ଛତିଶଗଡ଼ ଖୋଲିଲା ୪ ବ୍ୟାରେଜ: ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି

ସମ୍ବଲପୁର,୨୦।୬(ବ୍ୟୁରୋ)-ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମ୍‌ରେ କିଛିଦିନ ହେବ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଡ୍ୟାମ୍‌ ଉପରମୁଣ୍ଡରେ ଦୁଇଦିନ ଭିତରେ ୨୪.୯୮ ଓ ୮.୩୪ ମିମି ବର୍ଷା ରେକର୍ଡ କରାଯାଇଛି । ଏହାସହ ଜୁନ ୧୬ରୁ ଛତିଶଗଡ଼ର ୪ଟି ବ୍ୟାରେଜ ଖୋଲା ଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡର ବର୍ଷା ଓ ବ୍ୟାରେଜ ଖୋଲାଯାଇଥିବାରୁ ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
ପାଣିପାଗ ବିଭାଗ ସୂଚନା ଅନୁସାରେ, ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଡ୍ୟାମ୍‌ର ତଳ ଓ ଉପରମୁଣ୍ଡରେ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଜଳସ୍ତର ଆହୁରି ବଢ଼ିବ ବୋଲି ଆଶଙ୍କା ରହିଛି । ଏଭଳି ବର୍ଷା ଲାଗି ରହିଲେ ଧାର୍ଯ୍ୟ ସମୟ ଯଥା ପୂର୍ବବର୍ଷ ଭଳି ଜୁଲାଇ ମାସ ପୂର୍ବରୁ ଗେଟ୍‌ ଖୋଲାଯିବାର ସମ୍ଭାବନା ରହିଛି । ଚଳିତ ବର୍ଷ ଡ୍ୟାମ୍‌ରେ ଜଳସ୍ତର ବିଶେଷ ଭାବେ ହ୍ରାସ ପାଇନାହିଁ । ଲକ୍‌ଡାଉନ ଯୋଗୁ ବହୁ କମ୍ପାନୀ ବନ୍ଦ ରହିଛି ା ଫଳରେ ଉକ୍ତ କମ୍ପାନଗୁଡିକ ବ୍ୟବହାର କରୁଥିବା ହୀରାକୁଦ୍‌ ଡ୍ୟାମ୍‌ ଜଳ କମ୍‌ ପରିମାଣରେ ବ୍ୟବହାର କରିଛନ୍ତି । ସେହିପରି ବୁର୍ଲା ଓ ହୀରାକୁଦ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରେ ୪ଟି ୟୁନିଟ ଅଚଳ ରହିଛି। ତଥାପି ଉକ୍ତ କମ୍ପାନୀଗୁଡିକ ବନ୍ଦ ରହିବା କାରଣରୁ ଡ୍ୟାମ୍‌ରୁ ଉତ୍ପାଦିତ ବିଦ୍ୟୁତ୍‌ କମ୍‌ ପରିମାଣରେ ବ୍ୟବହାର ହୋଇଛି ବୋଲି ଜଣାପଡିଛି ା
ଶୁକ୍ରବାର ସକାଳ ୮ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଜଳଭଣ୍ଡାରରେ ୬୧୦.୧୫ ଫୁଟ ଜଳସ୍ତର ରହିଛି । ଗୁରୁବାର ସକାଳେ ୬୦୮.୯୧ ଫୁଟ ଜଳସ୍ତର ରହିଥିଲା । ୨୪ ଘଣ୍ଟାରେ ପ୍ରାୟ ଦେଢ଼ଫୁଟ ଜଳସ୍ତର ବୃଦ୍ଧି ହୋଇଛି । ହେଲେ ଜଳଭଣ୍ଡାରକୁ ୬୯. ୦୬୧ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି । ୧୫ହଜାର ୧୮୦ କ୍ୟୁସେକ ପାଣି ନିଷ୍କାସନ କରାଯାଉଛି । ଉପରମୁଣ୍ଡରେ ୮.୩୬ ମିମି ବର୍ଷା ହୋଇଥିବା ବେଳେ ତଳମୁଣ୍ଡରେ ୦.୩୪ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ବୁର୍ଲା ପାୱାର ହାଉସରେ ୮୭.୮୩୩ ଓ ଚିପିଲିମା ପାୱାର ହାଉସରେ ୪୨.୮୭୫ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ ହୋଇଛି । ଏଥିପାଇଁ ଡ୍ୟାମରୁ ଜଳ ଯୋଗାଇ ଦିଆଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ମଣ୍ଡିରୁ ଧାନ କିଣିପାରିବେନି…

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ଚଳିତ ଥର ମିଲରମାନେ ମଣ୍ଡିରୁ ଧାନ କିଣିପାରିବେନି। କେନ୍ଦ୍ରୀୟ ସଂସ୍ଥା କିମ୍ବା ସମବାୟ ସଂସ୍ଥା ମଣ୍ଡିରୁ ଧାନ କିଣିବେ। ଧାନ କ୍ରୟ ବ୍ୟବସ୍ଥାକୁ...

ବୁଦ୍ଧାଦିତ୍ୟଙ୍କ ନାଁରେ ଏଫଆଇଆର, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ଲେଖିଲେ…

ଭୁବନେଶ୍ୱର,୧୮।୧୦: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଥାନାରେ ମାମଲା। କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଥାନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri