ଚୋରା ବାଲି ଚାଲାଣ ଯୋଗୁ ନଷ୍ଟ ହେଉଛି ଘେରିବନ୍ଧ

ଯାଜପୁର ଟାଉନ,୪-୯(ଡି.ଏନ୍‌.ଏ.)- ଚୋରା ବାଲି ଚାଲାଣ ଯୋଗୁ ଜଳସମ୍ପଦ ବିଭାଗର ୧୯କୋଟି ଟଙ୍କା ବ୍ୟୟରେ ନିର୍ମିତ ଘେରିବନ୍ଧ ନଷ୍ଟ ହେଉଛି। ଯାଜପୁର ବ୍ଲକ ଅଧିନସ୍ଥ ପଣସା ପଞ୍ଚାୟତର ବୈତରଣୀ ପଠାରୁ ଦୀର୍ଘବର୍ଷ ଧରି ଚୋରା ବାଲି ଚାଲାଣ କରାଯାଉଛି। ପ୍ରାୟ ଦୈନିକ ଶହଶହ ଟ୍ରାକ୍ଟର ଚୋରା ବାଲି ମାଫିଆଙ୍କ ଦ୍ୱାରା ଉଠା ଯାଉଥିବାବେଳେ ରାସ୍ତା ସବୁ ନଷ୍ଟ ହେଇଯାଉଛି। ଯାଜପୁର ତହସିଲ ଅଧୀନସ୍ଥ ପଣସା ପଞ୍ଚାୟତର ବୈତରଣୀ ନଦୀପଠାରୁ ବିଭିନ୍ନ ସ୍ଥାନକୁ ବାଲି ଉଠାଯାଇ ଚୋରାଚାଲାଣ କରାଯାଉଛି। କେତେକ ସ୍ଥାନରେ ଅସ୍ଥାୟୀ ପରମିଟ୍‌ ପ୍ରଦାନ କରାଯାଉଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଯାଜପୁର ତହସିଲ ହରାଉଛି। ସ୍ଥାନୀୟବାସିନ୍ଦା ଏ ସମ୍ପର୍କରେ ଜିଲାପାଳ ଓ ତହସିଲଦାରଙ୍କୁ ଅଭିଯୋଗ କରୁଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ତହସିଲଦାର କେବଳ କିଛି ଚୋରାବାଲି ଚାଲାଣ କରୁଥିବା ଟ୍ରାକ୍ଟରକୁ ଜବତ କରି ଅଳ୍ପ ଜରିମାନା ନେଇ ଛାଡ଼ି ଦେଇଥାନ୍ତି। ବାଲି ଚୋରା ଚାଲାଣ କରୁଥିବା ବ୍ୟକ୍ତିମାନେ ଶାସକଦଳର କର୍ମୀ ହୋଇଥିବାବେଳେ ନେତାମାନେ ସେମାନଙ୍କୁ ସୁରକ୍ଷା ଯୋଗାଉଥିବା ମଧ୍ୟ ଅନେକ ସମୟରେ ଅଭିଯୋଗ ହେଉଛି। ବୈତରଣୀ ପଠାରୁ ବାଲି ଉଠାଯାଇ ଅହରହ ଚୋରା ଚାଲାଣ ଚାଲିବା କାରଣରୁ ଯାଜପୁର ଜଳସମ୍ପଦ ବିଭାଗ ପକ୍ଷରୁ ୧୯କୋଟି ଟଙ୍କାର ବ୍ୟୟରେ ପଣସା ପଞ୍ଚାୟତରେ ନିର୍ମାଣ ହୋଇଥିବା ଘେରିବନ୍ଧ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ଏହି ଘେରିବନ୍ଧ ଉପରେ ପଣସା ପଞ୍ଚାୟତର ବେହେରାପାଟଣା , ବାରଭାଗିଆ, ନୁଆକୂଳ, ବଳିଘାଇ, କୁଶି , କୁମ୍ଭାରସାହି, ପାଟପୁର ଓ ରଘୁନାଥପୁରର ୮ହଜାର ଲୋକ ନିର୍ଭର କରିଥାନ୍ତି। ବାଲି ବୋଝେଇ ଗାଡ଼ି ଯାଇଯାଇ ରାସ୍ତାର ଅବସ୍ଥା ଏପରି ହୋଇପଡ଼ିଛି ଯେ, ସେହି ବାଟରେ ଗାଡ଼ିରେ କ’ଣ ପାଦରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାର ସୁନୀଲ କୁମାର ମେହେରଙ୍କୁ ପଚାରିବାରେ ଚୋରାବାଲି ଉଠାଉଥିବା କଥାକୁ ସ୍ବୀକାର କରିବା ସହ ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ଚୋରା ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଜରିମାନା ଆଦାୟ କରାଯାଉଛି ବୋଲି କହିଛନ୍ତି। ଏପରି କି ବର୍ଷାଦିନ ପରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯିବ ବୋଲି ମେହେର କହିଛନ୍ତି। ପଣସା ଘେରିବନ୍ଧ ଦୂରାବସ୍ଥା କଥା ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ଧନେଶ୍ୱର ସାମଲଙ୍କୁ ପ୍ରଶ୍ନକରିବାରୁ ଏ ସମ୍ପର୍କରେ ନିର୍ଦ୍ଧିଷ୍ଟ କୌଣସି ଅଭିଯୋଗ ଆସିନାହିଁ ଯଦି ଅଭିଯୋଗ ଆସେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତେବେ ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ପଣସା ପଞ୍ଚାୟତ ଘେରିବନ୍ଧ ନିର୍ମାଣ କରାଯାଇଥିବାବେଳେ ଏହାକୁ କିଛି ମୁଷ୍ଟିମେୟ ଚୋରାବାଲି ଚାଲାଣକାରୀ ନଷ୍ଟ କରୁଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ସ୍ତ୍ରୀଙ୍କୁ ମାଡ଼ ମାରି ଘରୁ ବାହାର କଲେ: ପରେ ନାବାଳିକା ଝିଅଙ୍କୁ ବଳାତ୍କାର କଲେ ବାପା

ବିଞ୍ଝାରପୁର,୧୨ା୧୧(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ବାପା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାଙ୍କ ମା’...

ବିକାଶର ପ୍ରୟୋଗଶାଳା ଏବେ ଦିଗହରା ଧର୍ମଶାଳା

ଧର୍ମଶାଳା/କାଏମା,୧୧ା୧୧(ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବିଜେଡିର ଏକ ଜନସମ୍ପର୍କ ପଦଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନେତୃତ୍ୱରେ ଧର୍ମଶାଳା ବ୍ଲକର...

ବିଜେଡି ସମର୍ଥକ ସରପଞ୍ଚଙ୍କ ହାତ: ଭାଜପା

ଯାଜପୁର,୧୦।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାହାସୋଇ ପଞ୍ଚାୟତରେ ସରକାରୀ ଅନୁଦାନ ହରିଲୁଟ୍‌ ଏବଂ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ବଢ଼ିବାରେ ଲାଗିଥିବା ଅଭିଯୋଗ...

ସୂଚନା ଅଧିକାର କର୍ମୀ, ସ୍ତ୍ରୀଙ୍କୁ ମାଡ଼ ଘଟଣା: ସରପଞ୍ଚଙ୍କ ସ୍ବାମୀଙ୍କୁ ଗିରଫ ଦାବି

ଯାଜପୁର,୧୦।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଦଶରଥପୁର ବ୍ଲକ ରାହାସୋଇ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଓ ଅନୁଦାନ ସଂକ୍ରାନ୍ତରେ ସୂଚନା ଅଧିକାର ଆଇନ (ଆରଟିଆଇ) ବଳରେ ତଥ୍ୟ...

ଯାଜପୁରରେ ଏକାଠି ଦେଖାଗଲେ ବର୍ଷା-ଅନୁଭବ, ରାଜନୀତିରେ ହଲଚଲ!

ଭୁବନେଶ୍ୱର,୮।୧୧:ଯାଜପୁର କାଳୀପୂଜାରେ ଏକାଠି ହୋଇଛନ୍ତି ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ହେଲେ କେହି କାହା ବିଷୟରେ ମୁହଁ...

ଅଧିକ ଭୋଟ୍‌ ପାଇଁ ଭୋଟରମାନଙ୍କୁ ପ୍ରଣାମ ଜଣାଇଲେ ବବି ଦାସ, କହିଲେ ଯାଜପୁର ମାଟି…

ବରୀ,୪ା୧୧(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ରବିବାର ବିଜେଡିର ଏକ ଜନସମ୍ପର୍କ ପଦଯାତ୍ରା ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହା ସ୍ଥାନୀୟ...

ମଦବୋଝେଇ ମିନି ଟ୍ରକ୍‌-ଆମ୍ବୁଲାନ୍ସ ଧକ୍କା: ଲୋକ ବୋହିନେଲେ ମଦପେଟି

ଚଣ୍ଡିଖୋଲ,୩।୧୧(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri