Posted inଜାତୀୟ

ଛାତ୍ରନେତାରୁ ଲୋକ ସଭା ବାଚସ୍ପତି

ନୂଆଦିଲ୍ଲୀ,୨୦ା୬(ପି.ଟି.): ରାଜସ୍ଥାନର ଭାଜପା ଏମ୍‌ପି ଓମ୍‌ ବିର୍ଲା ବୁଧବାର ସପ୍ତଦଶ ଲୋକ ସଭାର ବାଚସ୍ପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିର୍ଲାଙ୍କ ନାଁ ପ୍ରସ୍ତାବ ଦେଇଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ସମର୍ଥନ ଜଣାଇଥିଲେ। ବାଚନିକ ଭୋଟରେ ପ୍ରସ୍ତାବ ଗୃହୀତ ହୋଇଥିଲା। କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଡିଏମ୍‌କେ ସମେତ ସମସ୍ତ ପ୍ରମୁଖ ବିରୋଧୀ ଦଳ ବିର୍ଲାଙ୍କ ପ୍ରାର୍ଥତ୍ତ୍ୱକୁ ସମର୍ଥନ ଜଣାଇଥିଲେ। ବିର୍ଲା ବାଚସ୍ପତି ନିର୍ବାଚିତ ହେବା ଲୋକ ସଭା ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ ବାଚସ୍ପତିଙ୍କୁ ମୋଦି ତାଙ୍କ ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।
ବିର୍ଲା ଭାଜପା ଏମ୍‌ପି ଭାବେ ରାଜସ୍ଥାନର କୋଟାରୁ ଦୁଇଥର ନିର୍ବାଚିତ ହୋଇଛନ୍ତି। ପାରମ୍ପରିକ ଭାବେ ଲୋକ ସଭାର ବାଚସ୍ପତି ପଦବୀ ବରିଷ୍ଠମାନଙ୍କୁ ମିଳିଥାଏ। ସେହିଦୃଷ୍ଟିରୁ ଦେଖିବାକୁ ଗଲେ ବିର୍ଲା ଉକ୍ତ ପଦବୀ ପାଇଁ ନୂଆ। ଏନ୍‌ଡିଏ ତାଙ୍କୁ ଉକ୍ତ ମର୍ଯ୍ୟାଦାଜନକ ପଦବୀ ପାଇଁ ଚୟନ କରି ସମସ୍ତଙ୍କୁ ବିସ୍ମିତ କରିଛି। ୫୬ ବର୍ଷୀୟ ବିର୍ଲା ଉଭୟ ପ୍ରଧାନମନ୍ତ୍ରୀ ଓ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଘନିଷ୍ଠ ଭାବେ ଜଣାଶୁଣା। ବିର୍ଲା ଚାରି ଦଶନ୍ଧି ପୂର୍ବେ ଛାତ୍ରନେତାରୁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ସମବାୟ ଆନ୍ଦୋଳନରୁ ତାଙ୍କର ରାଜନୈତିକ ଉତ୍‌ଥାନ ହୋଇଥିଲା। ୧୯୬୨ ଡିସେମ୍ବର ୪ରେ କୋଟାରେ ଜନ୍ମିତ ବିର୍ଲା ୧୯୭୮ରେ ସ୍ଥାନୀୟ ସରକାରୀ ମାଧ୍ୟମିକ ସ୍କୁଲ ଛାତ୍ର ସଂସଦର ସଭାପତି ନିର୍ବାଚିତ ହୋଇଥିଲେ। ୧୯୯୧ରୁ ୨୦୦୩ ପର୍ଯ୍ୟନ୍ତ ସେ ରାଜସ୍ଥାନ ଭାରତୀୟ ଜନତା ଯୁବମୋର୍ଚ୍ଚାର ସଭାପତି ଥିଲେ। ପରେ ସେ ଜାତୀୟ ସ୍ତରରେ ଯୁବମୋର୍ଚ୍ଚା ଉପସଭାପତି ନିର୍ବାଚିତ ହୋଇଥିଲେ। ସେ ୨୦୦୩, ୨୦୦୮ ଏବଂ ୨୦୧୩ରେ କ୍ରମାଗତ ୩ ଥର ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୩ରୁ ୨୦୦୮ ବସୁନ୍ଧରା ରାଜେ ସରକାରରେ ବିର୍ଲା ତାଙ୍କର ସଂସଦୀୟ ସଚିବ ଭାବେ କାର୍ଯ୍ୟ କରିଥିଲେ। ୨୦୧୪ରେ ସେ ପ୍ରଥମେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଏଥର ସେ କୋଟା-ବୁନ୍ଦି ଆସନରୁ କଂଗ୍ରେସ ପ୍ରାର୍ଥୀ ରାମନାରାୟଣ ମୀନାଙ୍କୁ ୨.୫ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରି ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ଜଣେ ସଚ୍ଚୋଟ ଏମ୍‌ପି ଭାବେ ଗତ ଲୋକ ସଭାରେ ବିର୍ଲାଙ୍କର ୮୬ ପ୍ରତିଶତ ଉପସ୍ଥିତି ରହିଛି। ସେ ୬୭୧ ପ୍ରଶ୍ନ ପଚାରିଛନ୍ତି ଓ ୧୬୩ଟି ବିତର୍କରେ ଭାଗ ନେଇଛନ୍ତି।
ବାଣିଜ୍ୟରେ ସ୍ନାତକୋତ୍ତର ବିର୍ଲା ପାର୍ଲାମେଣ୍ଟରେ ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଅଛନ୍ତି। ବାଚସ୍ପତି ନିର୍ବାଚିତ ହୋଇ ସେ ୮ ଥର ନିର୍ବାଚିତ ଏମ୍‌ପି ସୁମିତ୍ରା ମହାଜନଙ୍କ ସ୍ଥାନ ନେଇଛନ୍ତି। ୧୯୯୬ରେ ଟିଡିପି ନେତା ଜି.ଏମ୍‌.ସି ବାଲାଯୋଗୀଙ୍କୁ ବାଚସ୍ପତି କରାଯାଇଥିଲା। ୨୦୦୨ରେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେବା ପରେ ଶିବସେନା ନେତା ତଥା ପ୍ରଥମଥର ପାଇଁ ଏମ୍‌ପି ହୋଇଥିବା ମନୋହର ଜୋଷୀଙ୍କୁ ବାଚସ୍ପତି ନିର୍ବାଚିତ କରାଯାଇଥିଲା।
ଓମ୍‌ଙ୍କ ବାପା କ୍ରିଷ୍ଣ ବିର୍ଲା କୋଟା କର୍ମଚାରୀ ସହକାରୀ ସମିତିର ସଭାପତି ଅଛନ୍ତି। ତାଙ୍କ ସ୍ତ୍ରୀ ଡ. ଅମିତା ବିର୍ଲା କୋଟା ସରକାରୀ ହସ୍ପିଟାଲରେ ଡାକ୍ତର। ସେମାନଙ୍କର ଦୁଇଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଆଉ ୨ ଜଣ HMPV ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୭।୧: ଭାରତରେ HMPV ଭାଇରସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ମହାରାଷ୍ଟ୍ର ନାଗପୁରରୁ ଆଉ ୨ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଚିହ୍ନଟ ୨...

ଖବରଦାତାଙ୍କ ଲିଭର୍‌ ୪ ଫାଳ କରି ମାରିଥିଲେ: ବାନ୍ଧିଲା ପୋଲିସ

ହାଇଦ୍ରାବାଦ/ରାୟପୁର, ୭।୧:ଛତିଶଗଡ଼ର ବିଜାପୁରରେ ଖବରଦାତା ମୁକେଶ ଚନ୍ଦ୍ରାକରଙ୍କ ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରାକରଙ୍କୁ ସୋମବାର ବିଜାପୁର ସାଇବର...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ,୭।୧: ଆଜି (ଜାନୁଆରୀ ୭) ମଙ୍ଗଳବାର ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯିବ। ସୂଚନାନୁସାରେ, ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀରେ ନିର୍ବାଚନ ହେବାର ସମ୍ଭାବନା ରହିଛି।...

ଭାରତରେ ହେବ ଲକ୍‌ଡାଉନ! HMPV ଆକ୍ରାନ୍ତ ଚିହ୍ନଟ ପରେ ବଢିଲା ଚିନ୍ତା

ନୂଆଦିଲ୍ଲୀ,୭।୧: କୋଭିଡ ମହାମାରୀ ପରେ ପୁଣି ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ ମେଟାନ୍ୟୁମୋଭାଇରସ(ଏଚଏମପିଭି)ଚିନ୍ତା ବଢାଇଛି। ଭାରତର ୪ ରାଜ୍ୟରେ ୬ ଆକ୍ରାନ୍ତ ଚିହ୍ନଟ ପରେ ଆଗକୁ...

ମିଜୋରାମରେ ଜନ୍ମହେଲା ଭାରତର ପ୍ରଥମ ‘ଜେନେରେଶନ ବେଟା’ ଶିଶୁ: ଜାଣନ୍ତୁ ଏହା କ’ଣ

ଆଇଜୋଲ, ୬।୧:ଗତ ୧ ତାରିଖ ମଧ୍ୟରାତ୍ର ୧୨.୦୩ ସମୟରେ ଭାରତର ପ୍ରଥମ ‘ଜେନେରେଶନ ବେଟା’ ଶିଶୁ ଜନ୍ମ ହୋଇଛି। ମିଜୋରାମର ରାଜଧାନୀ ଆଇଜୋଲର ଡର୍ଟଲାଙ୍ଗସ୍ଥିତ ସିନୋଡ...

ସକାଳୁ ସକାଳୁ ବଡ଼ ଧରଣର ଭୂମିକମ୍ପ: ୟୁପି, ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଲୋକେ ଭୟଭୀତ

ନୂଆଦିଲ୍ଲୀ,୭।୧୨: ମଙ୍ଗଳବାର ସକାଳୁ ଦେଶର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ୟୁପି, ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଭୂକମ୍ପରେ ଲୋକମାନେ କମ୍ପନ ଅନୁଭବ କରିଥିଲେ।...

ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ: ଶାହା

ନୂଆଦିଲ୍ଲୀ,୭।୧: ଛତିଶଗଡ଼ର ବିଜାପୁର ଜିଲାରେ ସୋମବାର ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ମାଓବାଦୀମାନେ ଶକ୍ତିଶାଳୀ ବିସ୍ଫୋରକ ଉପକରଣ (ଆଇଇଡି) ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣରେ...

ଭାରତକୁ ପୂର୍ଣ୍ଣ ବେସାମରିକ ଆଣବିକ ସହଯୋଗ ଦେବ ଆମେରିକା

ନୂଆଦିଲ୍ଲୀ,୭।୧: ଭାରତକୁ ଆମେରିକା ବେସାମରିକ ଆଣବିକ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ ଯୋଗାଇଦେବ। ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଜେକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri