋଟ୍‌ ସମେତ ଜଣେ ବନପାଳ କିମ୍ବା ବନରକ୍ଷୀ ଏବଂ ଚିଲିକା ତଟବର୍ତ୍ତୀ ଗ୍ରାମ ପକ୍ଷୀ ସୁରକ୍ଷା ମଞ୍ଚର ୩ଜଣ ଲେଖାଏ ସଦସ୍ୟ ସାମିଲ ହୋଇଛନ୍ତି । ଏତଦ୍‌ ବ୍ୟତୀତ ଚିଲିକା ତଟବର୍ତ୍ତୀ ଗ୍ରାମଗୁଡ଼ିକରେ ପକ୍ଷୀ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ନଳବଣରେ ବର୍ତ୍ତମାନ ଲଘୁଚାପଜନିତ ବର୍ଷା ଯୋଗୁ ଜଳସ୍ତର ଅଧିକ ରହିଛି । ପାଗ ଅନୁକୂଳ ସହିତ ଜଳସ୍ତର କମିଲେ ନଳବଣ ଅଞ୍ଚଳକୁ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇବ ବୋଲି ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଡିଏଫ୍‌ଓ ସମ୍ରାଟ ଗୌଡ଼ା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri