ଚୋପା ସହ ଚୋବାଇ ଖାଆନ୍ତୁ ଫାଳେ ସେଓ…

ପ୍ରତିଦିନ ଫାଳେ ସେଓକୁ ଚୋପା ସହ ଚୋବାଇ ଖାଇଲେ ଅନେକ ଉପକାର ମିଳିଥାଏ। ସେଓରେ ଭିଟାମିନ୍‌ ଏ, ଭିଟାମିନ୍‌ ସି’, ପୋଟାସିୟମ୍‌, ଫାଇବର ଓ କାର୍ବୋହାଇଡ୍ରେଟ୍‌ସ ଭରପୁର ମାତ୍ରାରେ ରହିଛି । ଗୋଟିଏ ସେଓରେ ପ୍ରାୟ ୯୫ କ୍ୟାଲୋରୀ ରହିଥାଏ । କେତେକ ଲୋକ କୀଟନାଶକ ଭୟରେ ସେଓକୁ ଚୋପା ଛଡାଇ ଖାଇଥାନ୍ତି। ମାତ୍ର ଏଭଳି ଖାଇଲେ ଚୋପାରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ଯାଇ ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ସେଓ ଚୋପାରେ ପ୍ରାୟ ୪.୪ ଗ୍ରାମ ଫାଇବର ରହିଥାଏ । ଏହି ଫାଇବର କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ସହିତ ରକ୍ତ ଶର୍କରା ସ୍ତରକୁ ସ୍ବାଭାବିକ କରେ । ଏହା କୋଲେଷ୍ଟରଲ ସ୍ତର କମ୍‌ ରଖିବାରେ ସହାୟକ ହୁଏ । ସେଓ ଚୋପାରେ ଟ୍ରିଟରପେନଏଡ୍‌ ନାମକ ଏକ ତତ୍ତ୍ୱ ରହିଛି। ଏହା କ୍ୟାନସର କୋଷିକାକୁ ନଷ୍ଟ କରିଥାଏ । ପ୍ରତିଦିନ ସେଓ ଚୋପା ସହ ଖାଇଲେ ଫୁସଫୁସ ଓ ଲିଭର ସ୍ବାଭାବିକ ଭାବେ କାମ କରିଥାଏ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ମାସ ହେଲା କାମ କରୁନି ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କ, ପଦକ୍ଷେପ ନ ନେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଲାଞ୍ଜିଗଡ, ୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡପଦର ପଞ୍ଚାୟତ ବୋରପଦର ଗାଁଠାରେ ଦୀର୍ଘ ୬ମାସ ହେଲା ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କ କାମ...

ଏମିତି ବି ମୃତ୍ୟୁ ଆସେ, ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେ

ସାବରଙ୍ଗ/ବାସୁଦେବପୁର,୧।୪ (କାଳିପଦ ରାୟ/ନାରାୟଣ ପ୍ରସାଦ ବାରିକ): ଏମିତି ବି ମୃତ୍ୟୁ ଆସେ। ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେ ପ୍ରବଚକ। ସୋମବାର ରାତିରେ ଭଦ୍ରକ ଜିଲା ସାବରଙ୍ଗ...

ଆଜିଠୁ ଲାଗୁ ହେଲା ନୂଆ ପେନସନ ନିୟମ, ଏମାନଙ୍କୁ ମିଳିବନି ଲାଭ

ନୂଆଦିଲ୍ଲୀ,୧।୪: ଯଦି ଆପଣ ସରକାରୀ ଚାକିରି କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ, କାରଣ କେନ୍ଦ୍ର ସରକାରଙ୍କ ୟୁନିଫାଏଡ ପେନସନ ଯୋଜନା (UPS)...

କାହା ସ୍ବାର୍ଥରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ? ନିର୍ମାଣର ୬ବର୍ଷ ପରେ ମଧ୍ୟ ଆସିଲା ନାହିଁ ଲୋକଙ୍କ କାମରେ

ଥୁଆମୂଳ ରାମପୁର,୧।୪(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାରଙ୍କ ଜଳସେଚନ ପ୍ରକଳ୍ପ ଦ୍ବାରା କୃଷିର ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦରେ ବିଭିନ୍ନ ସ୍ଥାନରେ କ୍ଷୁଦ୍ର...

୨୦୨୮ରେ ଟ୍ରମ୍ପ-ଓବାମାଙ୍କ ମଧ୍ୟରେ ହେବ ମହାମୁକାବିଲା? ଆମେରିକା ରାଜନୀତିରେ ହଇଚଇ

ଓ୍ବାଶିଂଟନ୍‌,୧।୪: ନିକଟରେ ଆମେରିକୀୟ ରାଜନୀତିରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ବାରାକ ଓବାମା 2028 ରେ ମୁହାଁମୁହିଁ ହେବେ କି?...

ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଉଦଘାଟିତ

ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ଠାରେ ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ସ୍ଥାନୀୟ କୋର୍ଟ...

ହ୍ବାଟସଆପ୍‌ ଷ୍ଟାଟସ୍‌ରେ ଗୀତ ରଖିବାକୁ ଚାହୁଁଛନ୍ତି କି? ଏମିତି କରନ୍ତୁ ଷ୍ଟେପ୍‌ ବାଏ ଷ୍ଟେପ୍‌

ଯଦି ଆପଣ ଇନଷ୍ଟାଗ୍ରାମ ପରି ହ୍ବାଟସଆପରେ ଗୀତର ଷ୍ଟାଟସ ରଖିବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ ଏହି ଟ୍ରିକ୍‌। ହ୍ବାଟସଆପ ତାର ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ...

୨୦୨୫ ପୂର୍ବର ସମ୍ପତ୍ତି ଓ୍ବକଫ୍‌ ବିଲ୍‌ରେ ହିଁ ରହିବ, ଜାଣନ୍ତୁ କେନ୍ଦ୍ର ସରକାର ଆଣୁଥିବା ନୂଆ ବିଲ୍‌ରେ କ’ଣ ରହିଛି…

ନୂଆଦିଲ୍ଲୀ,୧ା୪: ଲୋକ ସଭାରେ ଓ୍ବକଫ୍‌ ବିଲ୍‌ ସଂସଦର ଏହି ଅଧିବେଶନରେ ସରକାର ଓ୍ବକଫ୍‌ ସଂଶୋଧନ ଆଇନ ଆଗତ କରିବାକୁ ଯାଉଛନ୍ତି। ଭାଜପା ଏବଂ କଂଗ୍ରେସ ୨...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image