ଛତ୍ରପୁର ହସ୍ପିଟାଲରେ ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ମନିଟରିଂ ଟିମ୍‌

ଛତ୍ରପୁର,୨୬ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ହେଡକ୍ୱାର୍ଟରରେ ଥିବା ଛତ୍ରପୁର ହସ୍ପିଟାଲକୁ ୨୦୧୮-୧୯ରେ କାୟାକଳ୍ପ ପ୍ରଶଂସନୀୟ ପୁରସ୍କାର ମିଳିଥିଲା। ଏହି ପୁରସ୍କାର ପରେ ଭାରତ ସରକାରଙ୍କଠାରୁ ନ୍ୟାଶନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡସ (ଏନ୍‌କ୍ୟୁଏସ) ପ୍ରମାଣପତ୍ର ହାସଲ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି।  ହସ୍ପିଟାଲର ଆଇପିଡି, ଓପିଡି, କାଜୁଆଲଟି, ଅପରେଶନ ଥିଏଟର, ପ୍ରସୂତି ଗୃହ, ଏକ୍ସ-ରେ, ପେଡିଆଟ୍ରିକ୍‌, ଗାଇନିକ୍‌, ମେଡିସିନ୍‌ ଓ ଜେନେରାଲ ୱାର୍ଡ, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ନିରାମୟ ଆଦିକୁ ଆଧାର କରି ଏନ୍‌କ୍ୟୁଏସ ପ୍ରମାଣପତ୍ର ପାଇଁ ମାର୍କ ମିଳିଥାଏ। ଏସବୁ ମଧ୍ୟରୁ ପ୍ରସୂତି ଗୃହ ଓ ଏହାର ଅପରେଶନ ଥିଏଟରର ମାନରେ ଉନ୍ନତି ହେଲେ ‘ଲକ୍ଷ୍ୟ’ ପୁରସ୍କାର ମିଳିବ। ଏହି ପୁରସ୍କାର ପାଇବା ପାଇଁ ଛତ୍ରପୁର ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ୟମ କରି ଚାଲିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ମନିଟରିଂ ଟିମ୍‌ ହସ୍ପିଟାଲକୁ ଆସି ତଥ୍ୟ ସଂଗ୍ରହ ସହ ହସ୍ପିଟାଲର କ୍ୱାଲିଟି ସର୍କଲ ଟିମ୍‌ ସହ ଆଲୋଚନା କରିଥିଲେ। ସରୋଜ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଟିମରେ ବ୍ରହ୍ମପୁରସ୍ଥିତ ସିଡିଏମଓଙ୍କ ଅଫିସ୍‌ରୁ କ୍ୱାଲିଟି ଆସ୍ୟୁରାନ୍ସର ଆସିଷ୍ଟାଣ୍ଟ ମ୍ୟାନେଜର ସଞ୍ଜୟ ପରିଡା, ଆରସିଏଚ୍‌ର ଡେପୁଟି ମ୍ୟାନେଜର ଶକ୍ତି ଦିଗାଲ ଆସିଥିଲେ। ଆଲୋଚନା ବୈଠକରେ ସିନିୟର କନସଲଣ୍ଟାଣ୍ଟ ଡା.ଜିତେନ୍ଦ୍ର ମୋହନ ବେବର୍ତ୍ତା, ଡା.ସୁଦର୍ଶନ ସାହୁ ଓ ଡା. ମୋହନ ବାରିକ, ହସ୍ପିଟାଲ ମ୍ୟାନେଜର ସନ୍ତୋଷ ପଣ୍ଡାଙ୍କ ସମେତ ହସ୍ପିଟାଲ କ୍ୱାଲିଟି ସର୍କଲ ଟିମ୍‌ ସଦସ୍ୟମାନେ ଉପସ୍ଥିତ ଥିଲେ। ଟିମ୍‌ର ସଦସ୍ୟ ପ୍ରଥମେ ଛତ୍ରପୁର ହସ୍ପିଟାଲ ପ୍ରସୂତି ଗୃହ ଓ ଅପରେଶନ ଥିଏଟର ପରିଦର୍ଶନ କରିଥିଲେ। ଲକ୍ଷ୍ୟ ପ୍ରମାଣପତ୍ର ପାଇଁ ପ୍ରସୂତି ଗୃହ ଓ ଅପରେଶନ ଥିଏଟର କିଭଳି ରହିବ ତାହାର ଗାଇଡଲାଇନ୍‌ ସମ୍ପର୍କରେ ହସ୍ପିଟାଲ ଟିମକୁ ପରାମର୍ଶ ଦେଇଥିଲେ।  ଶିଶୁ ଓ ମାତୃ ମୃତ୍ୟୁ ହାର କମାଇବା ଉଦ୍ଦେଶ୍ୟରେ ଏହି ଲକ୍ଷ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଲକ୍ଷ୍ୟ ପୁରସ୍କାର ହାସଲ କଲେ ଏ ବାବଦରେ ୩ ବର୍ଷ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅନୁଦାନ ମିଳିବ। ପ୍ରସୂତି ଗୃହ ଓ ଏହାର ଅପରେଶନ ଥିଏଟର ସଫାସୁତୁରା ରଖିବା, ଶୀତତାପ ନିୟନ୍ତ୍ରିତ କରିବା ଓ ଟାଇଲ୍‌ ପକାଇବା, ପ୍ରସୂତିଙ୍କୁ ଗାଉନ୍‌ ପିନ୍ଧାଇ ନେବା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପରେ ପୁଣି କେନ୍ଦ୍ରୀୟ ଟିମ୍‌ ଆସି ତଥ୍ୟ ସଂଗ୍ରହ କରିବେ ବୋଲି ସୂଚନା ମିଳିଛି। ଛତ୍ରପୁର ହସ୍ପିଟାଲରେ ଗଠିତ କ୍ୱାଲିଟି କଣ୍ଟ୍ରୋଲ ସର୍କଲ ଟିମ୍‌ରେ ହସ୍ପିଟାଲ ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତି ବିଭାଗର ସ୍ପେଶାଲିଷ୍ଟ, ଶିଶୁ ରୋଗ ବିଶେଷଜ୍ଞ, ହସ୍ପିଟାଲ ମ୍ୟାନେଜର, ପ୍ରସୂତି ଗୃହର ଇନଚାର୍ଜ, ଆସିଷ୍ଟାଣ୍ଟ ମ୍ୟାଟ୍ରନ୍‌, ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକଙ୍କ ଦେହାନ୍ତ, ମୃତ୍ୟୁ ପରେ ଅଙ୍ଗଦାନ

ବୁଗୁଡା,୨୮।୭(କାଳିଚରଣଦାଶ): ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ଗ୍ରାମସ୍ଥିତ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ପ୍ରଫୁଲ୍ଲ କୁମାର ମହାପାତ୍ର(୭୨)ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।...

ଗୋଳାବାରୁଦ କାରଖାନାକୁ ବିରୋଧ, ୧୫୦ ଜଣଙ୍କ ପାଇଁ ବିପଦରେ ପଡ଼ିବେ ଦେଢ଼ ଲକ୍ଷ

ଭଞ୍ଜନଗର,୨୮।୭(ବାବୁଲା ପ୍ରଧାନ): ମହାରାଷ୍ଟ୍ରର ଏକ ଘରୋଇ ବିସ୍ଫୋରକ ଉତ୍ପାଦନ କମ୍ପାନୀ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଘାଟିପଲ୍ଲୀ ଓ ଲଣ୍ଡେଇହିଲଠାରେ ଗୋଳାବାରୁଦ କାରଖାନା ନିର୍ମାଣ ଯୋଜନା...

ୟୁନିଫାଏଡ ଅଟୋମେଶନ ସିଷ୍ଟମକୁ ଶିକ୍ଷକଙ୍କ ତୀବ୍ର ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବିପତ୍ର

ଭଞ୍ଜନଗର,୨୮।୭(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ପକ୍ଷରୁ ଗତ ସପ୍ତାହର ଗୁରୁବାର ଠାରୁ ୟୁନିଫାଏଡ ଅଟୋମେଶନ ସିଷ୍ଟମ ଲାଗୁ ହୋଇଛି। ଏହି ସିଷ୍ଟମ...

ଜମିଜମା ବିବାଦକୁ ନେଇ ଖଣ୍ଡାରେ ମରଣାତ୍ମକ ଆକ୍ରମଣ ଘଟଣା: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୮।୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାର ଉପରେ ସମ୍ପର୍କିୟ ଦାଦାଙ୍କ...

ଜମିବାଡ଼ିକୁ କେନ୍ଦ୍ର କରି ବୁଲିଲା ଖଣ୍ଡା: ମହିଳାଙ୍କ ସମେତ ୪ ଗୁରୁତର

ପୁରୁଷୋତ୍ତମପୁର,୨୮ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ଗ୍ରାମରେ ଜମିଜମା ସମ୍ବନ୍ଧୀୟ ପୂର୍ବ ଶତ୍ରୁତାକୁ ନେଇ ଗୋଟିଏ ପରିବାର ଉପରେ ଅନ୍ୟ ଏକ...

ଦାୟିତ୍ୱ ନେଲେ ଗଞ୍ଜାମର ନୂଆ ଜିଲାପାଳ, କହିଲେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ…

ଛତ୍ରପୁର,୨୮ା୭(ଦିଲ୍ଲୀପ ସାମଲ): ଗଞ୍ଜାମର ନୂତନ ଜିଲାପାଳ ଭାବେ ଭି.କୀର୍ତ୍ତି ଭାସନ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୮ ବ୍ୟାଚ୍‌ର ଆଇଏଏସ୍‌ ଏହା ପୂର୍ବରୁ କୋରାପୁଟ ଜିଲାପାଳ ଦାୟିତ୍ୱ...

ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଇ କାର୍ଯ୍ୟରେ ଯୋଗଦେଲେ ଜିଲାପାଳ

ପୁରୁଷୋତ୍ତମପୁର,୨୮ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମର ନୂଆ ଜିଲାପାଳ ଭାବେ ଭି.କୀର୍ତ୍ତି ଭାସନ କାର୍ଯ୍ୟରେ ଯୋଗ ଦେବା ଅବସରରେ ସୋମବାର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠକୁ...

ଘର ଆଗରେ ରଖିଥିଲେ ବାଇକ୍‌: ବିଳମ୍ବିତ ରାତିରେ ଘଟିଗଲା…

ଗଞ୍ଜାମ,୨୮।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ଖଟୁଆକୁଦା ଗ୍ରାମରୁ ଗତ କାଲି ବିଳମ୍ବିତ ରାତିରେ ବାଇକ ଚୋରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image