ଛାତ୍ରୀ ନିଖୋଜ ଘଟଣା:ବିବାହ ପାଇଁ ମନା କରିବାରୁ ତଣ୍ଟି ଚିପି ହତ୍ୟା

ବସ୍ତା, ୧୧।୬(ସ୍ବ.ପ୍ର.)-ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଜାମଶୁଳୀ ଗ୍ରାମର ଜଣେ କଲେଜ ଛାତ୍ରୀ ୪ ମାସ ଧରି ନିଖୋଜ ହେବା ଘଟଣାର ସୋମବାର ଗୁମର ଖୋଲିଛି। ସମ୍ପୃକ୍ତ ଛାତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି। ସେ ବିବାହ କରିବାକୁ ରାଜି ନ ହେବାରୁ ଏକତରଫା ପ୍ରେମ କରୁଥିବା ଯୁବକଜଣକ ପ୍ରତିଶୋଧପରାୟଣ ହୋଇ ଏପରି କାଣ୍ଡ ଘଟାଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏ ସମ୍ପର୍କରେ ସୋମବାର ବସ୍ତା ଏସ୍‌ଡିପିଓ ରଣଜିତ କୁମାର ପୃଷ୍ଟି ଓ ସିଂଲା ଥାନା ଆଇଆଇସି ସୁବ୍ରତ କୁମାର ବେହେରା ବାହାର୍ଦ୍ଦାସ୍ଥିତ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସ୍‌ଡିପିଓ ରଣଜିତ ପୃଷ୍ଟିଙ୍କ ସୂଚନା ଅନୁଯାୟୀ, ଗତ ଫେବୃୟାରୀ ୧୬ ତାରିଖରେ ଏହି ଗ୍ରାମର ଲୋପାମୁଦ୍ରା ମହାନ୍ତି (୧୯) ନିଖୋଜ ହୋଇଯାଇଥିଲେ। ତାଙ୍କ ପରିବାର ପକ୍ଷରୁ ନିଖୋଜ ହେବା ନେଇ ଫେବୃୟାରୀ ୧୮ରେ ସିଂଲା ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ଷ୍ଟେଶନ ଡାଏରୀ (ନଂ.୩/୧୯) କରି ତଦନ୍ତ ଜାରି ରଖିଥିଲେ ା ଦୀର୍ଘ ଦିନ ଧରି ପୋଲିସକୁ ଏହି ଘଟଣାରେ କୌଣସି ସୁରାକ ମିଳି ନ ଥିଲା ା ଗତ ଜୁନ ୫ ତାରିଖରେ ଲୋପାମୁଦ୍ରାଙ୍କ ନିଖୋଜ ଘଟଣାରେ ବାଲିଆପାଳ ଥାନା ଅଞ୍ଚଳର ଗିରିଜା ଶଙ୍କରଙ୍କ ସମ୍ପୃକ୍ତି ଥିବା ନେଇ ପୁଣି ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ.୮୮/୧୯) ରୁଜୁ କରି ତଦନ୍ତକୁ ଆଗକୁ ବଢାଇଥିଲା। ପୋଲିସ ପ୍ରାଥମିକ ତଦନ୍ତରୁ ଲୋପାମୁଦ୍ରା ଓ ଗିରିଜାଙ୍କ ମୋବାଇଲ ଲୋକେଶନକୁ ଟ୍ରାକ କରି ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଗୁଞ୍ଜୁସାହି ଜଙ୍ଗଲ ମଧ୍ୟରେ ନିଖୋଜ ହେବା ଦିନ ସମାନ ଜାଗାରେ ଏହି ଦୁଇଜଣ ଥିବା ଜାଣିବାକୁ ପାଇଥିଲା। ଏନେଇ ସିଂଲା ପୋଲିସ ବାରିପଦା ସଦର ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ମାର୍ଚ୍ଚ ୨ ତାରିଖରେ ସେହି ଜଙ୍ଗଲରୁ ଏକ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ଲୋପାମୁଦ୍ରାଙ୍କ ମା’ ବାପାଙ୍କୁ ନେଇ ପୋଲିସ ଜବତ ହୋଇଥିବା ଝିଅର ପୋଷାକ, ଜୋତା ଓ ଅନ୍ୟାନ୍ୟ ସାମଗ୍ରୀ ଚିହ୍ନଟ କରିଥିଲେ। ଏସବୁ ଲୋପାମୁଦ୍ରାଙ୍କ ଜାଣିବାପରେ ପୋଲିସ ଅଭିଯୁକ୍ତ ଗିରିଜାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ ା ୪ ଦିନ ଧରି ପଚରାଉଚୁରା ପରେ ଗିରିଜା ଲୋପାମୁଦ୍ରାଙ୍କୁ ହତ୍ୟା କରିଥିବା ମାନିଥିଲେ। ଗିରିଜା ପୋଲିସ ଆଗରେ ବୟାନ ଦେଇଛନ୍ତି ଯେ, ପାଉଁଶକୁଲି ପୋଷ୍ଟଅଫିସରେ ପୋଷ୍ଟମାଷ୍ଟର ଭାବେ ସେ କାର୍ଯ୍ୟ କରୁଥିଲେ। ମଝିରେ ମଝିରେ ଡେପୁଟେଶନରେ ଜାମଶୁଳି ପୋଷ୍ଟଅଫିସକୁ ମଧ୍ୟ ଡ୍ୟୁଟିରେ ଆସନ୍ତି ା ଏହି ପୋଷ୍ଟ ଅଫିସରେ ଟଙ୍କା ରଖିବାକୁ ଲୋପାମୁଦ୍ରାଙ୍କ ମା’ କବିତା ମହାନ୍ତି ଆସନ୍ତି ା ସେହି ଯୋଗାଯୋଗରୁ ଗିରିଜାଙ୍କ ସହ ଲୋପାମୁଦ୍ରା ପରିବାର ସହ ସମ୍ପର୍କ ଗଢି ଉଠିଥିଲା। ଗିରିଜା ମଧ୍ୟ ଲୋପାମୁଦ୍ରାଙ୍କୁ ଭଲପାଇ ବିବାହ କରିବାକୁ ଇଛା କରିଥିଲେ। ମାତ୍ର ଗିରିଜା ଅତ୍ୟଧିକ ଋଣଭାରରେ ବୁଡି ରହିବା ସହିତ ଦୁହିଁଙ୍କର ଜାତି ଅଲଗା ହୋଇଥିବାରୁ ଲୋପାମୁଦ୍ରାଙ୍କ ପରିବାର ଲୋକେ ଏହି ବିବାହ ପ୍ରସ୍ତାବରେ ରାଜି ହୋଇ ନ ଥିଲେ। ଝିଅକୁ ଗିରଜା ସହିତ ସମ୍ପର୍କ ନ ରଖିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ା ଘରଲୋକଙ୍କ କଥା ଅନୁଯାୟୀ ଲୋପାମୁଦ୍ରା ବି ଏହି ପ୍ରସ୍ତାବକୁ ବିରୋଧ କରିଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଗିରିଜା ଗତ ଫେବୃୟାରୀ ୧୬ରେ ନିରୋଳାରେ କଥା ହେବା ପାଇଁ ଲୋପାମୁଦ୍ରାଙ୍କୁ ବାଇକରେ ନେଇ ଗୁଞ୍ଜୁସାହି ଜଙ୍ଗଲକୁ ଯାଇଥିଲେ। ସେଠାରେ ଗିରିଜା ଅସଦାଚରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଲୋପାମୁଦ୍ରା ବିରୋଧ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଗିରଜା ତାଙ୍କ ତଣ୍ଟିକୁ ଚିପି ମାରିଦେଇ ବଣ ମଝିରେ ଫୋପାଡି ଦେଇ ସେଠାରୁ ପଳାଇଥିଲେ। ହତ୍ୟା ପରେ ସେ ବାରିପଦାକୁ ବାଇକ ଯୋଗେ ଯାଇ ସେଠାରୁ ପୁଣି ବାଲେଶ୍ୱର ଯିବା ବାଟରେ ୧୬ ନଂ. ଜାତୀୟ ରାଜପଥର କଳମା ପୋଲ ତଳେ ପାଣିରେ ଲୋପାମୁଦ୍ରାର ହାର, ମୁଦି, ପାଉଁଜି ଫୋପାଡି ଦେଇଥିଲେ। ଲୋପାମୁଦ୍ରା ପରିବାର ଯେପରି ତାଙ୍କ ଉପରେ ସନ୍ଦେହ ନ କରିବେ ସେଥିପାଇଁ ସେ ତାଙ୍କ ଘରକୁ ପୂର୍ବଭଳି ଯାଉଥିଲା ଓ ଯୋଗାଯୋଗ ରଖିଥିଲା। ମଝିରେ ଥରେ ଗିରିଜା ହତ୍ୟା କରିଥିବା ସ୍ଥାନ ଗୁଞ୍ଜୁସାହି ଜଙ୍ଗଲକୁ ଯାଇ ଲୋପାମୁଦ୍ରା ମୃତଦେହର ସ୍ଥିତି ପରିଖିଥିଲା। ସେଠାରେ ଏକ ଯୁବତୀଙ୍କ ଗଳିତ ଶବ ପୋଲିସ ଉଦ୍ଧାର କରିଥିବା ଲୋକଙ୍କଠାରୁ ବୁଝି ପଳାଇଆସିଥିଲେ ବୋଲି ଏସ୍‌ଡିପିଓ ପୃଷ୍ଟି ପ୍ରକାଶ କରିଛନ୍ତି। ପୋଲିସ ଅଭିଯୁକ୍ତ ଗିରିଜାଙ୍କୁ ଗିରଫ କରିବା ସହ ଡାକ୍ତରୀମାଇନା କରି ସୋମବାର କୋର୍ଟଚାଲାଣ କରିଛି। ତାଙ୍କ ବ୍ୟାଗରୁ ମୃତ ଲୋପାମୁଦ୍ରାଙ୍କ କଲେଜ ନୋଟ ଓ ମୋବାଇଲ ଜବତ କରାଯାଇଛି। ଗିରିଜାଙ୍କ ବାଇକ୍‌(ନଂ. ଓଡି-୦୧-ଏଫ-୩୯୩୮) କୁ ମଧ୍ୟ ପୋଲିସ ଜବତ କରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

ବଢୁଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri