Posted inକଟକ

ଚୌଦ୍ୱାର ସାନିଟାଇଜ୍‌ ହୋଇ ନ ଥିବାରୁ ଜନଅସନ୍ତୋଷ

ଚୌଦ୍ୱାର,୫ା୪(ଡି.ଏନ୍‌.ଏ.): କରୋନା ଭଳି ଭୁତାଣରୁ ମୁକ୍ତି ପାଇବା ପାଇଁ ସାରା ବିଶ୍ୱ ଏବେ ଚିନ୍ତାରେ। ଏହାକୁ ରୋକିବା ଲାଗି ସଚେତନତା ହିଁ ଏକମାତ୍ର ବିକଳ୍ପ ବୋଲି ସରକାର କହୁଛନ୍ତି। ନିଜେ ସ୍ବଚ୍ଛ ରହିବା ସହ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିପାଇଁ ସରକାର ବିଭିନ୍ନ ପୌରପାଳିକାଗୁଡିକୁ ସାନିଟାଇଜ କରୁଥିବାବେଳେ ଏଥିରୁ ବ୍ୟତିକ୍ରମ ଦେଖାଯାଇଛି ଚୌଦ୍ୱାର ପୌରପାଳିକା। ଚୌଦ୍ୱାରରେ ଏବେ ଶଟଡାଉନ ଚାଲିଥିବାବେଳେ ଏପର୍ଯ୍ୟନ୍ତ ଦିନହେଲେ ପୌରପାଳିକା ତରଫରୁ ୱାର୍ଡଗୁଡ଼ିକରେ ବ୍ଲିଚିଂ ପକାଗଲା ନାହଁି କି ସହରକୁ ବିଶୋଧନ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହଁି। ଯାହାକୁ ନେଇ ଚୌଦ୍ୱାରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସହର ବିଶୋଧିତ ହେଲେ କରୋନା ଭୂତାଣୁ ବ୍ୟାପିବା ବାଧକ ହେବା ସହ ପରିବେଶ ସ୍ବଚ୍ଛ ରହିବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ପୌରପାଳିକା କେବଳ ଅସହାୟଙ୍କୁ ଖାଦ୍ୟ ଦେବାରେ ବ୍ୟସ୍ତ ରହୁଥିବାବେଳେ ଅଞ୍ଚଳର ସ୍ବଚ୍ଛତା ପ୍ରତି ଅବହେଳା କରୁଥିବା ଜଣାପଡିଛି। ତୁରନ୍ତ ପୌରପାଳିକା ଚୌଦ୍ୱାର ସହରକୁ ବିଶୋଧନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଏ ନେଇ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ବେହେରା କୁହନ୍ତି, ଆମ ପାଖରେ କୌଣସି ପର୍ଯ୍ୟାପ୍ତ ପରିମାଣର ସାଧନ ନ ଥିବାବେଳେ ଚୌଦ୍ୱାରରେ ଥିବା ଅଗ୍ନିଶମ ବିଭାଗ ସହିତ ଯୋଗାଯୋଗ କରିଥିଲୁ। ହେଲେ କଟକସ୍ଥିତ ମୁଖ୍ୟ କାର୍ଯ୍ୟାୟାଳୟରୁ ନିର୍ଦ୍ଦେଶନାମା ନ ଆସିଲେ କୌଣସି ସହଯୋଗ କରିପାରିବେ ନାହଁି ବୋଲି କହିଥିଲେ। ଖୁବଶୀଘ୍ର ବିଶୋଧନ ପାଇଁ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟ

କଟକ,୫ା୧୦: ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ରଙ୍ଗୀନ ବାଣ...

ରେଳଧାରଣାରେ ପଡ଼ିଛି ଯୁବକଙ୍କ ହାତଗୋଡ଼ ବନ୍ଧା ଖଣ୍ଡବିଖଣ୍ଡିତ ମୃତଦେହ

ଚୌଦ୍ୱାର,୪ା୧୦(ଆଶୁତୋଷ ଦାସ): କଟକ ଟାଙ୍ଗୀ ନର୍ଗୁଣ୍ଡ ରେଳଧାରଣା ଉପରେ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଛ। ଯୁବକ ଜଣଙ୍କ ହେଲେ ତେରୁଆଁ ବଙ୍ଗାଳୀ ସାହିରେ ରହୁଥିବା...

ଏହି ଦିନ ହେବ ଧବଳେଶ୍ୱରଙ୍କ ବଡ଼ଓଷା

ଖୁଣ୍ଟୁଣୀ,୪ା୧୦(ସଚ୍ଚିଦାନନ୍ଦ ପଣ୍ଡା)- କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପାଳନ କରାଯିବ। ଏହାକୁ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ କରିବା ପାଇଁ ଗୁରୁବାର...

ସୋୟା ବଡ଼ି ଲାଇସେନ୍ସରେ ନକଲି ଘିଅ, କାରଖାନା ସିଲ୍‌

ମଙ୍ଗୁଳି-ଜଗତପୁର,୪।୧୦(ମାନସ ସାମଲ):ସୋୟାବିନ ବଡ଼ି ତିଆରି ପାଇଁ ଲାଇସେନ୍ସ ଆଣିଥିବା ଜଣେ ବ୍ୟକ୍ତି ନକଲି ଘିଅ ପ୍ରସ୍ତୁତ କରି ବଜାରକୁ ବିକ୍ରି ପାଇଁ ଛାଡୁଥିଲେ। କଟକ ଜଗତ୍‌ପୁର...

ଉଚ୍ଚ ଶବ୍ଦରେ ବାଜିବନି ଡିଜେ, ଚାନ୍ଦିନୀଚୌକ, ଖାନନଗର ପୂଜା କମିଟି ଦେବେ ଅଣ୍ଡରଟେକିଂ

କଟକ,୪।୧୦ (କାର୍ତ୍ତିକ ସାହୁ) ଚଳିତ ଶାରଦୀୟ ଦୁର୍ଗାପୂଜାକୁ ସରସ ସୁନ୍ଦର କରିବା ପାଇଁ ରାସ୍ତାଘାଟ ଚକାଚକ କରିବା ସହ ପୂଜାରେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଜା...

ବାଲିଯାତ୍ରା ପାଇଁ ଗଠନ ହେବ ନୂଆ କମିଟି

କଟକ,୩ା୧୦(କାର୍ତ୍ତିକ ସାହୁ): ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଦାୟିତ୍ୱରୁ କଟକ ମହାନଗର ନିଗମ (ସିଏମ୍‌ସି)କୁ ଅନ୍ତର କରାଯାଇଥିବା ନେଇ ପ୍ରଚାରିତ ଗୁଜବକୁ ଶୁକ୍ରବାର ଖଣ୍ଡନ କରାଯାଇଛି।...

ବାଣ ଭିଡୁଥିଲାବେଳେ ବିସ୍ଫୋରଣ

ନିଶ୍ଚିନ୍ତକୋଇଲି,୧୦।୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ସାଲିପୁର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମର ରବୀନ୍ଦ୍ର ଦଳାଇ ୪୮ ବର୍ଷ ସ୍ଥାନୀୟ ଗ୍ରାମର ପର୍ଶୁରାମ ବେହେରାଙ୍କ...

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନ

ନିଶ୍ଚିନ୍ତକୋଇଲି,୧୦।୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ଗାନ୍ଧୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ମଣ୍ଡପ ନିକଟରେ ଟ୍ରକ ଠିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri