ବାଲେଶ୍ୱର ଅଫିସ,୯।୮: ବାଲେଶ୍ୱର ଜିଲା ଜଳେଶ୍ୱର ରେଳ ଷ୍ଟେଶନରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି। ରେଳ ପୋଲିସ ଉପସ୍ଥିତିରେ ଯାତ୍ରୀମାନେ ଜଣେ ଲୋକଙ୍କୁ ଚୋର ଭାବି ନିସ୍ତୁକ ମାଡ଼ ମାରିଥିଲାବେଳେ ପୋଲିସ ଜଣକ ଦର୍ଶକ ସାଜିଥିଲେ। ଖବର ଅନୁଯାୟୀ, ଜଳେଶ୍ୱର ରେଳ ଷ୍ଟେଶନରେ ଯାତ୍ରୀମାନେ ଖଡ଼ଗ୍ପୁର-ଭଦ୍ରକ ଟ୍ରେନ୍ ଚଢ଼ିଲାବେଳେ ଉକ୍ତ ଯୁବକଙ୍କୁ ମୋବାଇଲ ଚୋର ସନ୍ଦେହ କରି ମାଡ଼ ମାରିଥିଲେ। ଶେଷରେ ଲୋକମାନେ ଉକ୍ତ ଯୁବକଙ୍କୁ ରେଳ ପୋଲିସକୁ ହସ୍ତାନ୍ତର କରିଥିଲେ। ଆର୍ପିଏଫ୍ ପୋଲିସ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।