ଭୁବନେଶ୍ୱର,୧୨।୬(ବ୍ୟୁରୋ)- କେନ୍ଦ୍ର ସାହିତ୍ୟ ଏକାଡେମୀ ଏଥର ଏକାଡେମୀ ପୁରସ୍କାର ଘୋଷଣା କରିବା ସହ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକ ଓ ଏହାର ଲେଖକମାନଙ୍କ ନାମ ତାଲିକା ପ୍ରକାଶ କରିବ। ଏ ନେଇ ଏକାଡେମୀ ସଚିବ କେ. ଶ୍ରୀନିବାସନ୍ ଲେଖିଥିବା ଏକ ଚିଠିରୁ ସୂଚନା ମିଳିଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରତିବର୍ଷ ୪ ବିଭାଗରେ ସମୁଦାୟ ୨୪ ଭାଷାରେ ସାହିତି୍ୟକ ତଥା ଲେଖକଙ୍କୁ ପୁରସ୍କୃତ କରିଥାଏ। ସାହିତ୍ୟ ଏକାଡେମୀ ପୁରସ୍କାର ସହ ଏକାଡେମୀ ଯୁବ ପୁରସ୍କାର, ବାଲ୍ ସାହିତ୍ୟ ପୁରସ୍କାର ଓ ଏକାଡେମୀ ଅନୁବାଦ ପୁରସ୍କାର ବଛା ବଛା ସାହିତି୍ୟକମାନଙ୍କୁ ପ୍ରଦାନ କରାଯାଇଥାଏ। ତେବେ ଆଗାମୀ ବର୍ଷଠାରୁ ଏକାଡେମୀ ଚୟନ ପ୍ରକ୍ରିୟାର ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ପୁସ୍ତକଗୁଡ଼ିକର ନାମ ଘୋଷଣା କରାଯିବ। ଏକାଡେମୀ ଏହାର ପୁରସ୍କାର ନିୟମ ପାଳନ କରି ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକଙ୍କ ନାମ ଓ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ତାଲିକା ନିଶ୍ଚିତ ଭାବରେ ଘୋଷଣା କରିବ ବୋଲି ସଚିବ କେ. ଶ୍ରୀନିବାସନ୍ ଅନୁବାଦକ ନରେନ୍ଦ୍ର ନାରାୟଣ ଦାଶଙ୍କ ଏକ ଚିଠିର ଉତ୍ତର ଦେଇ ଉଲ୍ଲେଖ କରିଛନ୍ତି। ଏକାଡେମୀ ପକ୍ଷରୁ ୨୦୧୮ ବର୍ଷ ପାଇଁ ତ୍ରିପୁରା ରାଜଧାନୀ ଅଗରତାଲାଠାରେ ଆସନ୍ତା ୧୪ ତାରିଖରେ ଅନୁବାଦ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ସାଧାରଣ ପରିଷଦ ବୈଠକ ବସି ୨୦୧୯ ମସିହା ପାଇଁ ଯୁବ ପୁରସ୍କାର ଓ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା କରାଯିବ।
ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…
ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...
କିସ୍ରେ ୯ମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ମା’ ଆଣିଲେ ସାଂଘାତିକ ଅଭିଯୋଗ
ଭୁବନେଶ୍ୱର,୧୩॥୧୨: ଭୁବନେଶ୍ୱର କିସ୍ରେ ୯ମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର କେନ୍ଦୁଝର ଟାଉନ ଥାନା ଟିକରଗୁମୁରା ଗାଁର।ଛାତ୍ରଙ୍କ ଶରୀରରେ କ୍ଷତ ଚିହ୍ନ...
ବିଜେବି କଲେଜ ପିଅନଙ୍କୁ ହତ୍ୟା ଅଭିଯୋଗ
ଭୁବନେଶ୍ୱର,୧୩ା୧୨(ସତ୍ୟଜିତ୍ ରାଉତ): ବିଜେବି କଲେଜର ଜଣେ ପିଅନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ ୟୁନିଟ୍-୯ କ୍ୱାର୍ଟର୍ସ ନଂ.୧ଆର୍/୨ରେ ରହୁଥିବା ନନ୍ଦନକାନନ ଥାନା ଅନ୍ତର୍ଗତ...
ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ, ଜାଣନ୍ତୁ କେତେ…
ଭୁବନେଶ୍ୱର,୧୨।୧୨: ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ। ସବୁଠାରୁ ବଡ଼ କଥା ହେଉଛି ଅଟୋମେସନ ପ୍ରୋସେସରେ ପ୍ରତି ୫ ବର୍ଷରେ ବିଧାୟକଙ୍କ ଦରମା...
ମୋକିମ୍ଙ୍କୁ ନେଇ ଆସିଲା ବଡ଼ ଅପ୍ଡେଟ୍: ଏଥର ଦିଲ୍ଲୀରେ …
ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...
ଓଡ଼ିଶା ଆସିବେ CJI: ପ୍ରଥମ ଥର ପାଇଁ…
ଭୁବନେଶ୍ୱର,୧୨।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ରବିବାର ଓଡ଼ିଶା ଆସିବେ । CJI ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର...
ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ମାଲକାନଗିରି ରିପୋର୍ଟ
ଭୁବନେଶ୍ୱର,୧୨ା୧୨: ମାଲକାନଗିରି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦିଆଯାଇଛି ରିପୋର୍ଟ। ମୁଖ୍ୟମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ରିପୋର୍ଟ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି...
ଥରୁଛି ସାରା ରାଜ୍ୟ, କନ୍ଧମାଳରେ ସର୍ବନିମ୍ନ ତାପମାତ୍ରା ରହିଛି…
ଭୁବନେଶ୍ୱର,୧୨ା୧୨: ଶୀତରେ ଥରୁଛି ସାରା ରାଜ୍ୟ। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କନ୍ଧମାଳ ଜିଲା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କୋରାପୁଟର...
Archives


