ଯୋଡ଼ା,୨୨।୧୦(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡା ଥାନା ସହରସ୍ଥିତ ହନୁମାନ ହାଟିଂ ଠାରେ ବେଆଇନ ଭାବେ ବିଦେଶୀ ମଦ ରଖି ବିକ୍ରି କରୁଥିବା ବେଳେ ପୋଲିସ ହାତରେ ୨ ଜଣ ମହିଳା ଧରାପଡିଛନ୍ତି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ , ମଙ୍ଗଳବାର ପୂର୍ବାହ୍ନରେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁଙ୍କ ନିର୍ଦ୍ଦେଶକ୍ରମେ ହନୁମାନ ହଟିଂଠାରେ ଯୋଡା ଥାନା ଏସ୍ଆଇ ଅନିଲ କୁମାର ସାମଲଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା। ଏଥିରେ ଚୋରା ମଦ କାରବାର କରୁଥିବା ଅଭିଯୋଗରେ ୨ ଜଣ ମହିଳାଙ୍କୁ ଗିରଫ କରାଯିବା ସହ ଉକ୍ତ ଘରୁ ଦୁଇ ପେଟି ବିଦେଶୀ ମଦ ପୋଲିସ ଜବତ କରିଥିଲା।