Posted inରାଜ୍ୟ

ଚୋରି ଧରିବା ପାଇଁ ଖଟବୁଲା ପୋଲିସ ବଦଳରେ ଖୋଜାପଡୁଛି ଗୁଣିଆ

ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଧରିବା ପାଇଁ ଖଟ ବୁଲୁଥିବା ଦେଖିବାକୁ ମିଳୁଛି। କୌଣସି ଗ୍ରାମରେ ଚୋରି ହେଲେ ଲୋକମାନେ ପୋଲିସ ବଦଳରେ ଖୋଜନ୍ତି ଗୁଣିଆ। କେଉଁ ଗୁଣିଆ କେତେ ପାରିବାର ତାହା ଜାଣିବା ପାଇଁ କରନ୍ତି ପରୀକ୍ଷା। ଗତ ୧୦ ତାରିଖରେ ନୟାଗଡ଼ ଜିଲା ରଣପୁର ଥାନା ରାଜସୁନାଖଳା ପଞ୍ଚାୟତର କୋଟଗଡ଼ ଗ୍ରାମରେ ଚୋର ଧରିବା ପାଇଁ ଖଟ ବୁଲିଥିଲା। ଏହାର କିଛିଦିନ ପରେ ଏପରି ଘଟଣାର ପୁନରାବୃତ୍ତି ହୋଇଛି। ଏହା ପୁଣି ଖୋଦ୍‌ ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂର ବାଲିପାଟଣା (ଉଦୟପୁର) ଗ୍ରାମରେ। ଉକ୍ତ ଗ୍ରାମରେ ୪ଦିନରେ ୩ଥର ଖଟ ବୁଲିଥିଲେ ମଧ୍ୟ ପୋଲିସ ପାଖରେ ଖବର ନାହିଁ। ଶନିବାର ଅପରାହ୍ନରେ ଖଟ ବୁଲିବା ନେଇ ଖବର ଦିଆଯିବା ପରେ ପୋଲିସ ଗ୍ରାମରେ ପହଞ୍ଚତ୍ ଏହାକୁ ବନ୍ଦ କରିଥିଲା। ହେଲେ ପୋଲିସ ସେଠାରୁ ଖାଲି ହାତରେ ଫେରିଥିଲା। ଏହି ଘଟଣା ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
୧୦ଦିନ ପୂର୍ବେ ନୟାଗଡ଼ ବ୍ଲକ ନଡ଼ିଆଳି ପଞ୍ଚାୟତ ବାଲିପାଟଣା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ପୁଅର ଏକୋଇଶିଆ ହୋଇଥିଲା। ଏହି ଅବସରରେ ପାଲା ହୋଇଥିଲା। ପାଲାରୁ କିଛି ଚାନ୍ଦା ଓ ଏକୋଇଶିଆ ପାଇଁ କିଛି ଉପହାର ମିଳିଥିଲା। ଉକ୍ତ ଟଙ୍କା ଓ ଉପହାର ଥିବା ବାକ୍ସକୁ କେହି ଚୋରିକରି ନେଇଥିଲେ। ଏ ନେଇ ବ୍ୟକ୍ତି ଜଣକ ଗ୍ରାମରେ କହିବା ପରେ ବୈଠକ ବସି ଗୁଣିଆ ଡକାଇ ଖଟ ବୁଲାଇବାକୁ ନିଷ୍ପତ୍ତି ହୋଇଥିଲା। ଗତ ବୁଧବାର ଜଣେ ଗୁଣିଆ ଆସି ଖଟ ବୁଲାଇଥିବାବେଳେ ସେ ଚୋରକୁ ଧରିବାରେ ସକ୍ଷମ ହୋଇ ନ ଥିଲା। ପରେ ଗୁରୁବାର ଗାଁ ଲୋକେ ଅନ୍ୟ ଜଣେ ଗୁଣିଆ ଆଣିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଶନିବାର ନାଟୁଗାଁ ଅଞ୍ଚଳର ଜଣେ ଗୁଣିଆଙ୍କୁ ଗ୍ରାମବାସୀ ଡକାଇଥିଲେ। ଗୁଣିଆଙ୍କୁ ପରୀକ୍ଷା କରାଇବା ପାଇଁ ଗାଁ ଲୋକେ ଜଣେ ବ୍ୟକ୍ତିଙ୍କୁ କିଛି ଜିନିଷ ଦେଇ ଲୁଚାଇଦେବାକୁ କହିଥିଲେ। ମଧ୍ୟାହ୍ନ ୧୨ଟାରେ ଉକ୍ତ ଗୁଣିଆ ଏକ ଖଟକୁ ପୂଜା କରି ୪ଜଣ ବ୍ୟକ୍ତିଙ୍କୁ ଧରାଇଥିଲେ। ଖଟ ବୁଲି ବୁଲି ଯେଉଁ ଲୋକ ଜିନିଷ ଲୁଚାଇଥିଲେ ତାଙ୍କ ନିକଟରେ ଅଟକିଥିଲା। ଏହା ପରେ ୨ଘଣ୍ଟା ଧରି ଖଟ ବୁଲିଥିଲେ ମଧ୍ୟ ବ୍ୟକ୍ତି ଜଣକ ଯେଉଁଠି ଜିନିଷ ଲୁଚାଇଥିଲେ ତାହା ଜାଣପାରି ନ ଥିଲା। ଏଣେ ଖଟ କିପରି ବୁଲୁଛି ତାହା ଦେଖିବା ପାଇଁ ନିକଟ ଅଞ୍ଚଳର ଶତାଧିକ ଲୋକ ଗାଁରେ ରୁଣ୍ଡ ହୋଇଥିଲେ। ଏହି ସମୟରେ ଗ୍ରାମବାସୀ କାହାକୁ ଫଟୋ ଉଠାଇବାକୁ ଦେଇ ନ ଥିଲେ। ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଖଟ ବୁଲା ବନ୍ଦ ହୋଇଥିଲା। ଖଟ ବୁଲାଉଥିବା ଗୁଣିଆ ଓ ଲୋକମାନେ ଛତ୍ରଭଙ୍ଗ ଦେଇଥିଲେ। ଶେଷରେ ପୋଲିସ ଖାଲି ହାତରେ ଫେରିଥିଲା। ବର୍ତ୍ତମାନ ସମୟରେ ଜିଲାର ବିଭିନ୍ନ ସ୍ଥାନରେ ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଖଟବୁଲା ପଦ୍ଧତି ଅବଲମ୍ବନ କରୁଥିବାରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ନେଇ ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ କହନ୍ତି, ଖବର ପାଇ ପୋଲିସ ଟିମ୍‌ ଗ୍ରାମରେ ପହଞ୍ଚତ୍ଥିଲେ ମଧ୍ୟ ଗୁଣିଆ ଫେରାର ହୋଇଯାଇଥିଲେ। ମାନସିକତାରେ ପରିବର୍ତ୍ତନ ନ ହେବାରୁ ଏଭଳି ଘଟଣା ଘଟୁଛି। ଲୋକମାନେ ସଚେତନ ହେଲେ ଏହା ଘଟିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତି ପରେ ଶ୍ରୀମନ୍ଦିର? ଜିଲାପାଳଙ୍କ ବଡ଼ ସୂଚନା…

ପୁରୀ,୨୪।୯: ତିରୁପତି ପ୍ରସାଦ ଲଡୁରେ ନକଲି ଘିଅ ବ୍ୟବହାର ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ପ୍ରମାଣ ମିଳିଛି ଯେ, ତିରୁପତିଙ୍କ ଲଡୁରେ ବ୍ୟବହାର ହେଉଥିବା...

ନବୀନଙ୍କ ସମ୍ମୁଖରେ ପରାଜୟର ୩ କାରଣ ଖୋଲି କହିଦେଲେ ପ୍ରଦୀପ ମାଝୀ

ଭୁବନେଶ୍ୱର,୨୪।୯:ଗତ ନିର୍ବାଚନରେ ବିଜେଡିର ବଡ଼ ପରାଜୟ ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ସହ ପ୍ରାୟତଃ ଆଲୋଚନା କରୁଛନ୍ତି। ଦଳର ପରାଜୟ ପାଇଁ...

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଏହି ୧୫ ଜିଲାରେ ଘଡଘଡି ସହ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୪।୯: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର...

ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ

କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି...

ଶେଷରେ ଭରତପୁର ଥାନାରେ ଲାଗିଲା ସିସିଟିଭି

ଭୁବନେଶ୍ୱର,୨୪।୯: ଆର୍ମି କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର, ମାଡ଼ ସହ ନାନା ନିର୍ଯାତନା ଦିଆଯିବା ଘଟଣାରେ କମିଶନରେଟ୍‌ ପୋଲିସ ବିବାଦ ଘେରକୁ ଆସିଛି।...

ଆଜିଠୁ ଶ୍ରୀମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ,୨୪ା୯(ଅଜିତ୍‌ କୁମାର ମହାନ୍ତି): ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ...

କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି

ଭୁବନେଶ୍ୱର,୨୪।୯: ରାଜ୍ୟ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏଣିକି ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ...

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

ଫୁଲନଖରା,୨୪।୯(ସତ୍ୟରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri